ଭଦ୍ରକରେ ପୁଣି ଜଣେ କରୋନା ପଜିଟିଭ୍: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା
ଭୁବନେଶ୍ୱର,୨୪ା୪(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ…
୬୦ ଘଣ୍ଟା ସଟ୍ଡାଉନ ରହିବ ୩ ଜିଲା: ନିୟମ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଡିଜିପି
ଭୁବନେଶ୍ୱର, ୨୩।୪(ବ୍ୟୁରୋ): କରୋନା ମୁକାବିଲା ନେଇ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାକୁ ୬୦ ଘଣ୍ଟିଆ ସଟ୍ଡାଉନ ଘୋଷଣା କରାଯାଇଛି। ଗୁରୁବାର ରାତି ୧୦ଟାରୁ ୨୬ ତାରିଖ ଦିନ ୧୦ଟା ଯାଏ ଏହି ସଟ୍ଡାଉନ ଜାରି ରହିବ ବୋଲି ମୁଖ୍ୟ ଶାସନ…
କାର୍ଯ୍ୟରେ ଅବହେଳା: ଅତିରିକ୍ତ ତହସିଲଦାର ନିଲମ୍ବିତ
ଭଦ୍ରକ ଅଫିସ, ୨୩ା୪- ଭଦ୍ରକ ଜିଲା ତିହିଡ଼ି ଅତିରିକ୍ତ ତହସିଲଦାର ସ୍ବେତପଦ୍ମା ଧଳଙ୍କୁ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ସେ କୋଭିଡ଼-୧୯ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ…
କଂଗ୍ରେସ ଅଧ୍ୟକ୍ଷାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ, ମାମଲା ଦାୟର କଲେ ନରସିଂହ
ବଲାଙ୍ଗୀର ଅଫିସ, ୨୩ା୪-ମହାରାଷ୍ଟ୍ରର ପାଲଘର ମବ୍ ଲିଚିଂ ଘଟଣାର ପ୍ରସାରଣରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଦଳ ବିରୋଧରେ ଅପମାନଜନକ ମନ୍ତବ୍ୟ ରଖିଥିଲେ ଜାତୀୟସ୍ତରର ଏକ ବୈଦ୍ୟୁତିକ ଗଣମାଧ୍ୟମର ମୁଖ୍ୟ ସମ୍ପାଦକ। ତାଙ୍କ ବିରୋଧରେ ବିଧାୟକ ନରସିଂହ ମିଶ୍ର…
ବ୍ୟାଙ୍କ୍ ସମୟରେ ପରିବର୍ତ୍ତନ: ସକାଳ ୮ଟାରୁ ଦିନ ୨ଟା ଯାଏ ଖୋଲାରହିବ
ଭୁବନେଶ୍ୱର, ୨୩।୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକ୍ଡାଉନ ଜାରି ରହିଛି। ତେବେ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାଙ୍କଗୁଡିକୁ ସକାଳୁଆ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ…
ସଙ୍ଗରୋଧ ଗୃହରୁ ୨୫ଶ୍ରମିକ ଫେରାର
ଭବାନୀପାଟଣା/କୋକସରା,୨୩।୪(ସ୍ବ.ପ୍ର/ଡି.ଏନ୍.ଏ.): ଲକ୍ଡାଉନକୁ କଡାକଡି କରିବା ପାଇଁ ପ୍ରତି ଜିଲା ସୀମାନ୍ତରେ ପାଟ୍ରୋଲିଂ ବ୍ୟବସ୍ଥା ସହ ଧରପଗଡ଼ ଜାରି ରହିଛି। ଏହି କ୍ରମରେ ନବରଙ୍ଗପୁର-କଳାହାଣ୍ଡି ଜିଲା ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ନିକଟରେ ଥିବା ଜନଜାତି ଆବାସିକ ବିଦ୍ୟାଳୟରେ ସ୍ଥାନୀୟ ବ୍ଲକ…
୬୦ ଘଣ୍ଟା ସଟ୍ଡାଉନ ରହିବ ୩ ଜିଲା: ଗୁରୁବାର ରାତି ୧୦ରୁ ୨୬ ତାରିଖ ଦିନ ୧୦ଟା ଯାଏ ଭଦ୍ରକ, ବାଲେଶ୍ୱର, ଯାଜପୁର ସମ୍ପୂର୍ଣ୍ଣ ବନ୍ଦ
ଭୁବନେଶ୍ୱର, ୨୩।୪(ବ୍ୟୁରୋ): କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁବାର ସନ୍ଧ୍ୟାରେ ଏକ ବଡ଼ ଘୋଷଣା କରିଛନ୍ତି। ୩ ଜିଲାକୁ ସମ୍ପୂର୍ଣ୍ଣ ସଟ୍ଡାଉନ୍ କରାଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲା ୬୦ ଘଣ୍ଟା ପାଇଁ ସଟ୍ଡାଉନ…
ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଛୁଇଁଲା
ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୨ ଜଣ ହେଲେ ବାଲେଶ୍ୱର ଜିଲାର। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷର ମହିଳା ଓ ୩୬ ବର୍ଷର ପୁରୁଷ…
ବାଲେଶ୍ୱରରେ ଆଉ ୨ କରୋନା ପଜିଟିଭ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଛୁଇଁଲା
ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୨ ଜଣ ବାଲେଶ୍ୱରର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…
ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ, ସବିଶେଷ ଜାଣନ୍ତୁ
ଭୁବନେଶ୍ୱର,୨୩।୪(ବ୍ୟୁରୋ): ଲୋକସେବା ଭବନରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କରୋନା ମୁକାବିଲା ସର୍ମ୍ପକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ଆଗାମୀ ଦିନରେ କରୋନା ଟେଷ୍ଟିଂ ସୁବିଧାକୁ ଅଧିକ…
କରୋନା ତଥ୍ୟ: ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ଟପିଲା, ଭାରତରେ ୨୧,୩୯୩ ପଜିଟିଭ୍ ଚିହ୍ନଟ, ଓଡ଼ିଶାରେ ୮୭ ଆକ୍ରାନ୍ତ
ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆଜି ସୁଦ୍ଧା ବିଶ୍ୱରେ ୨୧୦ ଦେଶ, ୨ଜାହାଜ କରୋନା କବଳିତ। ବୁଧବାର ସମଗ୍ର ବିଶ୍ୱରେ ୨୫ ଲକ୍ଷ ୭୨ହଜାର ୬୦୩ଜଣ ବ୍ୟକ୍ତି ସଂକ୍ରମିତ ଥିବା ବେଳେ ଗୁରୁବାର ଏହା ୨୬ ଲକ୍ଷ ୪୮ହଜାର ୩୬୦ରେ ପହଞ୍ଚିଛି। ସେହିଭଳି ୧ ଲକ୍ଷ…
କରୋନାକୁ ନେଇ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ବାହାରକୁ ଖେଳିବାକୁ ଯାଅ ନାହିଁ, ପରିବାରଲୋକଙ୍କୁ କଟକଣା ମାନିବାକୁ କୁହ
ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶାରେ ୬୮ହଜାର ୭୧୭ଟି ସ୍କୁଲ ରହିଛି। ସେଥିରେ ୩୬ ଲକ୍ଷ ୫ ହଜାର ୫୩୯ଜଣ ଛାତ୍ରୀଛାତ୍ର ପ୍ରାଥମିକ ବିଦ୍ୟାଳୟ ଏବଂ ୨୧ଲକ୍ଷ ୨୭ହଜାର ୪୩ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ବିଶେଷକରି ୯ମ ଏବଂ ଦଶମରେ ୧ଲକ୍ଷ ୨୯…
Archives


