ନାଁକୁ ବାହ୍ୟ ମଳମୁକ୍ତ ଗ୍ରାମ: ୨୫ ପରିବାରରେ ନାହିଁ ପାଇଖାନା

ଖଇରା,୩୦।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ଗ୍ରାମ ପଞ୍ଚାୟତ ଅଧୀନ ମଠନୂଆଗାଁ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ସରକାର ଘୋଷଣା କରିଛନ୍ତି। ଏଥିସହ ଜିଲା ଜଳ ପରିମଳ ମିଶନ ତରଫରୁ ଜୁଲାଇ ୨୨ ତାରିଖରେ ଗ୍ରାମରେ ସୂଚନାଫଳକ ଲଗାଇ ଦିଆଯାଇଛି। ଏହି ଘଟଣା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଗ୍ରାମରେ ଆହୁରି ୨୫ପରିବାର ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ପାଇବାରୁ ବଞ୍ଚିତ ଥିବା ବେଳେ ରେକର୍ଡ ପତ୍ରରେ ଶତପ୍ରତିଶତ ସଫଳତା ଦେଖାଇ ବାଃ ବାଃ ନେବାକୁ ଉଦ୍ୟମ କରାଯାଇଛି। ଏଭଳି ଘଟଣା ପଞ୍ଚାୟତିରାଜ ତଥା ଜଳ ପରିମଳ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛି। ଘଟଣା ସମ୍ପର୍କରେ ସମସ୍ତ ଗ୍ରାମବାସୀ ଖଇରା ବିଡିଓ ଦେବେନ୍ଦ୍ର ବଳଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଉକ୍ତ ଗ୍ରାମର ପରିବାର ସଂଖ୍ୟା ୬୦। ଲୋକସଂଖ୍ୟା ପାଖାପାଖି ୩ଶହ। ୬୦ ପରିବାର ମଧ୍ୟରୁ ବର୍ଷେ ତଳେ ୧୫ଜଣଙ୍କର ପାଇଖାନା ନିର୍ମାଣ କରାଯାଇଥିଲା। ୨ମାସ ତଳେ ୨୦ଜଣ ନିଜସ୍ବ ଉଦ୍ୟମରେ ପାଇଖାନା ନିର୍ମାଣ କରିଥିଲେ। ଏଥିମଧ୍ୟରୁ ୧୦ଜଣଙ୍କୁ ଅର୍ଥ ମିଳି ସାରିଥିବା ବେଳେ ବାକି ୧୦ଜଣ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ବିଲ୍‌ ପାଇନାହାନ୍ତି। ବାକି ୨୫ଜଣଙ୍କୁ ଏପର୍ଯ୍ୟନ୍ତ ପାଇଖାନା ମିଳିନାହିଁ। ଏଭଳି ପରିସ୍ଥିତିରେ ଶହେ ପ୍ରତିଶତ ନିର୍ମାଣ ହୋଇଥିବା ନେଇ ତଥ୍ୟକୁ ଗ୍ରାମର ଲକ୍ଷ୍ମଣ ବେହେରା ସମାଲୋଚନା କରିଛନ୍ତି। ଏହାର ତଦନ୍ତ କରାଗଲେ କେତେ ପରିବାର ନାମରେ କେତେ ଟଙ୍କା ହଡପ କରାଯାଇଛି ତାହା ଜଣାପଡିବ ବୋଲି ଗ୍ରାମର ପ୍ରଦୀପ ସାମଲ, ବିଦ୍ୟାଧର ପରିଡା, ଲକ୍ଷ୍ମୀକାନ୍ତ ମହାନ୍ତି ଅଭିଯୋଗ କହିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ ମୁତାବକ ଶତପ୍ରତିଶତ ପାଇଖାନା ନିର୍ମାଣ ହେବା ପରେ ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା ହେବା କଥା। ହେଲେ ୪୦ପ୍ରତିଶତ ପରିବାରକୁ ପାଇଖାନା ମିଳି ନ ଥିବା ବେଳେ ସେମାନେ ମଳତ୍ୟାଗ ପାଇଁ ଖୋଲା ପଡିଆ ଉପରେ ନିର୍ଭର କରୁଛନ୍ତି। ଏଭଳି ଘୋଷଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଗ୍ରାମର ପର୍ଶୁରାମ ମହାନ୍ତି ଓ ଉପେନ୍ଦ୍ର ପରିଡ଼ା ଅଭିଯୋଗ କରିଛନ୍ତି। ଲଗାଯାଇଥିବା ସୂଚନାଫଳକ ଗ୍ରାମର ଶୋଭା ନଷ୍ଟ କରୁଥିବାରୁ ତାହାକୁ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ଯୋଗାଯୋଗ କରିବାରେ ଏବେ ଯୋଜନା କାର୍ଯ୍ୟକ୍ଷମ ନ ଥିବାରୁ ବାକି ପାଇଖାନା ନିର୍ମାଣ କରାଯିବା ସମ୍ଭବପର ନୁହେଁ ବୋଲି କହିଛନ୍ତି। ସେହିଭଳି ଏହି ପଞ୍ଚାୟତର ଅସୁରିଆ ଗ୍ରାମରେ ସମାନ ପରିସ୍ଥିତି ଉପୁଜିଥିବା ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri