ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ ସବୁଜ କୃଷି

ଭୁବନେଶ୍ୱର,୪। ୮(ବ୍ୟୁରୋ)

କୃଷି କ୍ଷେତ୍ରରୁ ନିର୍ଗତ ହେଉଥିବା ଗ୍ରୀନ ହାଉସ ଗ୍ୟାସ୍‌କୁ ହ୍ରାସ କରିବା ଲକ୍ଷ୍ୟରେ ଗତ ଜୁଲାଇ ୨୮ରେ କେନ୍ଦ୍ର ସରକାର ଗ୍ରୀନ-ଏଜି(ସବୁଜ କୃଷି) ପ୍ରକଳ୍ପ ନାମରେ ଏକ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏହା ମିଜୋରାମ୍‌ରେ ଆରମ୍ଭ ହୋଇଥିବାବେଳେ ଖୁବ୍‌ଶୀଘ୍ର ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡରେ ଆରମ୍ଭ ହେବ। ଏହି ୫ଟି ରାଜ୍ୟର ୧୦୪.୦୭୦ ହେକ୍ଟର ଜମିରେ ଜଳ ପରିଚାଳନା, ଜୈବିକ(ଅର୍ଗାନିକ) ଚାଷ ଏବଂ କୃଷି ଜୈବ ବିବିଧତା ବଜାୟ ରଖିବା ନେଇ ଚାଷୀମାନଙ୍କୁ ସଚେତନ କରାଯିବ। ଓଡିଶାର ଶିମିଳିପାଳ ଅଞ୍ଚଳରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯିବାର ଯୋଜନା ରହିଛି। ଏହା ଦ୍ୱାରା କୃଷି କ୍ଷେତ୍ରରୁ ବାର୍ଷିକ ନିର୍ଗମନ ହେଉଥିବା ୪୯ ନିୟୁତ କାର୍ବନ ଡାଇଅକ୍ସାଇଡ ଗ୍ୟାସକୁ ରୋକାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପାଇଲଟ ପ୍ରକଳ୍ପ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ। ତେବେ ଏହି ଚାଷ ପ୍ରଣାଳୀ ଦ୍ୱାରା କୃଷି ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ସବୁଜ କୃଷି ଦ୍ୱାରା ପରିବେଶ କିଛି ମାତ୍ରାରେ ସୁଧୁରିଲେ ମଧ୍ୟ ଆଗାମୀ ଦିନରେ ଘୋର ଖାଦ୍ୟ ସଙ୍କଟ ଦେଖାଦେବାର ସମ୍ଭାବନା ଥିବା କୃଷି ବିଶେଷଜ୍ଞ ଆଶଙ୍କା କରିଛନ୍ତି।
କୃଷି ବିଶେଷଜ୍ଞ ତଥା ଓୟୁଏଟିର ପୂର୍ବତନ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପାଇଲଟ ପ୍ରକଳ୍ପ ହେଲେ ଚାଷୀମାନେ ଜମିରେ ଆଉ ରାସାୟନିକ ସାର, କୀଟନାଶକ ଔଷଧ, ଗୋବରଖତ ଆଦି ପ୍ରୟୋଗ କରିବେ ନାହିଁ। ଏହାଦ୍ୱାରା ଚାଷୀଙ୍କୁ ବଡ଼ ଆକାରରେ କ୍ଷତି ସହିବାକୁ ପଡିବ। ଉତ୍ପାଦନ ହ୍ରାସ ପାଇବା ସାଙ୍ଗକୁ ଚାଷୀମାନେ ସମାନଙ୍କ ଉତ୍ପାଦିତ ଶସ୍ୟ ମଧ୍ୟ ବିକ୍ରି କରିପାରିବେ ନାହିଁ। ଏହି ପ୍ରଣାଳୀରେ ଚାଷ କରାଗଲେ ଚାଷ କରିବାର ୫ ବର୍ଷ ପରେ ଜମି ଲାଭ ଦେବା ଆରମ୍ଭ କରିବ। ସେ ପର୍ଯ୍ୟନ୍ତ ଚାଷରେ ହେଉଥିବା କ୍ଷତିକୁ ଚାଷୀ ଭରଣା କରିବା ଅବସ୍ଥାରେ ରହିବ ନାହିଁ। କେବଳ ସେତିକି ନୁହେଁ, ଉତ୍ପାଦିତ ଶସ୍ୟର ଉତ୍ପାଦନ ମୂଲ୍ୟ ମଧ୍ୟ ବହୁ ପରିମାଣରେ ବଢି ଯିବ। ଅପରପକ୍ଷରେ କରୋନା ମହାମାରୀ ପରେ ଲୋକମାନେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବେ। ପୁଷ୍ଟିକର, ସ୍ବାସ୍ଥ୍ୟକର ଏବଂ ସୁରକ୍ଷିତ ଖାଦ୍ୟର ଚାହିଦା ବଢିବ। ସବୁଜ ଚାଷ ପାଇଁ ସରକାର ୫ ବର୍ଷ ଲାଗି ଚାଷୀଙ୍କ କ୍ଷତି ଭରଣା କରିବାକୁ ପ୍ରସ୍ତୁତ ରହିଲେ ଏହି ଚାଷ ସଫଳ ହୋଇପାରିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କଥା କହିବା କଥା ହେଲା ସବୁଜ ଚାଷ ଏକ ଉତ୍ତମ ପ୍ରୟାସ। ତାହା କେତେଦୂର ସଫଳ ହେବ ଭବିଷ୍ୟତ କହିବ। କେନ୍ଦ୍ର ସରକାର ଚାଷୀଙ୍କୁ ଏବେ ଧାନର ଉତ୍ପାଦନ ମୂଲ୍ୟ ଠିକ୍‌ରେ ଦେଇପାରୁ ନାହାନ୍ତି। ସବୁଜ ଚାଷ ଯୋଗୁ ହେବାକୁ ଥିବା କ୍ଷତି ଭରଣା କରିବା ସହଜ ହେବ ନାହିଁ। ୧ କୁଇଣ୍ଟାଲ ଧାନ ଉତ୍ପାଦନ ପାଇଁ ଚାଷୀଙ୍କୁ ୨୪୦୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଚାଷୀଙ୍କଠାରୁ କେନ୍ଦ୍ର ସରକାର ୨୦୨୦-୨୧ରେ ଆର୍ଥିକ ବର୍ଷରେ ୧୮୬୮ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ କ୍ରୟ କରୁଛନ୍ତି। ଫଳରେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୫୩୫ ଟଙ୍କା କ୍ଷତି ସହିବାକୁ ପଡୁଛି। ବିନା ରାସାୟନିକ ସାର କିମ୍ବା କୀଟନାଶକରେ ଚାଷ କଲେ କମ୍‌ ଅମଳ ହେବ ଏବଂ କ୍ଷତି ବହୁ ଗୁଣା ବଢିଯିବ। ଚାଷୀ ତାହା ସମ୍ଭାଳିବା ଅବସ୍ଥାରେ ରହିବା ସମ୍ଭବ ହେବ ନାହିଁ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୌରଭ ଗର୍ଗ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଚାଷୀମାନେ କିପରି ଆଗାମୀ ଦିନରେ ଜଳବାୟୁ ଅନୁସାରେ ସବୁଦିନିଆ ଫସଲ କରି ପାରିବେ ସେ ନେଇ ବ୍ୟବସ୍ଥା କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସବୁଜ ଚାଷ ଏକ ଭଲ ପ୍ରୟାସ। ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ଏ ନେଇ ପଦକ୍ଷେପ ନିଆଯିବ ବୋଲି ଗର୍ଗ କହିଛନ୍ତି।
ସମ୍ପ୍ରତି ଗ୍ରୀନ ହାଉସ ଗ୍ୟାସ ବୃଦ୍ଧି ପରିବେଶ ପାଇଁ ବିପଦ ସାଜିଛି। କଳକାରଖାନାଠାରୁ ଆରମ୍ଭ କରି ଯାନବାହନ, ସହରାଞ୍ଚଳ, କୃଷି କ୍ଷେତ୍ର ଆଦିରୁ ବାହାରୁଥିବା ବିଷାକ୍ତ ଗ୍ୟାସ ପରିବେଶକୁ ଦୁର୍ବଳ କରିବାରେ ଲାଗିଛି। ସମଗ୍ର ବିଶ୍ୱ ପାଇଁ ପରିବେଶ ପ୍ରଦୂଷଣ ବଡ ଚିନ୍ତାର କାରଣ ହୋଇଛି। ଏକ ଅଧ୍ୟୟନରୁ ଜଣାଯାଇଛି ଯେ, କୃଷି କ୍ଷେତ୍ରରୁ ବାର୍ଷିକ ପ୍ରାୟ ୬ ନିୟୁତ ଟନ ଗ୍ରୀନ ହାଉସ ଗ୍ୟାସ ନିର୍ଗତ ହୋଇଥାଏ। ମୁଖ୍ୟତଃ ରାସାୟନିକ ସାର, ଜୈବିକ ସାର, ଜଙ୍ଗଲ ନଷ୍ଟ ଏବଂ ମୃତ୍ତିକା କ୍ଷୟ ଆଦିରୁ ଗ୍ରୀନ ହାଉସ ଗ୍ୟାସ୍‌ ବୃଦ୍ଧି ପାଉଛି। ୧୯୯୦ରୁ ୨୦୧୦ ମଧ୍ୟରେ କୃଷି କ୍ଷେତ୍ରରୁ ବାହାରୁଥିବା ଗ୍ରୀନ୍‌ ହାଉସ ଗ୍ୟାସ ୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୦ରୁ ୨୦୩୦ ମଧ୍ୟରେ ଏହା୧୫ ପ୍ରତିଶତ ଅର୍ଥାତ ବାର୍ଷିକ ୭ ନିୟୁତ ଟନ୍‌ ଉପତ୍ନ୍ନ ହେବ ବୋଲି ବିଶେଷଜ୍ଞ ମହଲ୍‌ରେଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?