ଫେକ୍‌ ନ୍ୟୁଜ ଜାଲରେ ସିଏମ୍‌ଓ ଟୁଇଟର ହ୍ୟାଣ୍ଡେଲ

ଭୁବନେଶ୍ୱର,୧୧। ୧୦(ବ୍ୟୁରୋ): ଓଡ଼ିଶାର ଗଞ୍ଜାମ ଜିଲା ଏବଂ ମୁମ୍ବାଇର ଧରାବୀ ବସ୍ତିର କୋଭିଡ୍‌-୧୯ ମୁକାବିଲାକୁ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରଶଂସା କରିଥିବା ନେଇ ଗତ ୮ ତାରିଖରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ଟୁଇଟର ହ୍ୟାଣ୍ଡେଲରେ ମଧ୍ୟ ଏହାକୁ ପୋଷ୍ଟ କରାଯାଇଥିଲା। ହେଲେ ଏହା ଏକ ଭିତ୍ତିହୀନ ଖବର ହୋଇଥିବାରୁ ତାହାକୁ ହଟାଇ ଦିଆଯାଇଥିଲା। ଏହା ଏକ ଅସତ୍ୟ ଖବର ଥିବା ନେଇ କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ଗତ ଗୁରୁବାର ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆମେରିକାର ନର୍ଥଇଷ୍ଟର୍ନ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ ଓଡ଼ିଶାର ଗଞ୍ଜାମ ଜିଲା ଓ ମୁମ୍ବାଇର ଧରାବୀ ବସ୍ତିର କୋଭିଡ୍‌ ନିୟନ୍ତ୍ରଣ ମଡେଲକୁ ପ୍ରଶଂସା କରାଯାଇଥିବାନେଇ ଏକ ସ୍ବଳ୍ପ ପ୍ରସାରିତ ଓ୍ବେବ୍‌ସାଇଟରେ ପ୍ରଥମେ ପ୍ରକାଶ ପାଇଥିଲା। ତେବେ ସମ୍ପୃକ୍ତ ଓ୍ବେବ୍‌ସାଇଟ ଅଧ୍ୟୟନ କିମ୍ବା ଖବରର ସୂତ୍ର ବିଷୟରେ କୌଣସି ଉଲ୍ଲେଖ କରି ନ ଥିଲା। ଏଭଳି ଭିତ୍ତିହୀନ ଖବରକୁ ଓଡ଼ିଶାର କେତେକ ଓ୍ବେବ୍‌ପୋର୍ଟାଲ ଓ ଖବରକାଗଜ ପ୍ରକାଶ କରିଥିଲେ। ଏହାକୁ ମଧ୍ୟ ସିଏମ୍‌ଓ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିଲା। ଏହି ଖବରର ସତ୍ୟତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ କରାଯାଇଥିଲା। ତେବେ ଏହାର କୌଣସି ଜବାବ ଦିଆ ନ ଯାଇ ସେହି ପୋଷ୍ଟକୁ ତୁରନ୍ତ ସିଏମ୍‌ଓ ଟୁଇଟର ହ୍ୟାଣ୍ଡେଲରୁ ହଟାଇ ଦିଆଯାଇଥିଲା।
ୟୁରୋପିଆନ କମିଶନ ଗ୍ଲୋବାଲ ହ୍ୟୁମାନ ସେଟଲମେଣ୍ଟ ଅର୍ବାନ ସେଣ୍ଟର ଡାଟାବେସ ଦ୍ୱାରା ପ୍ରକାଶିତ ‘କ୍ରାଉଡିଂ ଆଣ୍ଡ୍‌ ଶେପ୍‌ ଅଫ୍‌ କୋଭିଡ୍‌ ଏପିଡେମିକ୍ସ’ ଶୀର୍ଷକ ଏକ ନିବନ୍ଧରେ ଚାଇନାର କେତେକ ସହର, ଇଟାଲୀର କିଛି ପ୍ରଦେଶ ସହ ଜଳବାୟୁ ଓ ଜନସଂଖ୍ୟା ତଥ୍ୟ ଏବଂ କୋଭିଡ୍‌ -୧୯ ମୁକାବିଲାରେ ସ୍ଥାନୀୟ ହସ୍ତକ୍ଷେପ ତଥ୍ୟ ନିଆଯାଇଥିଲା। ତେବେ ସେଥିରେ ସାମିଲ ହୋଇଥିବା ୩୧୦ ସହର ମଧ୍ୟରେ ଗଞ୍ଜାମ ଜିଲା ସ୍ଥାନ ପାଇ ନଥିଲା। ହେଲେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଟୁଇଟର ହ୍ୟାଣ୍ଡେଲରୁ ମଧ୍ୟ ଅକ୍ସଫୋର୍ଡର ପ୍ରଶଂସାକୁ ନେଇ ଟୁଇଟ୍‌ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?