ଅମଳ ବେଳେ ଧାନ ଫସଲରେ ରୋଗପୋକ

କୋକସରା, ୧୧।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ପଞ୍ଚାୟତ ମଧ୍ୟରେ ଅଧିକାଂଶ ପଞ୍ଚାୟତ ଅଣଜଳସେଚିତ। ଚାଷୀ କେବଳ ବର୍ଷା ପାଣି ଭରସାରେ ଚାଷ କରିଥାନ୍ତି। ଚଳିତବର୍ଷ ସ୍ବଭାବିକ ବର୍ଷା ଯୋଗୁଁ ବ୍ଲକ ଅଞ୍ଚଳରେ ଚାଷ ଭଲ ହୋଇଥିଲା। ଏବେ ଧାନ ଅମଳ ବେଳକୁ ରୋଗପୋକର ଉପଦ୍ରବ ଦେଖାଦେଇଛି । ମାଟିଆଗୁଣ୍ଡ ପୋକ ହେକ୍ଟର ହେକ୍ଟର ଚାଷ ଜମିରେ ଚରି ଯାଉଛନ୍ତି। କୀଟନାଶକ ପ୍ରୟୋଗ କଲେ ମଧ୍ୟ କାଟୁ କରୁନାହିଁ। କୃଷି ବିଭାଗ କୀଟନାଶକ ଯୋଗାଣ କରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତ। ଏଭଳି ସ୍ଥିତିରେ ଧାରକରଜ କରି ଫସଲ ଉଠିଆ କରିଥିବା ଚାଷୀ କଣ କରିବ ଚିନ୍ତାରେ ପଡି ଯାଇଛନ୍ତି। ଅନ୍ୟପକ୍ଷେ ୧୦୦୧ ଧାନ ଅମଳକ୍ଷମ ଅବସ୍ଥାରେ ରହିଥିବା ବେଳେ ଧାନ କେଣ୍ଡାଗୁଡିକ ବାହାରିବା ପୂର୍ବରୁ ଅଗାଡି ହୋଇଯାଉଛି। କୃଷି ବିଭାଗର ମିଳିଥିବା ସୂଚନା ଅନୁସାରେ ବ୍ଲକର ମାଟିଆଗୁଣ୍ଡି ପୋକ ୨୩୬ ହେକ୍ଟର ଚାଷଜମିକୁ ପ୍ରଭାବିତ କରିଛି। ସେହିଭଳି ପତ୍ରା ପୋଡା ରୋଗ ୮୭୭ ହେକ୍ଟର, ଗଣ୍ଠିପୋକ ୫୫୨ ହେକ୍ଟର, ମହିଷା ୪୦ ହେକ୍ଟର ଓ ବେକ୍ଟୋରିଆ ଜନିତ ପତ୍ରପୋଡା ୪୮୪ ହେକ୍ଟର ଜମିର ଫସଲକୁ ପ୍ରାଭାବିତ କରିଥିବା ଜଣାପଡିଛି । ଏ ନେଇ କୋକସରା ଗୋଷ୍ଠୀ କୃଷି ଅଧିକାରୀ ସୁବ୍ରତ ପାଢୀଙ୍କୁ ପଚାରିବାରୁ ଫସଲରେ ଲାଗୁଥିବା ରୋଗପୋକର ପ୍ରତିକାର ଅଛି। ଚାଷୀ ଠିକ୍‌ ସମୟରେ କୀଟନାଶକ ପ୍ରୟୋଗ କରୁ ନ ଥିବା ଯୋଗୁଁ କିଛି ହେକ୍ଟରରେ ଜମିରେ ମାଟିଆଗୁଣ୍ଡ ପୋକ ଦେଖାଦେଇଛି। ୧୦୦୧ ଧାନରେ ପଟାସ ସାର ମାତ୍ରା କମ ରହିଲେ ଅଗାଡି ହୁଏ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri