ଅସୁସ୍ଥ ସ୍ତ୍ରୀଙ୍କୁ ୯୦କି.ମି. ବୋହିଲେ

କଟକ ଅଫିସ/ସାକ୍ଷୀଗୋପାଳ,(ଡି.ଏନ୍‌.ଏ)୧୧। ୧୦:ରାଜ୍ୟରେ ଚିକିତ୍ସା ସେବା ସମସ୍ତଙ୍କୁ ଯେପରି ଠିକ୍‌ଭାବେ ମିଳିପାରିବ ସରକାର ସେଥିପାଇଁ ଅନେକ ଯୋଜନା କରିଛନ୍ତି। ଏଥିପାଇଁ ବିଭିନ୍ନ ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ମାଗଣା ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ କିଛି ଘଟଣାକୁ ଅନୁଧ୍ୟାନ କଲେ ଏହି ସବୁ ଯୋଜନା ଫେଲ୍‌ ମାରିବା ଭଳି ମନେହେଉଛି। ଅର୍ଥାଭାବରୁ ଜଣେ ବ୍ୟକ୍ତି ଅସୁସ୍ଥ ସ୍ତ୍ରୀଙ୍କୁ ଏକ ଟ୍ରଲିରେ ପୁରୀ ଜିଲା ସତ୍ୟବାଦୀ ବ୍ଲକରୁ ଦୀର୍ଘ ୯୦କି.ମି ଦୂର କଟକ ବଡ଼ ଡାକ୍ତରଖାନାକୁ ବୋହି ଆଣୁଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। କଟକ ଓଏମ୍‌ପି ଛକ ନିକଟରେ କେତେଜଣ ସାମାଜିକ କର୍ମୀ ଏହା ଦେଖିବା ପରେ ଅଟୋରେ ଅସୁସ୍ଥ ମହିଳାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଞ୍ଚାୟତର କବୀର ଭୋଇଙ୍କ ସ୍ତ୍ରୀ ସୁକାନ୍ତି ଦୀର୍ଘ ଦିନ ଧରି ପେଟ ରୋଗରେ ପୀଡ଼ିତ ଥିଲେ। କବୀର ପୂର୍ବରୁ ଭୁବନେଶ୍ୱର, ପୁରୀ ଓ ସ୍ଥାନୀୟ ସାକ୍ଷୀଗୋପାଳ ଡାକ୍ତରଖାନାରେ ସୁକାନ୍ତିଙ୍କ ଚିକିତ୍ସା କରାଇଥିଲେ। କିନ୍ତୁ ସୁକାନ୍ତି ପେଟରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କବୀର ଶୁକ୍ରବାର ଟ୍ରଲିରେ ୧୦କି.ମି ଦୂର ସାକ୍ଷୀଗୋପାଳ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ସୁକାନ୍ତିଙ୍କ ଅବସ୍ଥା ଦେଖି ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ନେଇଯିବାକୁ ଜଣେ ଡାକ୍ତର କବିରଙ୍କୁ ପରାମର୍ଶ ଦେଇଥିଲେ। କଟକ ଆସିବା ପାଇଁ କବୀର ଜଣେ ଅଟୋ ଚାଳକଙ୍କୁ ଅନୁରୋଧ କରିଥିଲେ। ହେଲେ ଅଟୋ ଚାଳକ ଏଥିପାଇଁ ୧୨୦୦ଟଙ୍କା ଭଡ଼ା କହି ଥିଲେ। ଏତେ ଟଙ୍କା ପାଖରେ ନ ଥିବାରୁ କବୀର ନିରାଶ ହୋଇଥିଲେ। ଏପରି କି ସେଠାରେ ତାଙ୍କୁ ଆମ୍ବୁଲାନ୍ସ ସୁବିଧା ମଧ୍ୟ ମିଳି ନ ଥିଲା। ତେଣୁ ନିଜ ଟ୍ରଲିରେ କବୀର ସ୍ତ୍ରୀ ସୁକାନ୍ତିଙ୍କୁ ଶୁଆଇ କଟକ ଅଭିମୁଖେ ବାହାରିଥିଲେ। ସନ୍ଧ୍ୟାରେ କଟକ ତେଲେଙ୍ଗାପେଣ୍ଠରେ ପହଞ୍ଚତ୍ବାପରେ ସାମାଜିକ କର୍ମୀଙ୍କ ନଜର ଏମାନଙ୍କ ଉପରେ ପଡ଼ିଥିଲା। ସବୁକଥା ବୁଝିବା ପରେ ସମ୍ପୃକ୍ତ ସାମାଜିକକର୍ମୀ ସେମାନଙ୍କୁ ସେଠାରେ ରାତିରେ ଖାଇବା ଓ ରହିବାର ବ୍ୟବସ୍ଥା କରାଇଥିଲେ। ଶନିବାର ସକାଳେ କବୀର ଟ୍ରଲିରେ ସ୍ତ୍ରୀଙ୍କୁ ବୋହି କଟକ ଅଭିମୁଖେ ପୁଣି ବାହାରିଥିଲେ। କଟକ ଓଏମ୍‌ପି ଛକରେ ସାମାଜିକ କର୍ମୀ ଅଭିମନ୍ୟୁ ଏହା ଦେଖି ଅଟକାଇବା ସହ ସେମାନଙ୍କୁ ଏକ ଅଟୋରେ ବଡ଼ ଡାକ୍ତରଖାନା ନେଇଥିଲେ। ସୁକାନ୍ତିଙ୍କୁ ଏସ୍‌ସିବି ମେଡିକାଲର ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ସମସ୍ତ ପ୍ରକାର ପରୀକ୍ଷା ଚାଲିଛି ବୋଲି ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି।
ଅପରପକ୍ଷରେ କବିର ପୂର୍ବରୁ ଅନେକ ଥର ସାକ୍ଷୀଗୋପାଳ ଡାକ୍ତରଖାନାରେ ସ୍ତ୍ରୀ ସୁକାନ୍ତିଙ୍କ ଚିକିତ୍ସା କରାଇଛନ୍ତି। ହେଲେ ଶୁକ୍ରବାର ସେ ଡାକ୍ତରଖାନା ଆସିଥିବା ନେଇ କୌଣସି ସୂଚନା ନାହିଁ ବୋଲି ସାକ୍ଷୀଗୋପାଳ ମେଡିକାଲ ଅଫିସର ବିଶ୍ୱଜିତ୍‌ ମିଶ୍ର କହିଛନ୍ତି। ଆମ୍ବୁଲାନ୍ସ ନ ମିଳିବା ସଂକ୍ରାନ୍ତରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର କହିଛନ୍ତି, ଅଭିଯୋଗ ବିଶ୍ୱାସଯୋଗ୍ୟ ନୁହେଁ। ଜିଲାରେ ୧୮ଟି ୧୦୨ ଆମ୍ବୁଲାନ୍ସ ରହିଛି। ଯୋଗାଯୋଗ କରିଥିଲେ ନିଶ୍ଚିତ ସେବା ମିଳିଥାନ୍ତା। ତେବେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ପୁଣି ୪୮ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୭୬

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟରେ ସୋମବାର ପୁଣି ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଥିବା ରାଜ୍ୟ...

ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ: ୧୦ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଛତିଶଗଡ, ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବିଦର୍ଭ ଏବଂ ପୂର୍ବ ମଧ୍ୟ ପ୍ରଦେଶ ଉପରେ ଏକ ଟ୍ରପ୍‌...

ନିଷିଦ୍ଧାଞ୍ଚଳରେ ଚାଲିଛି ଟ୍ରଲର, କଇଁଛ ମରୁଛନ୍ତି

କେନ୍ଦ୍ରାପଡ଼ା ଅଫିସ,୧୦ା୧: ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡ଼ିଶାଳରେ ଦ୍ରୁତଗତିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳର ମାଦଳିରେ ଏକ ଏନ୍‌ଜିଓର ସଦସ୍ୟମାନେ...

ଇଆଇଏ ପ୍ରତ୍ୟାହାର ଦାବିରେ ଧାରଣା

ବ୍ରହ୍ମପୁର ଅଫିସ, ୬ା୬- ପରିବେଶ ସୁରକ୍ଷା ଆଇନ ପ୍ରଭାବ(ଇଆଇଏ)କୁ ଆକଳନ, ଅଧ୍ୟୟନର ଖୋଲା ଆଲୋଚନା ତଥା ବିନା ଜନଶୁଣାଣିରେ କମ୍ପାନୀ ହାତକୁ ପ୍ରାକୃତିକ ସମ୍ପଦ ହସ୍ତାନ୍ତର...

ମହିଳାଙ୍କୁ ଆକ୍ରମଣ, ଜେଲଗଲେ ଶିକ୍ଷକ

ଭଞ୍ଜନଗର,୨୦।୧୨(ଡି.ଏନ୍‌.ଏ.)- ତାରସିଂ ପୋଲିସ ଶୁକ୍ରବାର ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେହେଲେ ପ୍ରତାପୁରର ଶଙ୍କର ନାୟକ। ମହିଳାଙ୍କ ଏତଲାକ୍ରମେ ନଂ.୧୯୫/୧୯ରେ ଏକ...

ଚୁଡ଼ଙ୍ଗବସ୍ତିରୁ ମୃତଦେହ ଉଦ୍ଧାର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବାରଙ୍ଗ, ୨୦।୯(ଡି.ଏନ୍‌.ଏ): କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ପଞ୍ଚୁପାଳ ଗ୍ରାମ ମୁଣ୍ଡତାରିଣୀ ମନ୍ଦିର ପାଖ ଚୁଡ଼ଙ୍ଗବସ୍ତିରୁ କିଛିଦିନ ତଳେ ମଣ୍ଟୁ ମଣ୍ଡଳଙ୍କ ମୃତଦେହ ପୋଲିସ...

ସେକ୍ସ ର଼୍ୟାକେଟ୍‌ ଠାବ : ଦୁଇ ଯୁବକଙ୍କ ସହ ଜଣେ ଯୁବତୀ ଅଟକ

ବାସୁଦେବପୁର,୧୭।୧୦: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ବଜାରରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭିଡ଼ ଲାଗିଥିବାବେଳେ ଭଡ଼ା ଘରୁ ପୋଲିସ ସେକ୍ସ ର଼୍ୟାକେଟ୍‌ ଠାବ କରିଛି।...

ସୋମ ଅଟୋ: ପ୍ରତିଦିନ ନୂଆ ଅଭିଜ୍ଞତା

ଢେଙ୍କାନାଳ ରାଜ ପରିବାର ସଦସ୍ୟ ହର୍ଷବର୍ଦ୍ଧନ ସିଂହଦେଓ। ଉଚ୍ଚଶିକ୍ଷା ସମାପ୍ତ କରି ପରିବାରର ପରାମର୍ଶକ୍ରମେ ସେ ବ୍ୟବସାୟ କ୍ଷେତ୍ରରେ ମନୋନିବେଶ କରିଥିଲେ। ଜଣେ ଭ୍ରମଣପ୍ରିୟ ମଣିଷ...

Advertisement
Archives

Model This Week