ସ୍ଲୁଇସ୍‌ ଗେଟ୍‌ର ଫାଟକ ମରାମତି କଲେ ଚାଷୀ

ପଦ୍ମପୁର, ୪ା୮(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତର ମେଳକସାହି ଠାରେ ଅବସ୍ଥିତ ସ୍ଲୁଇସ ଗେଟର ଫାଟକକୁ ସୋମବାର ଚାଷୀ ମାନେ ମିଳିତ ଉଦ୍ୟମରେ ମରାମତି କରିଛନ୍ତି। କଞ୍ଚୁଡ଼ି ନଦୀ ଉପରେ ଅବସ୍ଥିତ ଏହି ସ୍ଲୁଇସ ଗେଟ୍‌ ଉପରେ ଜଳସେଚନ ପାଇଁ ସ୍ଥାନୀୟ ପଦ୍ମପୁର, ସୁଗୋ, ଏଡ଼ତାଳ, ଲୁଙ୍ଗା ଓ ଭଦ୍ରକ ବ୍ଲକର ସାହାଡ଼ା ପଞ୍ଚାୟତର ଚାଷୀମାନେ ନିର୍ଭର କରିଥାନ୍ତି। ବର୍ଷାଦିନରେ ଗେଟ୍‌ ପକାଇ ନଦୀର ଜଳକୁ ଅଟକ ରଖାଯାଇ ଚାଷ କାର୍ଯ୍ୟରେ ବ୍ୟବହାର କରାଯିବା ସହ ବନ୍ୟା ନିୟନ୍ତ୍ରଣ କରାଯାଇଥାଏ। ଦୀର୍ଘ ୨୦ ବର୍ଷ ପୂର୍ବେ ନିର୍ମିତ ଏହି ସ୍ଲୁଇସ୍‌ ଗେଟର ୭ଟି ଫାଟକ ମଧ୍ୟରୁ ୪ଟି ଫାଟକ କଳଙ୍କି ଲାଗି ଫୁଟି ଯାଇଥିଲା। ଫଳରେ ଜଳକୁ ଅଟକ ରଖିବା ସମ୍ଭବ ହେଉନଥିଲା। ଏହାକୁ ନେଇ ଗ୍ରାମବାସୀ ଭଦ୍ରକ ଜିଲାପାଳ ଜଳସେଚନ ବିଭାଗର ବିଭାଗୀୟ କର୍ମକର୍ତ୍ତାଙ୍କୁ ବିଭିନ୍ନ ସମୟରେ ଳିଖିତ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର କୌଣସି ପ୍ରତିକାର କରାଯାଇ ନ ଥିଲା। ସାମ୍ପ୍ରତିକ ପରିସ୍ଥିତିରେ ବାସୁଦେବପୁର ବ୍ଲକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚାଷୀମାନେ ଜଳ ଅଭାବରୁ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିଲା। ଏହାକୁ ନେଇ ଚାଷୀମାନେ ଏକଜୁଟ ହୋଇ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାରେ ବାଉଁଶ ଓ ଦିସ୍ତା ବ୍ୟବହାର କରି ସ୍ଲୁଇସ୍‌ ଗେଟ୍‌ର ଫାଟକକୁ ବନ୍ଦ କରିଛନ୍ତି। ଫଳରେ ଜଳକୁ ଅଟକାଇ ରଖି ଚାଷ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ବୋଲି ଚାଷୀ ମାନେ ମତ ରଖିଛନ୍ତି। ଏହି ମରାମତି କାର୍ଯ୍ୟକୁ ଧନେଶ୍ୱର ନାୟକ, ମୁକ୍ତିକାନ୍ତ ନାୟକ, ହରେକୃଷ୍ଣ ନାୟକ, ସୁବାଷ ନାୟକ, ପ୍ରଶାନ୍ତ ନାୟକ, ଶୁକଦେବ ନାୟକଙ୍କ ସହ ଶତାଧିକ ଚାଷୀ ସହଯୋଗ କରିଥିବା ବେଳେ ଶତାଧିକ ଗ୍ରାମବାସୀ ସହଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri