ଶ୍ରୀକ୍ଷେତ୍ରରୁ ଜାତିସଂଘ

ପୁରୀ ଅଫିସ,୪। ୮: ବୟସ ୨୦। ହେଲେ ମିଳିତ ଜାତିସଂଘ ପକ୍ଷରୁ ୧୦ଟି ଦେଶରେ ଆୟୋଜିତ ୫୦ଟି ସମ୍ମିଳନୀରେ ବକ୍ତୃତା ଦେଇସାରିଲେଣି। ଏତେ କମ୍‌ ବୟସରେ ଏଭଳି ସଫଳତା ଆଣି ସେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଗୌରବ ପାଲଟିଛନ୍ତି। ଯୁବପିଢି କିପରି ସଶକ୍ତ ହୋଇ ଆଗକୁ ବଢିବେ ସେଥିପାଇଁ ଜାତିସଂଘରେ କାମ କରୁଛନ୍ତି। ଏମିତି ଜଣେ ଯୁବ ବ୍ୟକ୍ତିତ୍ୱ ହେଉଛନ୍ତି ଓଡ଼ିଆ ପୁଅ ଆଶୁତୋଷ ପଟ୍ଟନାୟକ। ପୁରୀ ବଳିଆପଣ୍ଡା ଅଞ୍ଚଳରୁ ଜାତିସଂଘର ଗୁଡ୍‌ୱିଲ୍‌ ୟୁଥ୍‌ ଆମ୍ବାସାଡର ଏକ ଲମ୍ବା ପଥର ଯାତ୍ରୀ। ସବୁବେଳେ ନିଜ କାମକୁ ନେଇ ଗମ୍ଭୀର ରହୁଥିବା ଆଶୁତୋଷ ଯୁବପିଢିଙ୍କୁ ନିଜ ଭବିଷ୍ୟତ ଗଢିବାର ନୂଆ ରାହା ଦେଖାଉଛନ୍ତି। ବିଶ୍ୱର ପ୍ରତିଟି ଘରେ ଶିକ୍ଷା, ଯୁବପିଢିଙ୍କ ବିକାଶ, କରୋନା ମୁକାବିଲା ଏବଂ ଏହାର ପରବର୍ତ୍ତୀ ସ୍ଥିତିକୁ କିପରି ସାମ୍ନା କରିବାକୁ ହେବ ତାହା ଉପରେ ସ୍ପଷ୍ଟ ମତ ରଖିଛନ୍ତି।
ସୋମବାର ବଳିଆପଣ୍ଡାସ୍ଥିତ ବାସଭବନରେ ଗଣମାଧ୍ୟମକୁ ସୂଚନା ଦେଇ ଆଶୁତୋଷ କହିଛନ୍ତି, ବର୍ତ୍ତମାନ ସମଗ୍ର ବିଶ୍ୱକୁ ମହାମାରୀ କରୋନା ଆତଙ୍କିତ କରିଛି। କିନ୍ତୁ କରୋନାକୁ ଭୟ କରି ସମ୍ପୂର୍ଣ୍ଣ ଭାବେ ଘରେ ବସିଲେ ହେବ ନାହିଁ। କିପରି ଆଗକୁ ବଢିବାକୁ ହେବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହା ଉପରେ ଜାତିସଂଘ ଫୋକସ ରଖିଛି। ବିଶେଷକରି ଯୁବପୀଢିଙ୍କୁ ସଶକ୍ତ କରିବା ଉପରେ ଜାତିସଂଘ ଗୁରୁତ୍ୱ ଦେଇଆସୁଛି। କାରଣ ବିଶ୍ୱର ଆଧାର ବା ମୂଳ ହେଉଛନ୍ତି ଯୁବପିଢି। ମୂଳକୁ ହିଁ ଆମକୁ ସଶକ୍ତ କରିବାକୁ ପଡ଼ିବ। ଯୁବପିଢିଙ୍କୁ ସଶକ୍ତ କରିବା ପାଇଁ ଜାତିସଂଘ ତାଙ୍କ ଭଳି ଗୁଡ୍‌ୱିଲ ଆମ୍ବାସାଡ଼ରଙ୍କୁ ନିଯୁକ୍ତି ଦେଇଥାଏ।
ମିଳିତ ଜାତିସଂଘ ଏବଂ ସରକାର ସର୍ବଦା ସେମାନଙ୍କ ପାଇଁ ରହିଛନ୍ତି ବୋଲି ଯୁବପିଢିଙ୍କୁ ସଚେତନ କରିବା ହେଉଛି ଗୁଡ୍‌ୱିଲ ୟୁଥ୍‌ ଆମ୍ବାସାଡରଙ୍କ ମୁଖ୍ୟ କାମ। ତେବେ ଯୁବବର୍ଗ ସଶକ୍ତ ହେବାକୁ ହେଲେ ଶିକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ସବୁ ଦେଶ ଅନୁସରଣ କରିବା ଦରକାର। ମାତ୍ର ବିଶ୍ୱବ୍ୟାପୀ ଅନେକ ଯୁବତୀ ଯୁବକ ଅଛନ୍ତି ଯେଉଁମାନଙ୍କ ପାଖରେ ଏବେ ବି ଶିକ୍ଷା ଅପହଞ୍ଚ। ଅର୍ଥାତ୍‌ ପାଠ ପଢିବା ଲାଗି ସେମାନଙ୍କୁ ସୁଯୋଗ ମିଳୁନାହିଁ। ଓଡ଼ିଶାରେ ବି ଏମିତି ଉଦାହରଣ ରହିଛି। କିନ୍ତୁ ସମସ୍ତଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ। ଶିକ୍ଷା ଏକ ଅଧିକାର। ଏଭଳି ମାନସିକତା ସମସ୍ତଙ୍କର ରହିବା ଦରକାର। ସାମ୍ପ୍ରତିକ ସ୍ଥିତିରେ କରୋନା ଅନେକଙ୍କୁ ମାନସିକ ଅବସାଦଗ୍ରସ୍ତ କରିଦେଇଛି। କିନ୍ତୁ ଏଥିରେ ଭାଙ୍ଗି ନ ପଡ଼ି ନିଜକୁ ଧୈର୍ଯ୍ୟ ଧରିବାକୁ ହେବ। ଜୀବନରେ ଆଗକୁ କିପରି ବଢି ହେବ ସେ ନିଷ୍ପତ୍ତି ନିଜେ ହିଁ ନେବାକୁ ପଡ଼ିିବ। ଏଭଳି ସ୍ଥିତିରେ ମିଳିତ ଜାତିସଂଘ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ। ସେହିପରି କରୋନା ସମ୍ପର୍କରେ ଆଶୁତୋଷ କହିଥିଲେ, ଏହା ଗୋଟିଏ ମହାମାରୀ ନୁହେଁ। ବିଗତ ଦିନରେ ଏମିତି ଅନେକ ମହାମାରୀକୁ ମଣିଷ ସାମ୍ନା କରିଛି। ଆଜି କରୋନା ଅଛି ଆଗାମୀ ଦିନରେ ଆଉ ଏହିଭଳି କୌଣସି ରୋଗ ଆସିବ। ତେଣୁ ମଣିଷକୁ ଏଭଳି ପରିସ୍ଥିତି ସହ ଲଢେଇ କରି ବଞ୍ଚତ୍ବାକୁ ପଡ଼ିବ। ପଛକୁ ନ ଚାହିଁ ଆଗକୁ ହିଁ ଯିବାକୁ ହେବ। ଓଡ଼ିଶା ପାଇଁ ଅନେକ କିଛି ସ୍ବପ୍ନ ଦେଖିଥିବା ଆଶୁତୋଷ ଦୁବାଇରେ ରହୁଥିଲେ ବି ତାଙ୍କ ମନ ଓ ହୃଦୟ ସବୁବେଳେ ଓଡ଼ିଶା ସହିତ ରହିଛି। ଜଣେ ଓଡ଼ିଆ ଭାବେ ସେ ନିଜକୁ ଗର୍ବ ଅନୁଭବ କରନ୍ତି। ଓଡ଼ିଶାର ଯୁବପିଢି କେବେ ମନରେ ହତାଶା ଭାବ ନ ରଖି ସବୁବେଳେ ଆଗକୁ ବଢିବାର ପ୍ରୟାସ ଜାରି ରଖନ୍ତୁ, ଦିନେ ନା ଦିନେ ସଫଳତା ପାଦ ଛୁଇଁବ ବୋଲି ଆଶୁତୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri