ହୋଟେଲ, ରେଷ୍ଟୁରାଣ୍ଟ ପାଇଁ ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୪। ୮(ବ୍ୟୁରୋ): ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ କରୋନା ନିୟମ ମାନୁନାହାନ୍ତି। ଗହଳି ବଢୁଛି। ଏହାକୁ ଦେଖି ରାଜ୍ୟ ସରକାର ହୋଟେଲ ଏବଂ ରେଷ୍ଟୁରାଣ୍ଟ ପାଇଁ ଥିବା ଗାଇଡ୍‌ଲାଇନରେ ସଂଶୋଧନ କରିଛନ୍ତି। ଏ ନେଇ ସୋମବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତଦନୁଯାୟୀ ହୋଟେଲଗୁଡ଼ିକର ରେଷ୍ଟୁରାଣ୍ଟ ନିଜର ଅତିଥିମାନଙ୍କ ପାଇଁ ଖୋଲା ରହିବ। ତେବେ କର୍ମଚାରୀ ଓ ଅତିଥିମାନେ କେନ୍ଦ୍ର ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଏଥିସହିତ ରେଷ୍ଟୁରାଣ୍ଟ, ହୋଟେଲ, ଜାତୀୟ ରାଜପଥ କଡ଼ରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକ ପାର୍ସଲ, ହୋମ୍‌ ଡେଲିଭରି ଦେବାକୁ ଅନୁମତି ଦିଆଯାଇଛି। ରେଷ୍ଟୁରାଣ୍ଟ କର୍ମଚାରୀ ଅତିକମ୍‌ରେ ୬ ଫୁଟ ଦୂରତା ଅବଲମ୍ବନ କରିବା ସହ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମଙ୍ଗଳବାରଠାରୁ ସଂଶୋଧିତ ଗାଇଡ୍‌ଲାଇନ୍‌ ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଦୁବାଇରେ ଫସିଥିବା ୧୮ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଅନୁରୋଧ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଦୁବାଇରେ ଫସିଥିବା ୧୮ ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ଲାଗି ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର କେନ୍ଦ୍ର ବୈଦେଶିକ ବ୍ୟାପାର...

ଟ୍ରାଙ୍କୁଲାଇଜ୍‌ ବେଳେ ବନ ଅଧିକାରୀଙ୍କୁ ଶୁଣ୍ଢରେ କଚାଡ଼ିଲା ହାତୀ: ଦୁଇ ଆହତ

ନିରାକାରପୁର,୨୨ା୧୧(ଡି.ଏନ୍‌.ଏ.): ଦୀର୍ଘ ଦିନହେଲା ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଭୂଷଣ୍ଡପୁର ଫରେଷ୍ଟର ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବା ସହିତ ଧନଜୀବନ ହାନି ଘଟୁଛି। ଏହାକୁ ରୋକିବା...

ପୁଣି ମାତିଲେ ସାଇବର ଠକ: ସେକେଣ୍ଡରେ ଆକାଉଣ୍ଟରୁ କଟିଗଲା ୮ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ପୋଲିସ ଏବଂ କ୍ରାଇମ୍‌ବ୍ରାଞ୍ଚର ବିଫଳତା ଫଳରେ ଦିନକୁ ଦିନ ସାଇବର ଅପରାଧୀମାନେ ମାତିଲେଣି। ସେମାନେ ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଏକାଧିକ ଲୋକଙ୍କୁ ଟାର୍ଗେଟ...

ସବୁ ଛାତ୍ରୀନିବାସ ଲାଗି ୩ ହଜାର ମାଟ୍ରନ ପଦବୀ

ଭୁବନେଶ୍ୱର, ୧୪ା୩(ବ୍ୟୁରୋ): ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ରାଜ୍ୟ ସରକାରଙ୍କ ଏସ୍‌ସି ଆଣ୍ଡ ଏସ୍‌ଟି ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।...

ତ୍ରୁଟି ସୁଧାରିଲେ ସରକାର

ଭୁବନେଶ୍ୱର,୨ା୬(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାଙ୍କୁ ଗୁଣବତ୍ତାର ଶିକ୍ଷା ପ୍ରଦାନ କରିବା ନାଁରେ ଅନେକ ତ୍ରୁଟି କରାଯାଉଛି। ତୃତୀୟ ଶ୍ରେଣୀର ଓଡ଼ିଆ ଭାଷା...

ରାଜଧାନୀରେ ଶିଶୁକନ୍ୟାଙ୍କୁ ବଳାତ୍କାର ମାମଲା:୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୨୨ା୮(ବ୍ୟୁରୋ)- ଗତ ମଙ୍ଗଳବାର ରାଜଧାନୀରେ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା। ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରିବିହାର ଅଞ୍ଚଳରେ ଜଣେ ୬ବର୍ଷର ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମଁୁ...

ବନ୍ଦ ମନ୍ଦିର କୋଠରିରେ ୧୦ ଘଣ୍ଟା ମା’, ଝିଅ: ତାଲା ଭାଙ୍ଗି ଉଦ୍ଧାର କଲା ପୋଲିସ

ପୁରୀ ଅଫିସ,୨୧।୫: ପୁରୀ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୧୦ଘଣ୍ଟା ଧରି ଏକ ମନ୍ଦିରର ବନ୍ଦ କୋଠରିରେ ରହିବା ପରେ ସୋମବାର ସକାଳେ...

କ୍ରାଇମ୍‌ବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ନେଲେ ଅରୁଣ ବୋଥ୍ରା

କଟକ ଅଫିସ, ୬ା୫- କ୍ରାଇମବ୍ରାଞ୍ଚ ଏଡିଜି ଭାବେ ୧୯୯୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ...

Advertisement
Archives

Model This Week