ଲକ୍ଡାଉନ୍ କଟକଣା ଆହୁରି କୋହଳ
ଭୁବନେଶ୍ୱର, ୩୦।୪(ବ୍ୟୁରୋ): କରୋନା ଯୋଗୁ ଦେଶରେ ଲକ୍ଡାଉନ ଜାରି ରହିଛି। ଆଗକୁ ଲକ୍ଡାଉନ ବଢ଼ିବ ନା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ଏଭଳି ସମୟରେ ଲକ୍ଡାଉନ କଟକଣାକୁ କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଲୋକଙ୍କ…
ହ୍ବାଟ୍ସଆପ୍ରେ ପାଠପଢ଼ିବେ ଛାତ୍ରୀଛାତ୍ର
ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ା ଠପ୍ ହୋଇଯାଇଛି। କେତେକ ଘରୋଇ ସ୍କୁଲ୍ରେ ଅନ୍ଲାଇନ୍ ଜରିଆରେ ପାଠପଢ଼ା ଯାଉଛି। ଏହି ଅନ୍ଲାଇନ ପାଠପଢ଼ାକୁ ରାଜ୍ୟର ସମସ୍ତ ସରକାରୀ ସ୍କୁଲ୍ରେ ଲାଗୁ କରିବା ପାଇଁ ଗଣଶିକ୍ଷା…
ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଦଇତାପତି ସେବକ
ପୁରୀ ଅଫିସ,୩୦।୪: କରୋନା ପାଇଁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଜୁନ୍ ୨୩ରେ ପଡୁଥିବା ରଥଯାତ୍ରା ହେବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନ ଥିବାବେଳେ ଦଇତାପତି ସେବକମାନେ ବୁଧବାର ଜଗଦ୍୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି।…
କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ
କଟକ ଅଫିସ୍,୩୦।୪: ଲକ୍ଡାଉନ୍ ଯୋଗୁ ଏବେ ସମସ୍ତେ ପ୍ରଭାବିତ ହୋଇଛନ୍ତି। କିନ୍ତୁ ସରକାରଙ୍କ ଅଧିକାଂଶ ସହାୟତା କେବଳ ଗରିବ ଲୋକମାନେ ପାଉଥିବା ବେଳେ ମଧ୍ୟବିତ୍ତ ଏଥିରୁ ବଞ୍ଚିତ ହେଉଛନ୍ତି। ସେହିଭଳି ରୋଜଗାର ନ ଥିବା ଯୋଗୁ ଲୋକମାନେ ବିଦ୍ୟୁତ୍ ବିଲ୍ ଦେବା…
ସମନ୍ବୟ ପାଇଁ ନୋଡାଲ ଅଥରିଟି ଗଠନ କର
ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା(କୋଭିଡ୍-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍ଡାଉନରେ ରହିଛି। ଲକ୍ଷଲକ୍ଷ ଲୋକ ଅସହାୟ ଅବସ୍ଥାରେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେଠାରେ ସେମାନଙ୍କୁ କାମଧନ୍ଦା ମିଳୁ ନ ଥିବାରୁ ନିଜ ଭିଟାମାଟିକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ତେବେ…
ସୁରଟରୁ ଗଞ୍ଜାମରେ ପହଞ୍ଚିଲା ୪ ବସ୍
ଛତ୍ରପୁର,୩୦।୪(ଡି.ଏନ୍.ଏ.): ବାହାର ରାଜ୍ୟରେ ଫସିଥିବା ଲୋକେ ସ୍ଥଳପଥ ଓ ଜଳପଥରେ ଗଞ୍ଜାମ ଜିଲାକୁ ଫେରିବାରେ ଲାଗିଛନ୍ତି। ଜିଲା ସୀମା ସିଲ୍ ଓ ସମୁଦ୍ରପଥକୁ ପୋଲିସ, କୋଷ୍ଟଗାର୍ଡ ନଜର ରଖୁଥିବା କୁହାଯାଉଥିଲେ ମଧ୍ୟ ବହୁ ସଂଖ୍ୟକ ଲୋକ ଆସୁଛନ୍ତି। ଗୁଜରାଟର ସୁରଟ ଜିଲା…
ମୁସଲମାନ ବୋଲି ହେଲାନି ଡାଏଲିସିସ୍, ଚାଲିଗଲା ଜୀବନ
କଟକ ଅଫିସ୍,୩୦।୪: ମୁସଲମାନ ହୋଇଥିବା ଯୋଗୁ ଜଣେ କିଡ୍ନୀ ରୋଗୀଙ୍କୁ ଡାଏଲିସିସ୍ କରିବାକୁ ବୁଧବାର କଟକର ଏକ ଘରୋଇ ହସ୍ପିଟାଲ୍ କର୍ତ୍ତୃପକ୍ଷ ମନାକରି ଦେଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ଦାବିରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ…
ସହାୟତା ପାଇଁ ରାସ୍ତାରେ ଅଟୋ ଚାଳକ
ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଲକଡାଉନ୍ ପାଇଁ ଲୋକଙ୍କ ଜୀବନ ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ବିଶେଷ କରି ଅଟୋ ଚଲାଇ ପରିବାର ଭରଣପୋଷଣ କରୁଥିବା ଚାଳକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅଧିକାଂଶ ଅଟୋ ଚାଳକ ଋଣରେ ଅଟୋ କିଣିଛନ୍ତି। ଗୋଟିଏ ପଟେ…
ଦିବ୍ୟାଙ୍ଗଙ୍କ ପାଇଁ କୋଭିଡ୍ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କର
ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା ମହାମାରୀର ପ୍ରକୋପକୁ ହ୍ରାସ କରିବା ପାଇଁ କୋଭିଡ୍ ହସ୍ପିଟାଲଗୁଡ଼ିକରେ ଏକାନ୍ତବାସ (ଆଇସୋଲେଶନ), ସଙ୍ଗରୋଧ କେନ୍ଦ୍ର(କ୍ୱାରାଣ୍ଟାଇନ ସେଣ୍ଟର), ନମୁନା ପରୀକ୍ଷା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ସୁବିଧା ରହିଛି। ଦିବ୍ୟାଙ୍ଗଙ୍କ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକତାଠାରୁ କମ୍ ରହିଥାଏ। ତେଣୁ…
୧୩ କ୍ୱାରାଣ୍ଟାଇନ କେନ୍ଦ୍ର ଲାଗି ୩୦ଲକ୍ଷ ଖର୍ଚ୍ଚ
କାକଟପୁର,୩୦।୪(ଡି.ଏନ.ଏ.): ଲକଡାଉନ ଅବଧି ବଢ଼ିବା ପରେ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ନିଜ ଗ୍ରାମକୁ ଫେରିବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ପଞ୍ଚାୟତାରେ କ୍ୱାରାଣ୍ଟାଇନ କେନ୍ଦ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପ୍ରତି ସରପଞ୍ଚଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ…
ରେଭେନ୍ଶା ୨ୟ କ୍ୟାମ୍ପସକୁ ନେଇ ବିବାଦ
କଟକ ଅଫିସ,୩୦।୪: ରେଭେନ୍ଶା ବିଶ୍ୱବିଦ୍ୟାଳୟ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ନରାଜଠାରେ ନିର୍ମାଣ ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ବେଆଇନ ଭାବେ ପାଚେରି ନିର୍ମାଣ କରାଯାଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ନିୟମ ଓ ହାଇକୋର୍ଟଙ୍କ ଆଦେଶକୁ ଖୋଲାଖୋଲି ଭାବେ…
ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମୃତଦେହ
ନିମାପଡା, ୩୦।୪(ଡି.ଏନ.ଏ.): ଭାରତୀୟ ସେନା ବାହାନୀର ରାଜସ୍ଥାନ ଯୋଧପୁରଠାରେ କାର୍ଯ୍ୟରତ ଓଡ଼ିଆ ଯବାନ ରାଜେଶ କୁମାର ସାହୁ(୨୯)ଙ୍କ ଗୁଳିମାଡରେ ଶନିବାର ମୃତ୍ୟୁ ଘଟିଥିଲା। ତାଙ୍କ ଘର ପୁରୀ ଜିଲା ନିମାପଡା ଏନଏସି ଅନ୍ତର୍ଗତ ଅମୁଣିଆପାଟଣା ଗଁାରେ। ରାଜେଶଙ୍କ ମୃତ୍ୟୁ ଗୁଳିମାଡରେ ହୋଇଥିବା…
Archives


