ଓଡ଼ିଶା ପର୍ଯ୍ୟଟନକୁ ସାହା ‘ରୋଡ୍‌ ଟ୍ରିପ୍‌’

ଭୁବନେଶ୍ୱର,୪। ୮(ବ୍ୟୁରୋ): କରୋନା ସ୍ଥିତି ସୁଧୁରିବା ପରେ ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ସଡକ ପଥେ ପର୍ଯ୍ୟଟନ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ‘ରୋଡ୍‌ ଟ୍ରିପ୍‌ସ ଟୁ ଆଣ୍ଡ୍‌ ଥ୍ରୁ ଓଡ଼ିଶା’ ନାମକ ଏହି ଯୋଜନା ମାଧ୍ୟମରେ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ପୁନରୁଦ୍ଧାର କରାଯିବ। ସଡକ ପଥରେ ପର୍ଯ୍ୟଟନ ବା ରୋଡ୍‌ ଟ୍ରିପ୍‌ ଟୁରିଜମ୍‌ ଆରମ୍ଭ କରି ଓଡିଶା ପର୍ଯ୍ୟଟନ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିବା ସହ ମଡେଲ ଭାବେ କାର୍ଯ୍ୟ କରିବ। ଏହା ମାଧ୍ୟମରେ ଆନ୍ତଃରାଜ୍ୟ ପର୍ଯ୍ୟଟନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ। ପଡୋଶୀ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଅଧିକ ଫୋକସ ରହିବ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି।
ନୂଆ ଯୋଜନା ମାଧ୍ୟମରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ସହରରୁ ପର୍ଯ୍ୟଟକମାନେ ଯେପରି ସଡ଼କ ପଥରେ ଓଡିଶା ଆସିପାରିବେ ତାହାକୁ ପ୍ରାଥମିକତା ଦିଆଯିବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଛତିଶଗଡର ରାୟପୁର ଓ ବିଳାସପୁର, ଝାଡଖଣ୍ଡର ରାଞ୍ଚତ୍ ଓ ଜାମସେଦପୁର, ପଶ୍ଚିମବଙ୍ଗର କୋଲକାତା ଓ ଖଗଡପୁରରେ ଏବେ ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରାଯାଉଛି। ସେଠାକାର ଲୋକେ ଯେପରି ଓଡ଼ିଶାର ବିସ୍ତୀର୍ଣ୍ଣ ବେଳାଭୂମି, ପାହାଡ, ଜଙ୍ଗଲ, ଆଦିବାସୀ ଅଞ୍ଚଳ, ଦୁଃସାହସିକ ପର୍ଯ୍ୟଟନ, ଐତିହ୍ୟ ପର୍ଯ୍ୟଟନ ଏବଂ ଓଡ଼ିଶାର ଉତ୍କୃଷ୍ଠ ହସ୍ତଶିଳ୍ପ ଓ ହସ୍ତତନ୍ତର ମଜା ନେଇପାରିବେ ତାହାକୁ ଗୁରୁତ୍ୱ ଦିଆଯିବ। ସେହିଭଳି ରାଜ୍ୟର ଇକୋ-ଟୁରିଜମ୍‌ ସେଣ୍ଟରଗୁଡ଼ିକ ଧୀରେ ଧୀରେ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ହେଉଥିବାବେଳେ ସେଠାରେ ନିରୋଳାରେ ରହି ଜଣେ ସବୁଜିମା ପରିବେଶ ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇପାରିବେ। ସାତକୋଶିଆ ସହ ଦାରିଙ୍ଗବାଡ଼ି, ଚିଲିକା ହ୍ରଦ, ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌, ଚାନ୍ଦିପୁର ଆଦି ସ୍ଥାନର ପ୍ରଚାର କରାଯିବ। ପ୍ରାକୃତିକ ସବୁଜିମାରେ ଭରପୁର କନ୍ଧମାଳ, କେନ୍ଦୁଝର, ଗଜପତି ଓ କୋରାପୁଟ ଭଳି ଜିଲା ବର୍ଷାଦିନେ ରୋଡ୍‌ ଟ୍ରିପ୍‌ ପାଇଁ ସବୁଠାରୁ ଊତ୍କୃଷ୍ଠ ସ୍ଥାନ ହୋଇଥିବାରୁ ଏହାର ଅଧିକ ପ୍ରଚାର ପ୍ରସାର କରାଯିବ। ରେଣ୍ଟାଲ୍‌ କାର୍‌ ବା ନିଜସ୍ବ ଗାଡ଼ି ମାଧ୍ୟମରେ ଯେପରି ପର୍ଯ୍ୟଟକମାନେ ଆସିପାରିବେ ସେଥିଲାଗି ସମସ୍ତ ବ୍ୟବସ୍ଥା କରାଯିବ। ଭ୍ରମଣକୁ ଭଲପାଉଥିବା ଲୋକେ କରୋନା ପାଇଁ ଲକ୍‌ଡାଉନରେ ରହିଥିବାରୁ ଏବେ ସେମାନେ ବାହାରକୁ ଯିବାକୁ ଚାହୁଁଛନ୍ତି। ମାତ୍ର ସାଧାରଣ ପରିବହନ ବ୍ୟବସ୍ଥା ଏକ ପ୍ରକାର ବନ୍ଦ ଥିବାରୁ ପର୍ଯ୍ୟଟକମାନେ ସଡକ ପଥରେ ସୁରକ୍ଷିତ ଯାତ୍ରା କରିବାକୁ ଉଚିତ୍‌ ମଣିବେ। ଏଭଳିସ୍ଥଳେ ଓଡ଼ିଶାର ଉତ୍ତମ ଓ ସୁଦୀର୍ଘ ସଡକପଥ ଓ ଏହାର ଦୁଇ ପାର୍ଶ୍ୱରେ ଥିବା ସବୁଜିମା ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ସେମାନଙ୍କୁ ଆକୃଷ୍ଟ କରିପାରିବ। ସେହିଭଳି ରାଜ୍ୟର ୨୦ଟି ଅଭୟାରଣ୍ୟ ପାର୍ଶ୍ୱରେ ଥିବା ସବୁଜିମା ପରିବେଶ ସହିତ ମହାନଦୀ, ବାହ୍ମଣୀ ଏବଂ ବୈତରଣୀର ଅବବାହିକା ପର୍ଯ୍ୟଟକଙ୍କୁ ନୂତନ ଅନୁଭୂତି ପ୍ରଦାନ କରିବ ବୋଲି ଟୁର୍‌ ଅପରେଟର୍‌ମାନେ ଆଶାବ୍ୟକ୍ତ କରିଛନ୍ତି। ଏଥିଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପର୍ଯ୍ୟାୟକ୍ରମେ ଟ୍ରାଭେଲ ବିଶେଷଜ୍ଞ, ବରିଷ୍ଠ ଅଧିକାରୀ ଓ ଟୁର୍‌ ଅପରେଟରଙ୍କ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି। ଏହି ନୂତନ ଯୋଜନା ସମ୍ପର୍କରେ ବିଭାଗ ନିଜ ଓ୍ବେବ୍‌ସାଇଟ୍‌ ସହ ସୋସିଆଲ ମିଡ଼ିଆ ସାଇଟ୍‌ରେ ପ୍ରଚାର କରିବ। ସେହିଭଳି ବ୍ଲଗିଂ ମାଧ୍ୟମରେ ଏହାର ପ୍ରମୋଶନ କରାଯିବ। ସ୍ବତନ୍ତ୍ର ବ୍ରୋଚରରେ ରୋଡ୍‌ ସାଇଡ୍‌ ବା ଓ୍ବେ ସାଇଡ୍‌ ଆମେନିଟିଜ୍‌, ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ପେଟ୍ରୋଲ ପମ୍ପ, ଶୌଚାଳୟ, ଗ୍ୟାରେଜ, ହସ୍ପିଟାଲ, ପୋଲିସ ଷ୍ଟେଶନ ଆଦି ସମ୍ପର୍କରେ ଉଲ୍ଲେଖ କରାଯିବ। ପର୍ଯ୍ୟଟକଙ୍କ ପାଇଁ କୋଭିଡ୍‌ ମାର୍ଗଦର୍ଶିକା ମଧ୍ୟ ଏଥିରେ ଉପଲବ୍ଧ ରହିବ। ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ କିଛିମାତ୍ରାରେ ଛିଡ଼ା କରାଯାଇପାରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୪୧କୁ ବୃଦ୍ଧି ପାଇଛି। କେବଳ କଳାହାଣ୍ଡି...

ଆନ୍ଦୋଳନରୁ ଓହରିଲେ ୪ ବାର୍‌ ଆସୋସିଏଶନ

କଟକ ଅଫିସ,୨୭।୧: ପଶ୍ଚିମ ଓଡ଼ିଶାର ୪ ବାର୍‌ ଆସୋସିଏଶନ ବିଧିବଦ୍ଧ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଯାଇଛନ୍ତି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା...

ପାଠ୍ୟପୁସ୍ତକ ଜ୍ଞାନକୁ ଜୀବନରେ ବିନିଯୋଗ କର: ଓ୍ବାଙ୍ଗ୍‌ଚୁକ୍‌

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ):ଶିକ୍ଷା କ୍ରାନ୍ତି ବା କୌଣସି ବ୍ୟକ୍ତିର ଶିକ୍ଷାର ବିକାଶ ପାଇଁ ‘ପଢ଼ିବା, ଲେଖିବା ଓ ଗଣିତ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରୀଛାତ୍ରମାନେ ସମାଜରେ ସକାରାତ୍ମକ ଚିନ୍ତନ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୩୬କୁ ବୃଦ୍ଧି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୪୩ କରୋନା ଆକ୍ରାନ୍ତ। ଏନେଇ ଶୁକ୍ରବାର ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି...

ଗାଡ଼ି ଗଲାନି, ଖଟିଆରେ ବୁହାହେଲେ ବ୍ୟକ୍ତି; ଡାକ୍ତରଖାନାରେ ଜୀବନ ଗଲା

ବରଗଡ଼ ଅଫିସ୍‌/ସରଣ୍ଡା,୧୫।୮: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମରେ ରାସ୍ତା ଖରାପ ଯୋଗୁ ଜଣେ ରୋଗୀଙ୍କୁ ଖଟିଆରେ ବୋହିବା ଏବଂ...

ଅସ୍ଥାୟୀ ଭାବେ ରାଜମହଲ ଛକକୁ ସ୍ଥାନାନ୍ତର ହେଲା ୧ ନଂ ପରିବା ହାଟ

ଭୁବନେଶ୍ୱର,୨୬।୩(ବ୍ୟୁରୋ): କରୋନା ଭୂତାଣୁକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହ କରୋନା ଭୂତାଣୁ ସଂକ୍ରମଣ...

୧୦ ଦିନରେ ଦୁର୍ବଳ ନଦୀବନ୍ଧ ଚିହ୍ନଟ ନିର୍ଦ୍ଦେଶ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ଜଳସମ୍ପଦ ବିଭାଗ। ୧୦ ଦିନ (ଏପ୍ରିଲ୍‌ ୧୬ରୁ ୨୬) ମଧ୍ୟରେ...

ଭାଜପା ସହ ବୁଝାମଣା ପାଇଁ ସବୁ ଦଳ ପିଣ୍ଡାରେ ବସୁଛନ୍ତି: ବିଷ୍ଣୁ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟ। ମଙ୍ଗଳବାର ଭାଜପା ସହ ବୁଝାମଣା ପାଇଁ ସମସ୍ତେ ଆଗ୍ରହୀ କି ପ୍ରଶ୍ନରେ ବିଷ୍ଣୁ...

Advertisement
Archives

Model This Week