ଅଫ୍‌ଲାଇନ୍‌ରେ ଡିଏଲ୍‌ଏଡ୍‌ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର, ୧୧। ୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୪ରୁ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନ (ଡିଏଲ୍‌ଏଡ୍‌) ପ୍ରଥମ ଓ ଶେଷବର୍ଷ ପରୀକ୍ଷା ଆରମ୍ଭ ହେବ। ରାଜ୍ୟର ପ୍ରାୟ ୧୩,୫୦୦ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ଏହି ପରୀକ୍ଷାକୁ ଅଫ୍‌ଲାଇନରେ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ଏହାର ତୀବ୍ର ପ୍ରତିବାଦ କରିଛନ୍ତି ପରୀକ୍ଷାର୍ଥୀ। କରୋନା ସଂକ୍ରମଣ ଏଡ଼ାଇବା ପାଇଁ ବିଏଡ୍‌ ପରୀକ୍ଷା ଅନଲାଇନ୍‌ ମାଧ୍ୟମରେ କରାଯାଇଥିଲା। କିନ୍ତୁ ଡିଏଲ୍‌ଏଡ୍‌ ପରୀକ୍ଷା କାହିଁକି ଅଫ୍‌ଲାଇନ୍‌ରେ କରାଯିବ ସେନେଇ ଅଖିଳ ଭାରତ ଛାତ୍ରସଂଘ ଓ ନିଖିଳ ଓଡ଼ିଶା ଡିଏଲ୍‌ଏଡ୍‌ ଛାତ୍ରସଂଘ ପକ୍ଷରୁ ସରକାରଙ୍କୁ ପ୍ରଶ୍ନ କରାଯାଇଛି। ଶନିବାର ଏଆଇଏସ୍‌ଏଫ୍‌ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାପତି ସଂଘମିତ୍ରା ଜେନା କହିଛନ୍ତି, ପରୀକ୍ଷା କେନ୍ଦ୍ର ୧୦୦ରୁ ୧୫୦କି.ମି. ଦୂରତାରେ ହୋଇଥିବାବେଳେ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଯାତାୟତ, ପରୀକ୍ଷା ପାଇଁ ୧୫ଦିନ ରହଣି, ପରୀକ୍ଷାର୍ଥୀ ଓ ପରିବାରବର୍ଗଙ୍କ କରୋନା ପରୀକ୍ଷା ବ୍ୟବସ୍ଥା ସମ୍ପର୍କରେ ସରକାର ଚିନ୍ତା ନ କରି ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଅନେକ ଛାତ୍ରୀଛାତ୍ରଙ୍କ ଜୀବନହାନି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ନ କଲେ ୧୨ ତାରିଖରେ ଏହି ଛାତ୍ରୀଛାତ୍ରମାନେ ନବୀନ ନିବାସ ଘେରାଉ କରିବେ ବୋଲି ଏଆଇଏସ୍‌ଏଫ୍‌ ଓ ନିଖିଳ ଓଡ଼ିଶା ଡିଏଲ୍‌ଏଡ୍‌ ଛାତ୍ରସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୬ ବର୍ଷରେ ଧରିତ୍ରୀ

ନଭେମ୍ବର ୨୪ ତାରିଖ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ପବିତ୍ର ସିଦ୍ଧି ଦିବସ । ଏହି ଅବସରରେ ଧରିତ୍ରୀର ଜନ୍ମ । ୧୯୭୪ ରୁ ଏ ଯାବତ...

ଡିସେମ୍ବର ୨୦ ପର୍ଯ୍ୟନ୍ତ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ରାଜଧାନୀରେ ଆନ୍ଦୋଳନ କରିଥିବା ଶିକ୍ଷକମାନେ ବୁଧବାର ସେମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଡିସେମ୍ବର ୨୦ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ପ୍ରାଥମିକ ଶିକ୍ଷକ ସଂଘ ସ୍ଥଗିତ...

କଟକରେ ୩ ଜଣଙ୍କ ଗଳାକାଟି ହତ୍ୟା ଘଟଣା : ଜେଏମ୍‌ଏଫ୍‌ସିରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ

କଟକ ଅଫିସ,୯।୮ : କଟକରେ କିଛିଦିନ ତଳେ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ନୟାଗଡ ଅଞ୍ଚଳର...

୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ୱର,୨୮ା୪(ବ୍ୟୁରୋ):ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗ୍ରୀଷ୍ମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଗତ କିଛିଦିନ ହେବ ପ୍ରବଳ ଖରା ସମଗ୍ର ରାଜ୍ୟକୁ ଉତ୍ତପ୍ତ...

ପକ୍ଷୀଙ୍କ ଶୋଷ ମେଣ୍ଟାଉଛି ଚୁଆ ପାଣି

ମହାକାଳପଡ଼ା, ୬ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ କେତେ ସପ୍ତାହ ହେଲା ବୈଶାଖ ମାସର ଖରା ଓ ଭୀଷଣ ଗୁଳିଗୁଳି ସହ ଗରମ...

ଗାଁ ଲୋକଙ୍କୁ ଚୁଆ ପାଣି ଭରସା

କପ୍ତିପଦା, ୩।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଗଜାପଥର ଓ ଶରତ ପଞ୍ଚାୟତର ଅଶ୍ୱକୂଟୀ ଛକ ସାହି ଗ୍ରାମ ଏବେ ବି ପ୍ରଶାସନର...

ଦୁଇ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟରେ ପଦ ପୂରଣ ଲାଗି ଅର୍ଥ ବିଭାଗର ମଞ୍ଜୁରୀ : ଆଜି ଉଚ୍ଚଶିକ୍ଷା ବିଭାଗ ଜାରି କରିବ ବିଜ୍ଞପ୍ତି

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡିର ଏକକ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ (ଆଫିଲିଏଟେଡ) ବିଶ୍ୱବିଦ୍ୟାଳୟ ହେବ। ଏହି ଦୁଇଟି ବିଶ୍ୱବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ...

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା , ଶିକ୍ଷକ ଗିରଫ

କପ୍ତିପଦା,୧୫ା୧୦(ଡି.ଏନ୍‌.ଏ.)- ବିବାହର ପ୍ରତିଶ୍ରୁତି ଦେଇ ଜନୈକା ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ଶରତ ଥାନା ପୋଲିସ ସୋମବାର ଜଣେ ଶିକ୍ଷକଙ୍କୁ ଗିରଫ କରିଛି।...

Advertisement
Archives

Model This Week