ସୁବର୍ଣ୍ଣରେଖାରେ ବାଲିସଇରାତ ନିଲାମ ଲାଗି ସର୍ଭେ

ଜଳେଶ୍ୱର, ୪।୮(ସ୍ବ.ପ୍ର.)-ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା ଓ ବାଲିଆପାଳ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀର ନୂତନ ଭାବେ ସୃଷ୍ଟି ହୋଇଥିବା ବାଲିପଠାକୁ ନିଲାମ ଦେବା ଲାଗି ସର୍ଭେ ଆରମ୍ଭ ହୋଇଛି। ବାଲେଶ୍ୱର ଉପଜିଲାପାଳଙ୍କ ନିର୍ଦ୍ଦେଶରେ ରବିବାର ଏକ ୨୫ଜଣିଆ ଟିମ୍‌ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନ ବୁଲି ସର୍ଭେ କରିଛନ୍ତି। ଗତ ଜୁଲାଇ ୨୭ତାରିଖରେ ବାଲେଶ୍ୱର ଉପଜିଲାପାଳ ଆଶିଷ ଈଶ୍ୱର ପଟେଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସ୍ଥାନର ବାଲି ସଇରାତ ସମ୍ପର୍କରେ ଆଲୋଚନା ହୋଇଥିଲା। ତେଣୁ ଜିଲାପାଳଙ୍କ ଚିଠି (ନଂ. ୫୦୭ ତା ୨୭ା୭ା୨୦) ଅନୁଯାୟୀ ଅଗଷ୍ଟ ୨ତାରିଖରେ ୫ଟି ବିଭାଗର କର୍ମଚାରୀଙ୍କୁ ନେଇ ଜିଲାର ବିଭିନ୍ନ ନୂଆ ବାଲି ସଇରାତ ସମ୍ପର୍କରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ରବିବାର ସୁବର୍ଣ୍ଣରେଖା ନଦୀର ଏକତାଳି (କ), ଏକତାଳି (ଖ), ଗୋବର୍ଦ୍ଧନପୁର, ଚୋରମରାର ଚଣ୍ଡି ବସ୍ତି, ଗଡସାହି ବାଲିଆପାଳ, ଦିନା ବେଲବାରିଆ, ପାଳବେଗୁନିଆ ଓ ବାଲିଆପାଳସ୍ଥିତ ନୂତନ ବାଲି ସୌରାତଗୁଡିକରେ ସର୍ଭେ କରାଯାଇଛି। ଉପଜିଲାପାଳ ବାଲି ସୌରାତଗୁଡିକର ସ୍ଥିତି, ପ୍ରଦୂଷଣ ବୋର୍ଡ଼, ଖଣି ଆଇନ, ଜଙ୍ଗଲ ବିଭାଗ ଆଇନ ଓ ଜଳସେଚନ ବିଭାଗର ମତାମତ ସହିତ ରାଜସ୍ବ ବିଭାଗର ତହସିଲଦାରମାନଙ୍କ ମତାମତକୁ ପର୍ଯ୍ୟାଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏହି ଟିମ୍‌ରେ ରିଜିଓନାଲ ଷ୍ଟେଟ୍‌ କଣ୍ଟ୍ରୋଲ ବୋର୍ଡ଼ ପକ୍ଷରୁ ଅନୀଲ କୁମାର ବାରିକ, ବାରିପଦା ମାଇନିଂ ଅଫିସ୍‌ ପକ୍ଷରୁ ସୁରେନ୍ଦ୍ର ସିକ୍‌ଲେ, ଜଳସେଚନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଇଂ. ପ୍ରିୟବ୍ରତ ସିଂ, ନିର୍ମଳକାନ୍ତି ଜେନା, ବନବିଭାଗର ଏସ୍‌ସିଏଫଓ ତପନ କୁମାର ପରିଡା, ସରୋଜ କୁମାର ମହାନ୍ତି, ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ସୁପରଭାଇଜର ଶୁଭେନ୍ଦୁ କୁମାର ସାହୁ, ଜମଳାପୁର ଆର୍‌ଆଇ ପ୍ରଭୁରାମ କାସ୍ତ, ଅମୀନଳ ପ୍ରତାପ କୁମାର ଭଞ୍ଜଙ୍କ ସହିତ ବସ୍ତା, ରେମୁଣା, ବାଲିଆପାଳର ତହସିଲଦାରମାନେ ଉପରୋକ୍ତସ୍ଥାନଗୁଡିକୁ ଅନୁଧ୍ୟାନ କରି ଫେରିଛନ୍ତି। ଉପରୋକ୍ତ ସ୍ଥାନରେ ଚୋରାରେ ବାଲିଚାଲାଣ ହେଉଥିବାରୁ ସରକାରଙ୍କ ରାଜସ୍ବ ବଢ଼ାଇବାକୁ ଲକ୍ଷ୍ୟରେ ରଖି ଏପରି କରାଯାଇଥିବା ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?