ଅମଳ ବେଳେ ଧାନ ଫସଲରେ ରୋଗପୋକ

କୋକସରା, ୧୧।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ପଞ୍ଚାୟତ ମଧ୍ୟରେ ଅଧିକାଂଶ ପଞ୍ଚାୟତ ଅଣଜଳସେଚିତ। ଚାଷୀ କେବଳ ବର୍ଷା ପାଣି ଭରସାରେ ଚାଷ କରିଥାନ୍ତି। ଚଳିତବର୍ଷ ସ୍ବଭାବିକ ବର୍ଷା ଯୋଗୁଁ ବ୍ଲକ ଅଞ୍ଚଳରେ ଚାଷ ଭଲ ହୋଇଥିଲା। ଏବେ ଧାନ ଅମଳ ବେଳକୁ ରୋଗପୋକର ଉପଦ୍ରବ ଦେଖାଦେଇଛି । ମାଟିଆଗୁଣ୍ଡ ପୋକ ହେକ୍ଟର ହେକ୍ଟର ଚାଷ ଜମିରେ ଚରି ଯାଉଛନ୍ତି। କୀଟନାଶକ ପ୍ରୟୋଗ କଲେ ମଧ୍ୟ କାଟୁ କରୁନାହିଁ। କୃଷି ବିଭାଗ କୀଟନାଶକ ଯୋଗାଣ କରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତ। ଏଭଳି ସ୍ଥିତିରେ ଧାରକରଜ କରି ଫସଲ ଉଠିଆ କରିଥିବା ଚାଷୀ କଣ କରିବ ଚିନ୍ତାରେ ପଡି ଯାଇଛନ୍ତି। ଅନ୍ୟପକ୍ଷେ ୧୦୦୧ ଧାନ ଅମଳକ୍ଷମ ଅବସ୍ଥାରେ ରହିଥିବା ବେଳେ ଧାନ କେଣ୍ଡାଗୁଡିକ ବାହାରିବା ପୂର୍ବରୁ ଅଗାଡି ହୋଇଯାଉଛି। କୃଷି ବିଭାଗର ମିଳିଥିବା ସୂଚନା ଅନୁସାରେ ବ୍ଲକର ମାଟିଆଗୁଣ୍ଡି ପୋକ ୨୩୬ ହେକ୍ଟର ଚାଷଜମିକୁ ପ୍ରଭାବିତ କରିଛି। ସେହିଭଳି ପତ୍ରା ପୋଡା ରୋଗ ୮୭୭ ହେକ୍ଟର, ଗଣ୍ଠିପୋକ ୫୫୨ ହେକ୍ଟର, ମହିଷା ୪୦ ହେକ୍ଟର ଓ ବେକ୍ଟୋରିଆ ଜନିତ ପତ୍ରପୋଡା ୪୮୪ ହେକ୍ଟର ଜମିର ଫସଲକୁ ପ୍ରାଭାବିତ କରିଥିବା ଜଣାପଡିଛି । ଏ ନେଇ କୋକସରା ଗୋଷ୍ଠୀ କୃଷି ଅଧିକାରୀ ସୁବ୍ରତ ପାଢୀଙ୍କୁ ପଚାରିବାରୁ ଫସଲରେ ଲାଗୁଥିବା ରୋଗପୋକର ପ୍ରତିକାର ଅଛି। ଚାଷୀ ଠିକ୍‌ ସମୟରେ କୀଟନାଶକ ପ୍ରୟୋଗ କରୁ ନ ଥିବା ଯୋଗୁଁ କିଛି ହେକ୍ଟରରେ ଜମିରେ ମାଟିଆଗୁଣ୍ଡ ପୋକ ଦେଖାଦେଇଛି। ୧୦୦୧ ଧାନରେ ପଟାସ ସାର ମାତ୍ରା କମ ରହିଲେ ଅଗାଡି ହୁଏ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri