ବିସ୍ଫୋରଣ ସ୍ଥଳକୁ ଦେଖି ଥରିଲେ ଆହତ କର୍ମଚାରୀ

ଭୁବନେଶ୍ୱର,୧୧। ୧୦(ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ରବିବାର ୫ଦିନ ବିତିଛି। ହେଲେ ବିସ୍ଫୋରଣକୁ ସାମ୍ନା କରିଥିବା ଲୋକ, ପେଟ୍ରୋଲ ପମ୍ପ କର୍ମଚାରୀ ଓ ଅନ୍ୟମାନଙ୍କ ମନରେ ଏବେବି ଭୟ ଯାଇନି। ସାମାନ୍ୟ ଆହତ ହୋଇ ଘରକୁ ଫେରିଥିବା କର୍ମଚାରୀ ଏତେ ଛାନିଆ ହୋଇପଡିଛନ୍ତି ଯେ ସେମାନଙ୍କ ଆଖିରୁ ନିଦ ହଜିଯାଇଛି। ଘଟଣାକୁ ମନେ ପକାଇ ଖାଇବା ଶୋଇବାବେଳେ ବାଉଳି ହେଉଛନ୍ତି। ଶନିବାର ଦୁଇଜଣ କର୍ମଚାରୀ ଚନ୍ଦ୍ରମଣି ବେହେରା ଓ ଅନ୍ୟଜଣେ ନିଜ ବାଇକ୍‌ ନେବାକୁ ଉକ୍ତ ପମ୍ପରେ ପହଞ୍ଚତ୍ଥିଲେ ମଧ୍ୟ ଘଟଣାସ୍ଥଳକୁ ଦେଖି ଭୟରେ ଥରି ଉଠିଥିଲେ। ଏପରି କି ସେମାନେ ଏହା ପରିସରକୁ ଯାଇ ନ ପାରିବାରୁ ଅନ୍ୟମାନେ ତାଙ୍କୁ ବାଇକ୍‌ ଆଣି ଦେଇଥିଲେ। ହେଲେ ହାତ ଥରୁଥିବାରୁ ସହଯୋଗୀଙ୍କ ସହ ନିଜ ବାଇକ୍‌ରେ ବସି ଘରକୁ ଯାଇଥିଲେ।
କିଛି ସମୟର ରହଣି ଭିତରେ ଚନ୍ଦ୍ରମଣି ବିସ୍ଫୋରଣର ଛାତିଥରା କାହାଣୀ କହିଥିଲେ। ବିସ୍ଫୋରଣସ୍ଥଳର କିଛି ଦୂରରେ ରହି ସେ ଗ୍ରାହକଙ୍କ ଗାଡିରେ ପେଟ୍ରୋଲ ପକାଉଥିଲେ। ଏହି ସମୟରେ ହଠାତ୍‌ ମାଟି ଭିତରୁ ଏକ ଶବ୍ଦ ହୋଇଥିଲା। ମାଟି ଥରି ଉଠିବା ପରେ ହଠାତ୍‌ ପ୍ରଚଣ୍ଡ ଶବ୍ଦରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସେ ପଛକୁ ଅନାଇବାବେଳକୁ ବାଇକରେ ଥିବା ଜଣେ ବ୍ୟକ୍ତି ୨୦ଫୁଟ ଉପରକୁ ଉଠିଯିବା ସହ ଉପରେ ଖଣ୍ଡଖଣ୍ଡ ହୋଇଯାଇଥିଲେ। ସେ ଜୀବନ ବିକଳରେ ଦୌଡୁଥିବାବେଳେ ତାଙ୍କ ଉପରେ ଏକ ଲୁହା ପ୍ଲେଟ ପଡିଥିଲା। ଆହତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ବିସ୍ଫୋରଣ ହୋଇଥିବା ସିଏନ୍‌ଜି ୟୁନିଟ୍‌ରେ ସେତେବେଳେ ୫ଜଣ ବ୍ୟକ୍ତି କାମ କରୁଥିଲେ ବୋଲି ସେ କହିଛନ୍ତି। ଅନ୍ୟପଟରେ କେବଳ ସୀମାଞ୍ଚଳ ପରିଡ଼ା ନୁହେଁ, ଅନ୍ୟଜଣେ ନିଖୋଜ ଥିବା ତାଙ୍କ କଥାରୁ ଜଣାପଡୁଛି। କାରଣ ଉକ୍ତ ୫ଜଣଙ୍କ ମଧ୍ୟରୁ ଜଣଙ୍କର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇ ଏବେବି ସେଠାରେ ଚିକିତ୍ସିତ ହେଉଛନ୍ତି ଓ ଆଉଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚତୁର୍ଥ ବ୍ୟକ୍ତିଜଣକ ନିଖୋଜ ଥିବା ସୀମାଞ୍ଚଳ ବୋଲି କୁହାଯାଇଛି। କିନ୍ତୁ ଅନ୍ୟଜଣଙ୍କ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇ ନ ଥିଲେ ମଧ୍ୟ କେତେଜଣ ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲକୁ ଯାଇ ବାରମ୍ବାର ପଚରାଉଚରା କରୁଛନ୍ତି। ଅନ୍ୟପକ୍ଷରେ ପୋଲିସ ଦୁଇଟି ଖପୁରି ସହ ହାଡ଼ମାଂସ ପରିମାଣକୁ ଦେଖିଲେ ତାହା ୨ଜଣଙ୍କର ବୋଲି ଜଣାପଡୁଛି।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଜଣେ ନିଖୋଜ ହୋଇଥିବା ନେଇ ପରିବାର ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ଜଣଙ୍କ ନିଖୋଜ ନେଇ କେହି ଅଭିଯୋଗ କରିବାକୁ ଆସିନାହାନ୍ତି। ଘଟଣାସ୍ଥଳରୁ ଜବତ ହୋଇଥିବା ଖଣ୍ଡବିଖଣ୍ଡିତ ମାଂସକୁ ଶୁକ୍ରବାର ରାଜ୍ୟ ଫରେନ୍‌ସିକ୍‌ ଲାବ୍‌କୁ ପଠାଯାଇଛି। ଏଥିସହ ସୀମାଞ୍ଚଳଙ୍କ ପରିବାର ଲୋକଙ୍କ ଡିଏନ୍‌ଏ ସାମ୍ପୁଲ ନିଆଯିବ। ରିପୋର୍ଟ ଆସିବା ପରେ କେତେଜଣଙ୍କର ମୃତ୍ୟୁ ଘଟିଛି, ତାହା ଜଣାପଡିବ ବୋଲି ସେ କହିଛନ୍ତି। ଏପଟେ ଏହି ଘଟଣା ପରେ ଏବେ ସହରର ଅନ୍ୟ ପେଟ୍ରୋଲ ପମ୍ପ୍‌ କର୍ତ୍ତୃପକ୍ଷ ସାମାନ୍ୟ ଚେତିଛନ୍ତି। ଟାଙ୍କିରେ ପେଟ୍ରୋଲ, ଡିଜେଲ ଲୋଡ଼୍‌ ସମୟରେ ବନ୍ଦ କରାଯାଉଛି। ନିୟମିତ ସମୟରେ ସୁରକ୍ଷା ଯାଞ୍ଚ କରାଯାଉଛି। ଏପରି କି କର୍ମଚାରୀଙ୍କୁ ନିଅଁା ଲିଭାଇବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି।

 

ଆହତଙ୍କୁ ମିଳୁନି ମାଗଣା ଚିକିତ୍ସା
ବିସ୍ଫୋରଣ ସମୟରେ ପେଟ୍ରୋଲ ଟାଙ୍କି କର୍ମଚାରୀ ଚନ୍ଦ୍ରମଣି ବେହେରାଙ୍କ ଉପରେ ଏକ ବିଶାଳ ଲୁହା ପ୍ଲେଟ୍‌ ପଡ଼ିବାରୁ ତାଙ୍କ କାନ୍ଧ ଭାଙ୍ଗିଯାଇଛି। ହେଲେ ତାଙ୍କର ମାଗଣା ଚିକିତ୍ସା କରାଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲ ଯାଉଥିଲେ ମଧ୍ୟ ଡାକ୍ତରଙ୍କ ସହଯୋଗ ମିଲୁନି। ଆଇଓସିଏଲ୍‌ ପକ୍ଷରୁ ଆର୍ଥିକ ସହଯୋଗ ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ କେହି ତାଙ୍କ ସହ ଏଯାଏ ଯୋଗାଯୋଗ କରୁନାହାନ୍ତି। ଇଏସ୍‌ଆଇ ହସ୍ପିଟାଲ ଯିବା ପାଇଁ ଚାହୁଁଥିଲେ ମଧ୍ୟ ମାଲିକଙ୍କ ନିକଟରେ ସମସ୍ତ କାଗଜପତ୍ର ରହିଛି। ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ରହୁଥିବାରୁ ଯୋଗାଯୋଗ ହୋଇପାରୁନି। ସେହିପରି ଅନ୍ୟଜଣେ ବ୍ୟକ୍ତି ମଧ୍ୟ ବାଇକ ନେବାକୁ ଆସିଥିବାବେଳେ ସମାନ କଥା କହିଛନ୍ତି। ବିସ୍ଫୋରଣଠାରୁ ତାଙ୍କ କାନକୁ କିଛି ଶୁଭୁନାହିଁ। ତାଙ୍କ କାନଗିରି ଫାଟି ଯାଇଥିବା ଡାକ୍ତର କହୁଛନ୍ତି। ସେ କ୍ୟାପିଟାଲ ସହ ଘରୋଇ ହସ୍ପିଟାଲକୁ ଯାଉଥିଲେ ମଧ୍ୟ କେହି ସହଯୋଗ କିମ୍ବା ଗୁରୁତ୍ୱ ଦେଇନାହାନ୍ତି। ଚିକିତ୍ସା ପାଇଁ କେଉଁଠୁ ଅର୍ଥ ପାଇବୁ ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri