ବଦଳୁଛି ସ୍ବର୍ଗଦ୍ୱାର ଚିତ୍ର

ପୁରୀ ଅଫିସ, ୧୧। ୧୦:  ବଦଳୁଛି ସ୍ବର୍ଗଦ୍ୱାର ଚିତ୍ର। ପୁରୁଣା ସ୍ବର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଢଙ୍ଗରେ ଦିଆଯାଉଛି ନୂଆ ରୂପ। ମୃତଦେହକୁ ଉଚିତ ସମ୍ମାନ ଓ ପରିଜନଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଉପଲବ୍ଧ କରାଇବା ଲକ୍ଷ୍ୟରେ ଚାଲିଛି ନବୀକରଣ କାର୍ଯ୍ୟ। ପ୍ରତିଟି ହିନ୍ଦୁଙ୍କର ସ୍ବର୍ଗଦ୍ୱାର ପ୍ରତି ରହିଥିବା ଆସ୍ଥା ଓ ବିଶ୍ୱାସ ଯେପରି ଅତୁଟ ରହିବ ତାହାକୁ ନଜରରେ ରଖାଯାଇଛି। ସ୍ବର୍ଗଦ୍ୱାର ସହ ସଂସ୍କୃତି ଓ ପରମ୍ପରା ଜଡ଼ିତ ଥିବାରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଇଛି।
ରହିଛି, ସ୍ବର୍ଗଦ୍ୱାରରେ ମୃତଦେହ ଦାହ କଲେ ଆତ୍ମା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏଥିଲାଗି ଦୈନିକ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ମୃତଦେହ ସତ୍କାର ପାଇଁ ଆସିଥାଏ। କିନ୍ତୁ ଏଠାକାର ଅନେକ ସମସ୍ୟା ସମ୍ପର୍କୀୟଙ୍କୁ ଅସ୍ତବ୍ୟସ୍ତ କରିପକାଏ। ବେଳେବେଳେ ଶୋଷଣ ସାଙ୍ଗକୁ ଦାହ କାର୍ଯ୍ୟରେ ବି ହଇରାଣ ହେବାକୁ ପଡ଼ିଥାଏ। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଅବହେଳିତ ଅବସ୍ଥାରେ ଥିବା ସ୍ବର୍ଗଦ୍ୱାରରେ ସବୁକିଛି ସୁବ୍ୟବସ୍ଥିତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଗତବର୍ଷ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗଦ୍ୱାର ପୁନରୁଦ୍ଧାର ଲାଗି ୫ କୋଟି ଟଙ୍କା ମଞ୍ଜୁର କରିବା ସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠ ହଟାଇ ଦିଆଯିବାକୁ ଘୋଷଣା କରିଥିଲେ। ଏହାପରେ ଏ ଦିଗରେ ତତ୍ପରତା ପ୍ରକାଶ ପାଇଥିଲା। ତେଲଙ୍ଗାନାର ମହାପ୍ରସ୍ଥାନମ୍‌ ଢାଞ୍ଚାରେ ଏହାର ପୁନରୁଦ୍ଧାର ଲାଗି ନକ୍ସା ପ୍ରସ୍ତୁତ କରାଯାଇଥିଲା। ସ୍ବର୍ଗଦ୍ୱାର କାର୍ଯ୍ୟ ସଂରଚନା ଏବଂ ନିର୍ମାଣ ନକ୍ସା ହାଇଦ୍ରାବାଦସ୍ଥିତ ଫୋନେକ୍ସ ଫାଉଣ୍ଡେଶନ କରିଥିଲା। ସେହି ଅନୁଯାୟୀ ଏବେ କାମ ଜାରି ରହିଛି।
ଏଠାରେ ୧୪ଟି ମୃତଦେହ ଦାହ ପିଣ୍ଡି ସହିତ ଗୋବର୍ଦ୍ଧନ ମଠ ଅଧୀନରେ ପରିଚାଳିତ ଶିବ ମନ୍ଦିରର ପୁନରୁଦ୍ଧାର କାମ ଚାଲିଛି। ପୂର୍ବରୁ ମୃତଦେହ ଆସିଲେ ତଳେ ରଖାଯାଉଥିଲା। ଗହଳି ସମୟରେ ବେଳେବେଳେ ପାର୍ଥିବ ଶରୀରରେ କାହାର ବି ଗୋଡ଼ ବାଜିଯାଉଥିଲା। ତେଣୁ ମୃତଦେହକୁ ସମ୍ମାନ ଦେବା ଲାଗି ସ୍ବତନ୍ତ୍ର ଭାବେ ୬ଟି ଉଚ୍ଚ ପିଣ୍ଡି ନିର୍ମାଣ ହୋଇଛି। ପରିଜନଙ୍କ ପାଇଁ ପାନୀୟଜଳ, ଶୌଚାଳୟ ଓ ବିଶ୍ରାମ ପାଇଁ ସୁବନ୍ଦୋବସ୍ତ କରାଯାଇଛି। ସ୍ବର୍ଗଦ୍ୱାର ପରିବେଶକୁ ସୁନ୍ଦର କରିବା ଲାଗି ଗଛ ଲଗାଯାଇଛି। ନିଜ ଆତ୍ମୀୟଙ୍କୁ ହରାଇଥିବା ସମ୍ପର୍କୀୟଙ୍କ ମନକୁ ଆନମନା କରିବା ଲାଗି ବାଜୁଛି ରାମଧୂନ ଓ ଗୁଞ୍ଜରିତ ହେଉଛି ଆଧ୍ୟାତ୍ମିକଭରା ଭଜନ। ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ପାଇଁ ଲୁହା ବାରିକେଡିଂ କରାଯିବା ସହ ୮ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ସବୁ ବ୍ୟବସ୍ଥାର ତଦାରଖ ଲାଗି ୨୪ ଜଣିଆ ଟିମ୍‌ କାର୍ଯ୍ୟ କରୁଛି।
ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଏଠାକୁ ମୃତଦେହ ଦାହ ପାଇଁ ଆସୁଥିବା ଲୋକେ ଯେପରି ହଇରାଣ ନ ହେବେ ସେଥିଲାଗି ସେବା କେନ୍ଦ୍ର ଖୋଲାଯାଇଛି। ଆଗାମୀ ସମୟରେ ଏହି ସେବା କେନ୍ଦ୍ର ମାଧ୍ୟମରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଚାଲୁ କରାଯିବ। ଗୋଟିଏ କାଉଣ୍ଟରରୁ ଟୋକନ ନେଇ ପରିଜନମାନେ ସମସ୍ତ ସୁବିଧା ପାଇପାରିବେ। ଦାହକ ଏବଂ ଶ୍ରାଦ୍ଧ କର୍ମ କରୁଥିବା ବ୍ରାହ୍ମଣଙ୍କ ପ୍ରାପ୍ୟ ସ୍ଥିରୀକୃତ ହେବ। ସେହିପରି ସ୍ବର୍ଗଦ୍ୱାରରେ ଉପଲବ୍ଧ ଦ୍ରବ୍ୟ ମୂଲ୍ୟ ସ୍ଥିର କରାଯାଇ ଏକ ଚାର୍ଟ ମାଧ୍ୟମରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଲଗାଯିବ ବୋଲି ସାହୁ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ୧୬ ଏକର ପରିମିତ ସ୍ବର୍ଗଦ୍ୱାର ଜମି ଏବେ ମାତ୍ର ୪୬ ଡେସିମିଲରେ ସୀମିତ ରହିଛି। ଏହି ୪୬ ଡେସିମିଲ ଜମିରେ ହିଁ ବିକାଶ କାମ ଚାଲିଛି। ଜବରଦଖଲ ଜମିକୁ ମୁକ୍ତ କରିବା ଲାଗି ଦାବି ହେଉଥିଲେ ମଧ୍ୟ ତାହା କରାଯାଇପାରିନାହିଁ। ସଚେତନ ନାଗରିକ ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ କହିଛନ୍ତି, ସରକାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଶହ ଶହ ବର୍ଷ ଧରି ରହିଥିବା ଲୋକଙ୍କ ଭିଟାମାଟିକୁ ଆଣିପାରିଲେ। ମାତ୍ର ସ୍ବର୍ଗଦ୍ୱାର ଜମିକୁ ଅନେକ ବଡ଼ବଡ଼ିଆ ମାଡ଼ି ବସିଥିଲେ ମଧ୍ୟ ମୁକ୍ତ କରୁନାହାନ୍ତି। ଏହି ଜମିକୁ ମୁକ୍ତ କରାଗଲେ ସ୍ବର୍ଗଦ୍ୱାର ବିକାଶ ଆହୁରି ପରିବ୍ୟାପ୍ତ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

କାଠଯୋଡ଼ି ବନ୍ଧରେ ଜମୁଛି କୁଲା, ବାଉଁଶିଆ ବେପାର

କଟକ ଅଫିସ, ୧୩ା୧୦: କଟକର ଐତିହାସିକ ଦେବୀଗଡ଼ା ଘାଟ। ଦୀର୍ଘବର୍ଷ ହେବ କାଠଯୋଡି ନଦୀର ଉକ୍ତ ଘାଟରେ ପାର୍ବଣ ସମୟରେ ଦେବଦେବୀଙ୍କ ମୂର୍ତ୍ତି ବିସର୍ଜନ କରାଯାଇଆସୁଛି।...

୬ଷ୍ଠ ରାଉଣ୍ଡରେ ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୬ଷ୍ଠ ରାଉଣ୍ଡରେ ବିଜେଡିର ମୁକେଶ ପାଲ ୮୬୫ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଭାଜପାର ଅଶୋକ ମହାନ୍ତି ପଛରେ...

ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧୧(ବ୍ୟୁରୋ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନୂଆଦିଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ୧୦ଟା...

ବିମାନବନ୍ଦର ପାଇଁ ନୂଆ ସ୍ଥାନ ଚିହ୍ନଟ କରିବାକୁ ପ୍ରସ୍ତାବ

ବ୍ରହ୍ମପୁର ଅଫିସ,୩୧ା୧୨: ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ନୂତନ ସ୍ଥାନ ଚିହ୍ନଟ କରିବା ଲାଗି ଓଡିଶା ଡେଭଲପମେଣ୍ଟ ଫୋରମ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କୁ...

ଡ୍ରପ୍‌ ଆଉଟ୍‌ରେ ରାଜ୍ୟରେ ଦ୍ୱିତୀୟ କେନ୍ଦୁଝର

କେନ୍ଦୁଝର,୮ା୧୨(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ସାଙ୍ଗକୁ ଉତ୍ତମ ଶିକ୍ଷା ବ୍ୟବସ୍ଥାର ଅଭାବ ଯୋଗୁ ଡ୍ରପ୍‌ ଆଉଟ୍‌ ସଂଖ୍ୟା ବଢୁଛି। ୨୦୧୯-୨୦ ତଥ୍ୟ...

ପ୍ରଦୀପ ପୁରୋହିତ ହେବେ ଭାଜପା ପ୍ରାର୍ଥୀ

ଭୁବନେଶ୍ବର, ୧୨ା୧୧(ବ୍ୟୁରୋ): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭାଜପା ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ଭାଜପା ବିଧାୟିକା କୁସୁମ ଟେଟେ...

ସମ୍ପର୍କ ବାନ୍ଧିଛି ଶିକୁଳି

ଆଠମଲ୍ଲିକ,୧୮ା୫ (ଜୟଗୋପାଳ ଷଡ଼ଙ୍ଗୀ):  ବେରୋଜଗାର ସ୍ବାମୀ ରୋଗଗ୍ରସ୍ତ ହେବା ପରେ ଦୋହଲିଯାଇଥିଲା ନୀଳିମାଙ୍କ ମାନସିକ ସ୍ଥିତି। ସେବେଠୁ ବାହାରେ ବୁଲାବୁଲି କରୁଥିବା ନୀଳିମା ଶେଷରେ ପହଞ୍ଚି ଯାଇଥିଲେ...

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଉ ୩ଟି ନୂଆ ରୁଟ୍‌ରେ ‘ମୋ ବସ’

ଭୁବନେଶ୍ୱର,୩।୯(ବ୍ୟୁରୋ): ‘ମୋ ବସ’ ସେବା ଆଉ ୩ଟି ନୂଆ ରୁଟ୍‌ରେ ଉପଲବ୍ଧ ହେବ । କ୍ରୁଟ୍‌ ପକ୍ଷରୁ ଏହି ସୂଚନା ଦିଆଯାଇ ଥିବା ବେଳେ ବର୍ତ୍ତମାନର...

Advertisement
Archives

Model This Week