ବଦଳୁଛି ସ୍ବର୍ଗଦ୍ୱାର ଚିତ୍ର

ପୁରୀ ଅଫିସ, ୧୧। ୧୦:  ବଦଳୁଛି ସ୍ବର୍ଗଦ୍ୱାର ଚିତ୍ର। ପୁରୁଣା ସ୍ବର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଢଙ୍ଗରେ ଦିଆଯାଉଛି ନୂଆ ରୂପ। ମୃତଦେହକୁ ଉଚିତ ସମ୍ମାନ ଓ ପରିଜନଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଉପଲବ୍ଧ କରାଇବା ଲକ୍ଷ୍ୟରେ ଚାଲିଛି ନବୀକରଣ କାର୍ଯ୍ୟ। ପ୍ରତିଟି ହିନ୍ଦୁଙ୍କର ସ୍ବର୍ଗଦ୍ୱାର ପ୍ରତି ରହିଥିବା ଆସ୍ଥା ଓ ବିଶ୍ୱାସ ଯେପରି ଅତୁଟ ରହିବ ତାହାକୁ ନଜରରେ ରଖାଯାଇଛି। ସ୍ବର୍ଗଦ୍ୱାର ସହ ସଂସ୍କୃତି ଓ ପରମ୍ପରା ଜଡ଼ିତ ଥିବାରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଇଛି।
ରହିଛି, ସ୍ବର୍ଗଦ୍ୱାରରେ ମୃତଦେହ ଦାହ କଲେ ଆତ୍ମା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏଥିଲାଗି ଦୈନିକ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ମୃତଦେହ ସତ୍କାର ପାଇଁ ଆସିଥାଏ। କିନ୍ତୁ ଏଠାକାର ଅନେକ ସମସ୍ୟା ସମ୍ପର୍କୀୟଙ୍କୁ ଅସ୍ତବ୍ୟସ୍ତ କରିପକାଏ। ବେଳେବେଳେ ଶୋଷଣ ସାଙ୍ଗକୁ ଦାହ କାର୍ଯ୍ୟରେ ବି ହଇରାଣ ହେବାକୁ ପଡ଼ିଥାଏ। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଅବହେଳିତ ଅବସ୍ଥାରେ ଥିବା ସ୍ବର୍ଗଦ୍ୱାରରେ ସବୁକିଛି ସୁବ୍ୟବସ୍ଥିତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଗତବର୍ଷ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗଦ୍ୱାର ପୁନରୁଦ୍ଧାର ଲାଗି ୫ କୋଟି ଟଙ୍କା ମଞ୍ଜୁର କରିବା ସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠ ହଟାଇ ଦିଆଯିବାକୁ ଘୋଷଣା କରିଥିଲେ। ଏହାପରେ ଏ ଦିଗରେ ତତ୍ପରତା ପ୍ରକାଶ ପାଇଥିଲା। ତେଲଙ୍ଗାନାର ମହାପ୍ରସ୍ଥାନମ୍‌ ଢାଞ୍ଚାରେ ଏହାର ପୁନରୁଦ୍ଧାର ଲାଗି ନକ୍ସା ପ୍ରସ୍ତୁତ କରାଯାଇଥିଲା। ସ୍ବର୍ଗଦ୍ୱାର କାର୍ଯ୍ୟ ସଂରଚନା ଏବଂ ନିର୍ମାଣ ନକ୍ସା ହାଇଦ୍ରାବାଦସ୍ଥିତ ଫୋନେକ୍ସ ଫାଉଣ୍ଡେଶନ କରିଥିଲା। ସେହି ଅନୁଯାୟୀ ଏବେ କାମ ଜାରି ରହିଛି।
ଏଠାରେ ୧୪ଟି ମୃତଦେହ ଦାହ ପିଣ୍ଡି ସହିତ ଗୋବର୍ଦ୍ଧନ ମଠ ଅଧୀନରେ ପରିଚାଳିତ ଶିବ ମନ୍ଦିରର ପୁନରୁଦ୍ଧାର କାମ ଚାଲିଛି। ପୂର୍ବରୁ ମୃତଦେହ ଆସିଲେ ତଳେ ରଖାଯାଉଥିଲା। ଗହଳି ସମୟରେ ବେଳେବେଳେ ପାର୍ଥିବ ଶରୀରରେ କାହାର ବି ଗୋଡ଼ ବାଜିଯାଉଥିଲା। ତେଣୁ ମୃତଦେହକୁ ସମ୍ମାନ ଦେବା ଲାଗି ସ୍ବତନ୍ତ୍ର ଭାବେ ୬ଟି ଉଚ୍ଚ ପିଣ୍ଡି ନିର୍ମାଣ ହୋଇଛି। ପରିଜନଙ୍କ ପାଇଁ ପାନୀୟଜଳ, ଶୌଚାଳୟ ଓ ବିଶ୍ରାମ ପାଇଁ ସୁବନ୍ଦୋବସ୍ତ କରାଯାଇଛି। ସ୍ବର୍ଗଦ୍ୱାର ପରିବେଶକୁ ସୁନ୍ଦର କରିବା ଲାଗି ଗଛ ଲଗାଯାଇଛି। ନିଜ ଆତ୍ମୀୟଙ୍କୁ ହରାଇଥିବା ସମ୍ପର୍କୀୟଙ୍କ ମନକୁ ଆନମନା କରିବା ଲାଗି ବାଜୁଛି ରାମଧୂନ ଓ ଗୁଞ୍ଜରିତ ହେଉଛି ଆଧ୍ୟାତ୍ମିକଭରା ଭଜନ। ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ପାଇଁ ଲୁହା ବାରିକେଡିଂ କରାଯିବା ସହ ୮ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ସବୁ ବ୍ୟବସ୍ଥାର ତଦାରଖ ଲାଗି ୨୪ ଜଣିଆ ଟିମ୍‌ କାର୍ଯ୍ୟ କରୁଛି।
ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଏଠାକୁ ମୃତଦେହ ଦାହ ପାଇଁ ଆସୁଥିବା ଲୋକେ ଯେପରି ହଇରାଣ ନ ହେବେ ସେଥିଲାଗି ସେବା କେନ୍ଦ୍ର ଖୋଲାଯାଇଛି। ଆଗାମୀ ସମୟରେ ଏହି ସେବା କେନ୍ଦ୍ର ମାଧ୍ୟମରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଚାଲୁ କରାଯିବ। ଗୋଟିଏ କାଉଣ୍ଟରରୁ ଟୋକନ ନେଇ ପରିଜନମାନେ ସମସ୍ତ ସୁବିଧା ପାଇପାରିବେ। ଦାହକ ଏବଂ ଶ୍ରାଦ୍ଧ କର୍ମ କରୁଥିବା ବ୍ରାହ୍ମଣଙ୍କ ପ୍ରାପ୍ୟ ସ୍ଥିରୀକୃତ ହେବ। ସେହିପରି ସ୍ବର୍ଗଦ୍ୱାରରେ ଉପଲବ୍ଧ ଦ୍ରବ୍ୟ ମୂଲ୍ୟ ସ୍ଥିର କରାଯାଇ ଏକ ଚାର୍ଟ ମାଧ୍ୟମରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଲଗାଯିବ ବୋଲି ସାହୁ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ୧୬ ଏକର ପରିମିତ ସ୍ବର୍ଗଦ୍ୱାର ଜମି ଏବେ ମାତ୍ର ୪୬ ଡେସିମିଲରେ ସୀମିତ ରହିଛି। ଏହି ୪୬ ଡେସିମିଲ ଜମିରେ ହିଁ ବିକାଶ କାମ ଚାଲିଛି। ଜବରଦଖଲ ଜମିକୁ ମୁକ୍ତ କରିବା ଲାଗି ଦାବି ହେଉଥିଲେ ମଧ୍ୟ ତାହା କରାଯାଇପାରିନାହିଁ। ସଚେତନ ନାଗରିକ ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ କହିଛନ୍ତି, ସରକାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଶହ ଶହ ବର୍ଷ ଧରି ରହିଥିବା ଲୋକଙ୍କ ଭିଟାମାଟିକୁ ଆଣିପାରିଲେ। ମାତ୍ର ସ୍ବର୍ଗଦ୍ୱାର ଜମିକୁ ଅନେକ ବଡ଼ବଡ଼ିଆ ମାଡ଼ି ବସିଥିଲେ ମଧ୍ୟ ମୁକ୍ତ କରୁନାହାନ୍ତି। ଏହି ଜମିକୁ ମୁକ୍ତ କରାଗଲେ ସ୍ବର୍ଗଦ୍ୱାର ବିକାଶ ଆହୁରି ପରିବ୍ୟାପ୍ତ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri