ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର,୧୭।୬(ବ୍ୟୁରୋ):ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଗୁରୁବାର ସା ୭ଟା ୪୫ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ହେବାକୁ ଥିବାବେଳେ ଏଥିରେ ମୋଟ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ…
ଭୁବନେଶ୍ୱର-ବନମାଳିପୁରରୁ ରାସ୍ତାରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ
ବାଳକାଟୀ,୧୭ା୬(ଡି.ଏନ୍.ଏ.)-ବାଳକାଟୀ ଫାଣ୍ଡି ଅନ୍ତର୍ଗତ ଭୁବନେଶ୍ୱର-ବନମାଳିପୁର ମୁଖ୍ୟରାସ୍ତାର ମା’ ଦୁଲ୍ଲାଦେବୀ ମନ୍ଦିର ନିକଟରେ ବୁଧବାର ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହାସହ ଏକ ଟ୍ରାଭେରାକୁ ଜବତ କରି ଚାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନାଯୋଗ୍ୟ,…
କାଲିଠୁ ଆଦର୍ଶ ବିଦ୍ୟାଳୟରେ ନାମଲେଖା
ଭୁବନେଶ୍ୱର,୧୭।୬(ବ୍ୟୁରୋ)-ରାଜ୍ୟରେ ଥିବା ସମସ୍ତ ୨୧୪ ଆଦର୍ଶ ବିଦ୍ୟାଳୟରେ ଗୁରୁବାରଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରୀଛାତ୍ରଙ୍କ ନାମ ମେଧା ତାଲିକାରେ ପ୍ରକାଶ ପାଇଛି। ଏହି ଛାତ୍ରୀଛାତ୍ରମାନେ ୧୮ରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇପାରିବେ।…
ସହରରେ ବି ସେମାନଙ୍କୁ ସ୍ବପ୍ନ: ଦୁଇ ବୃଦ୍ଧାଙ୍କୁ ମିଳିପାରୁନି ରାଶନ କାର୍ଡ଼, ଆବାସ, ବିଜୁଳି
କଟକ ଅଫିସ,୧୭ା୬: ପ୍ରଶାସନିକ କାର୍ଯ୍ୟାଳୟଠାରୁ ଦୂରରେ ଥିବା ଗ୍ରାମାଞ୍ଚଳରେ ସରକାରୀ ସୁବିଧା ଅପହଞ୍ଚ ଥିବା ସମସ୍ତେ ଜାଣନ୍ତି। କିନ୍ତୁ ଖୋଦ୍ ସହରରେ ଯଦି ସାଧାରଣ ଲୋକ ତାହା ପାଇବାରୁ ବଞ୍ଚତ୍ତ ହୁଅନ୍ତି, ତେବେ ଏଥିରେ ବ୍ୟବସ୍ଥାର ଦୋଷ ବୋଲି ଧରାଯିବ। କଟକ…
ଖୋଲିଲା ମାର୍କେଟ ବିଲ୍ଡିଂ: ନିୟମ ଉଲ୍ଲଘଂନ କଲେ ସବୁଦିନ ପାଇଁ ଦୋକାନ ବନ୍ଦ
ଭୁବନେଶ୍ୱର,୧୭।୬(ବ୍ୟୁରୋ)-କୋଭିଡ କଟକଣା ଉଲ୍ଲଘଂନ ଯୋଗୁ ଗତ ଶୁକ୍ରବାରଠାରୁ ଭୁବନେଶ୍ୱରସ୍ଥିତ ମାର୍କେଟ ବିଲ୍ଡିଂକୁ ସିଲ କରି ଦିଆଯାଇଥିଲା। ତେବେ ବୁଧବାରଠାରୁ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ କୁହାଯାଇଛି। ଏ ନେଇ ବିଏମସି ପକ୍ଷରୁ କିଛି ସର୍ତ୍ତମୂଳକ…
ବିଏମ୍ସିର ସୂଚନା: ରାଜଧାନୀରେ ପୁଣି ୧୭ କରୋନା ପଜିଟିଭ୍ ଚିହ୍ନଟ; ଅଛନ୍ତି ୭ ରେଳ ବିଭାଗ ଅଧିକାରୀ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜଧାନୀରୁ ୧୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪ ହୋମ୍ କ୍ୱାରାଣ୍ଟାଇନ୍ର ଥିବା ବେଳେ ୩ ଲୋକାଲ କେସ୍ ରହିଛି। ସେହିଭଳି ୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ବୁଧବାର…
ଦୁଇ ଓଡ଼ିଆ ଯବାନଙ୍କ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଲଦାଖ ଗଲଓ୍ବାନ ଘାଟିରେ ଭାରତ ଓ ଚାଇନା ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଦୁଇ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି। ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ନନ୍ଦୁରାମ ସୋରେନ୍ଙ୍କ ଶହୀଦ ଖବର ମୋତେ ବ୍ୟଥିତ କରିଛି। ଦୁହିଁଙ୍କ ଦେଶପ୍ରେମ…
ମଦନ ମୋହନଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ; ଧର୍ମେନ୍ଦ୍ର କହିଲେ ‘ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମର୍ମାହତ’
ଭୁବନେଶ୍ୱର,୧୭।୬(ବ୍ୟୁରୋ): ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବାଲେଶ୍ୱର ବିଧାୟକ ମଦନମୋହନଙ୍କ ଚିକିତ୍ସାଧୀନ…
ଅଜଗର ମାରି କାନ୍ଧରେ ପକାଇ ବୁଲିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ବନବିଭାଗ
ବଡବିଲ,୧୭।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଯୋଡା ଥାନା କଣ୍ଡରା ଗ୍ରାମର ଜଣେ ଯୁବକ ଏକ ଅଜଗର ସାପକୁ ମାରି କାନ୍ଧରେ ପକାଇ ବୁଲିବା ତାଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ ଯୁବକଙ୍କୁ ବନବିଭାଗ କର୍ମଚାରୀ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ ବୁଧୁରାମ…
ଭାଜପା ବିଧାୟକ ମଦନମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଶ୍ରୀକାନ୍ତ ଜେନା
ଭୁବନେଶ୍ୱର,୧୭।୬(ବ୍ୟୁରୋ): ବାଲେଶ୍ୱର ସଦର ଭାଜପା ବିଧାୟକ ମଦନ ମୋହନ ଦତ୍ତଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବିଧାୟକଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ସେ ବହୁଦିନ…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୩ ହଜାର ଟପିଲା
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୩ କରୋନା ଆକ୍ରାନ୍ତ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଟୁଇଟ୍ କରି ସୂଚନା ଦିଆଯାଇଛି। ତେବେ ଆରୋଗ୍ୟ ଲାଭ କରିଥିବା କୋଭିଡ ସଂକ୍ରମିତଙ୍କ ମଧ୍ୟରେ କନ୍ଧମାଳର ସର୍ବାଧିକ ୧୪…
ଚିକିତ୍ସା ଆଳରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଖୋର୍ଦ୍ଧାର ପୂର୍ବତନ ସିଡିଏମ୍ଓ ଗିରଫ
ଖୋର୍ଦ୍ଧା ଅଫିସ,୧୭।୬- ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଖୋର୍ଦ୍ଧା ଟାଉନ ପୋଲିସ ବୁଧବାର ଏକ ଘରୋଇ କ୍ଲିନିକ ଡାକ୍ତର ବୈଦ୍ୟନାଥ ନାୟକଙ୍କୁ ଗିରଫ କରିଛି। ସେ ଖୋର୍ଦ୍ଧାର ପୂର୍ବତନ ସିଡିଏମ୍ଓ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସାମନ୍ତରାପୁର ଜଣେ…
Archives


