ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ: ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଛତ୍ରପୁର,୧୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ ୫୫ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ୱାସ…
CORONAVIRUS UPDATE: କରୋନା ନେଲା ଆଉ ଏକ ଜୀବନ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି
ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ। ଶୁକ୍ରବାର କରୋନାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଗଞ୍ଜାମ ଜିଲାର ୫୫ ବର୍ଷୀୟ ବ୍ୟକ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ…
ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ସିଡିଭିଓ: କାର୍ରୁ ଜବତ ହେଲା ୩ ଲକ୍ଷ ୯୧ ହଜାର ଟଙ୍କା
ବାରିପଦା ଅଫିସ/ବେତନଟୀ,୧୨।୬: ( ଡିଏନଏ)- ମୟୂରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡା. ଅଭୟ କୁମାର ତ୍ରିପାଠୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡ଼ିଛିନ୍ତି। ସେ ସକାଳେ ସରକାରୀ ଗାଡ଼ିରେ ଭୁବନେଶ୍ୱର ଅଭିମ୍ମୁଖେ ଯାଉଥିବା ବେଳେ ବେତନଟୀଠାରେ ବାଲେଶ୍ୱର…
CORONAVIRUS UPDATE: ରାଜ୍ୟରେ ପୁଣି ୧୧୨ ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଲା
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ୧୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରାଣ୍ଟାଇନ୍…
ମୌସୁମୀ ଓଡ଼ିଶା ଛୁଇଁବା ପରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ଗତକାଲି ମାଲକାନଗିରି ଓ କୋରାପୁଟ ଜିଲାକୁ ମୌସୁମୀ ଛୁଇଁଥିବା ବେଳେ ଆଜି ଉପକୂଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଲଘୁଚାପ…
ନିଆରା ରଜ ପାଇଁ ସଜବାଜ: ଅନ୍ଲାଇନରେ ହେବ ରଜ ମହୋତ୍ସବ
ଭୁବନେଶ୍ୱର,୧୨। ୬(ବ୍ୟୁରୋ): କରୋନା ଲାଗି ଏଥର ଫିକା ପଡ଼ିପାରେ ରଜ। ନା ହେବ ଦୋଳିଖେଳ ନା ଜମିବ ରଜଖଟି। ଶଟ୍ଡାଉନ୍ ଓ ଅନ୍ଲକ୍ ମଧ୍ୟରେ ରଜ ମଉଜ କିପରି ହେବ ସେନେଇ ସମସ୍ତଙ୍କ ମଧ୍ୟରେ ଚିନ୍ତା। ଓଡ଼ିଆଙ୍କ ଏହି ୩ଦିନିଆ ପର୍ବର…
ଆଦିବାସୀ ହଷ୍ଟେଲକୁ ଆଇଏସ୍ଓ ମାନ୍ୟତା : ଓଡ଼ିଶା ପ୍ରଥମ ରାଜ୍ୟ
ଭୁବନେଶ୍ୱର (ବ୍ୟୁରୋ)/କେନ୍ଦୁଝର (ସ୍ବପ୍ର/ଡି.ଏନ୍.ଏ.)୧୨।୬: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ମିଶନ ସୁବିଦ୍ୟା’ ଆରମ୍ଭ କରାଯାଇଛି। ରାଜ୍ୟର ସମସ୍ତ ଆଦିବାସୀ ହଷ୍ଟେଲରେ ସମାନ ଧରଣର ଭିତ୍ତିଭୂମି, ସୁବିଧା ସୁଯୋଗ ଓ ମାନବ ସମ୍ବଳ ସୃଷ୍ଟି ଏହାର…
ଡିଏଲ୍, ଏଲ୍ଏଲ୍ ସ୍ଲଟ୍ ବୁକିଂ ବାତିଲ: ସେପ୍ଟେମ୍ବର ୩୦ ଯାଏ ଗାଡ଼ି କାଗଜପତ୍ର ବୈଧ
କଟକ ଅଫିସ,୧୨।୬: ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ଓ ଲନର୍ସ ଲାଇସେନ୍ସ (ଏଲଏଲ୍) ଟେଷ୍ଟ ପୁଣି ଥରେ ଅନ୍ୟାଦେଶ ଯାଏ ବାତିଲ ହୋଇଛି। ଗୁରୁବାରଠାରୁ ଡିଏଲ୍ ଟେଷ୍ଟ ନିମନ୍ତେ ସ୍ଲଟ୍ ବୁକିଂ ପାଇଁ ଘୋଷଣା କରାଯାଇଥିଲା। ହେଲେ ‘ସାରଥୀ’ ପୋର୍ଟାଲ୍ରେ ସମସ୍ୟା ଯୋଗୁ…
ଶ୍ରେଷ୍ଠ ୧୦୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର,୧୨।୬(ବ୍ୟୁରୋ): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ‘ନ୍ୟାଶନାଲ ଇନଷ୍ଟିଚ୍ୟୁସନାଲ ର଼୍ୟାଙ୍କିଙ୍ଗ୍ ଫ୍ରେମ୍ଓ୍ବାର୍କ’ (ଏନ୍ଆଇଆର୍ଏଫ୍) ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ଏଥର ମଧ୍ୟ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ ରହିଛି। ରାଉରକେଲାସ୍ଥିତ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି) ଏଥର ବି…
ନିୟମ ଅନୁଯାୟୀ ମାସ୍କ କିଣା: ସସ୍ମିତ
ଭୁବନେଶ୍ୱର,୧୨ା୬(ବ୍ୟୁରୋ):କରୋନା(କୋଭିଡ୍-୧୯) ମହାମାରୀ ସମଗ୍ର ବିଶ୍ୱ ପାଇଁ ବିପର୍ଯ୍ୟୟ ସୃଷ୍ଟିକରିଛି। ଲକ୍ଡାଉନ ଯୋଗୁ ମାସ୍କ ଦର ବଢିଥିଲା। ଉତ୍ପାଦନ ଦାମ୍ ବଢିବାରୁ ୧୦ ଟଙ୍କାର ମାସ୍କ ୧୬ ଟଙ୍କାରେ କିଣିବାକୁ ପଡ଼ିଲା। କେବଳ ଓଡ଼ିଶା ନୁହେଁ ଲୋକଙ୍କ ଜୀବନ ରକ୍ଷା ଲାଗି ମହାରାଷ୍ଟ୍ର…
ଋଣ କରାଇ ଦେବା ନାଁରେ ଠକେଇ, ୨ ଗିରଫ
ରାଇରଙ୍ଗପୁର,୧୨ା୬(ଡି.ଏନ୍.ଏ.)- ଋଣ କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ରାଇହରି ଗ୍ରାମର ପବିତ୍ର କୁମାର ପାତ୍ର ଏବଂ…
ଘୋଷଣା ହେଲା ସମୀରଙ୍କ ନୂଆ ଟିମ୍: ୯ଜଣ ସମ୍ପାଦକ, ୧୦ଜଣ ହେଲେ ରାଜ୍ୟ ଉପସଭାପତି
ଭୁବନେଶ୍ୱର,୧୧।୬(ବ୍ୟୁରୋ)-ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁମୋଦନକ୍ରମେ ଗୁରୁବାର ଓଡିଶା ପ୍ରଦେଶର ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ପ୍ରକାଶ କରାଯାଇଛି। କରୋନା ଯୋଗୁ ବିଳମ୍ବ ହେଲେ ମଧ୍ୟ ବର୍ତ୍ତମାନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ୍ ପ୍ରକାଶ କରାଯାଇଛି।…
Archives


