ପର୍ଯ୍ୟଟକ ଅପେକ୍ଷାରେ ପର୍ଯ୍ୟଟନସ୍ଥଳୀ

କେନ୍ଦୁଝର,୧୧।୧୦ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ପ୍ରାକୃତିକ ଝରଣା, ଜଳପ୍ରପାତ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଆଉ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ କରୋନା ମହାମାରୀ ପାଇଁ ଚଳିତ ବର୍ଷ ପ୍ରକୃତିପ୍ରେମୀ ପର୍ଯ୍ୟଟକ କଟକଣା ଯୋଗୁ ନିରାଶ ହେଉଛନ୍ତି । କେବେ ପରିସ୍ଥିତି ସ୍ବାଭାବିକ ହେବ ଏବଂ ଏହି ସବୁ ଜଳପ୍ରପାତ ଖୋଲିବ ସେ ଅପେକ୍ଷାରେ ରହିଛନ୍ତି । ଆଗକୁ ଆସୁଛି ଶୀତ ଋତୁ। ଲୋକେ ପର୍ଯ୍ୟଟନ ଋତୁରୁ ମଜା ନେବା ଲାଗି ଚାତକ ପରି ଚାହିଁ ରହିଛନ୍ତି। କରୋନା କଟକଣା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା ପ୍ରାପ୍ତ ଜଳପ୍ରପାତ ଗୁଡିକ ବନ୍ଦ ରଖାଯାଇଛି। କିନ୍ତୁ ଅନ୍ୟ ଅନାଲୋଚିତ ଓ ମାନ୍ୟତା ଅପେକ୍ଷାରେ ଥିବା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଏସ.ଆର.ଯାଦବ ଏହି ସବୁ ପର୍ଯ୍ୟଟନ କେନ୍ଦ୍ର ଗୁଡିକ ଖୋଲିବା ନେଇ ତତ୍ପରତା ଦେଖାଇଥିଲେ। ଏଥିନେଇ ଜିଲାପାଳଙ୍କୁ ୭୩୦୨/୫-୧୦-୨୦୨୦ ଚିଠି କରି କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ଅଞ୍ଚଳରେ ଥିବା ପର୍ଯ୍ୟଟନ କେନ୍ଦ୍ର ସାଙ୍ଗକୁ ପର୍ଯ୍ୟଟକଙ୍କ ରହଣୀ ପାଇଁ ହୋଟେଲ, ଗେଷ୍ଟ ହାଉସ ତଥା ଅନ୍ୟ ବ୍ୟବସ୍ଥାର ଅନୁମତି ଦେବାକୁ କୁହାଯାଇଛି ା
ବଣପାହାଡ ଘେରା କେନ୍ଦୁଝର ଜିଲାର ପ୍ରତିଟି ସ୍ଥାନ ରମଣୀୟ। ଏହାର ଥଣ୍ଡା ସବୁଜ ପରିବେଶ ଓ ଜଙ୍ଗଲ ପରିବେଷ୍ଟିତ ପ୍ରକୃତି ଦତ୍ତ ଜଳପ୍ରପାତ ସମସ୍ତଙ୍କୁ ଅଧିକ ମତୁଆଲା କରିଥାଏ। ବ୍ୟସ୍ତମୟ ଜୀବନରୁ ଟିକେ ଦୂରେଇ ରହି ପ୍ରକୃତି ମଧ୍ୟରେ ସମୟ ବିତାଇବା ସହ ଭୋଜିଭାତର ଆନନ୍ଦ ନେବାକୁ ଅନେକ ଚାଲିଆସନ୍ତି ା କେନ୍ଦୁଝର ଜିଲାରେ ସାନଘାଗରା, ବଡଘାଗରା, ଖଣ୍ଡାଧାର, ଗୁଣ୍ଡିଚା ଘାଗୀ, ହାଣ୍ଡିଭଙ୍ଗା, ଭୀମକୁଣ୍ଡ, ମୁର୍ଗା, ଅସୁରଖୋଲ, ପିଶାଚୁଣୀ, ବାରାଗଡ (ଘାଗରା), ପୁଟୁଘରଘାଗୀ, ଚକ୍ରତୀର୍ଥ ଭଳି ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଜଳପ୍ରପାତ ରହିଛି। ତେବେ ଏଥିରୁ ଅନେକ ପର୍ଯ୍ୟଟନର ମାନ୍ୟତା ପାଇନାହିଁ। ତେବେ ସାନଘାଗରା ଜଳପ୍ରପାତର ବିକାଶ ପାଇଁ ପ୍ରଶାସନ ଯେଉଁ ଭଳି ଭାବରେ ଉଦ୍ୟମ କରୁଛି ସେଭଳି ଉଦ୍ୟମ ଅନ୍ୟ ପର୍ଯ୍ୟଟନ କେନ୍ଦ୍ର ଗୁଡିକରେ କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି ା ସାନମାଛକାନ୍ଦଣା ନାଳ ଉପରେ ଥିବା ସାନଘାଗରା ଜଳପ୍ରପାତରେ ବୋଟିଂର ମଜା ଓ ଭୋଜିଭାତ କରିବା ପାଇଁ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି। ସେହିପରି ସେଠାରୁ ମାତ୍ର ୪ କି.ମି. ଦୂରରେ ଥିବା ବଡଘାଗରା ଜଳ ପ୍ରପାତ ରହିଛି। ହରିଚନ୍ଦନପୁର ଓ ଘଟଗାଁ ବ୍ଲକ ସୀମାରେ ଥିବା ମୁଷଳ ନାଳ ଉପରେ ଥିବା ଗୁଣ୍ଡିଚାଘାଗୀ ଜଳପ୍ରପାତରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ କିଛି ବର୍ଷ ହେଲା ପ୍ରଶାସନ ବିକାଶମୂଳକ କାମ ଆରମ୍ଭ କରିଛନ୍ତି ା ଏଠାରେ ୩/୪ ଜଳ ପ୍ରପାତ ଗୋଟିଏ ସ୍ଥାନରେ ରହିଥିବା ବେଳେ ଏହାର ମନୋରମ ଦୃଶ୍ୟ ଅନେକଙ୍କୁ ମୁଗ୍ଧ କରିଥାଏ। ସେହିପରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାରେ ଥିବା ବୈତରଣୀ ନଦୀର ଭୀମକୁଣ୍ଡ ଜଳପ୍ରପାତର ବିକାଶ କରାଯାଇ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଛି ଯାହାକି ପର୍ଯ୍ୟଟକ ମାନଙ୍କ ପ୍ରମୁଖ ଆକର୍ଷଣ ହେବ। ଝାଡ଼ଖଣ୍ଡ ରାଜ୍ୟ ସୀମାରେ ଥିବା ଜିଲାର ଯୋଡାବ୍ଲକର ମୁର୍ଗା ଠାରେ ଥିବା ମୁର୍ଗାନାଳ ଜଳପ୍ରପାତରେ ଗାଧୋଇବାର ମଜା ନେବା ସହ ଭୋଜିଭାତ , ମୁର୍ଗାମହାଦେବଙ୍କ ଦର୍ଶନ ପାଇଁ ଉଭୟ ରାଜ୍ୟରୁ ଲକ୍ଷାଧିକ ପର୍ଯ୍ୟଟକ ବର୍ଷତମାମ ଆସିଥାନ୍ତି ା ଏନେଇ ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ହୋଟେଲରେ ୩୦ ପ୍ରତିଶତ ଲୋକ ରହିବା ବ୍ୟବସ୍ଥା କରାଯାଇଛି। ଖୁବ ଶୀଘ୍ର ଜଳପ୍ରପାତ ସମେତ ଅନ୍ୟାନ୍ୟ ପର୍ଯ୍ୟଟନ କେନ୍ଦ୍ର ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?