ଭୁବନେଶ୍ୱରରୁ ଆଜି ପୁଣି ୩୭ ପଜିିଟିଭ୍ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୬ ଜଣ ରହିଥିବା ବେଳେ ଲୋକାଲ କେସ୍ ୨୧ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ସ୍କୁଲ ଫି’ ପ୍ରସଙ୍ଗ: କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): କରୋନା ସମୟରେ ଘରୋଇ ସ୍କୁଟ ଫି ଛାଡ କରିବା ମାମଲାର ଶୁଣାଣିକରି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ସ୍କୁଲ ଫି କେତେ ହ୍ରାସ କରିପାରିବ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏ ସମ୍ପର୍କୀତ ସତ୍ୟପାଠ ଦାଖଲ…
ଥରେ ଗିରଫ ପରେ ସୁଧୁରିଲେନି: ପୁଣି ଲାଞ୍ଚ ନେଇ ଡାକ୍ତର ଗିରଫ
ମାଲକାନଗିରି, ୨୩।୧୧(ଡି.ଏନ୍.ଏ.): ପୂର୍ବରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଜଣେ ଡାକ୍ତର ପୁଣିଥରେ ଲାଞ୍ଚ ନେବା ବେଳେ ଭାଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ହେ ହେଲେ ମାଲକାନଗିରି ଜିଲା ପୋଡିଆ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପାନୁ ଚରଣ…
ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା, ଶିଳ୍ପ ସଚିବ
ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା। ମାସ୍କ ଦୁର୍ନୀତି ଅଭିଯୋଗରେ ଉଭୟ ପୁଣିଥରେ ହାଜର ହୋଇଛନ୍ତି। ଏହି ମାମଲାରେ ନିଜ ପକ୍ଷ ରଖିବାକୁ ଲୋକାଯୁକ୍ତ ନିର୍ଦ୍ଦେଶ ଦେଇଥିଲେ।…
୧୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୫୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ୧୭…
ନାବାଳିକା ଝିଅକୁ ପୋଡିଦେଲେ ବାପା
ପାଟଣାଗଡ, ୨୩।୧୧ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଡେବିରିପାଲି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ କାଣ୍ଡ। ଜଣେ ନାବାଳିକା ଝିଅକୁ ବାପା କିରୋସିନ ଢାଳି ପୋଡି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ନାବାଳିକା…
ରାଜ୍ୟରେ ପୁଣି ୬୬୮ ପଜିଟିଭ୍ ଚିହ୍ନଟ, ନୂଆପଡାରୁ ସର୍ବାଧିକ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୮୩ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ…
ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ପରଲୋକ: ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ସହଧର୍ମିଣୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ବିଧାନସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଶୋକ ପ୍ରସ୍ତାବ ଆଗତ…
୮ଲକ୍ଷ ୯୬ହଜାର ପଞ୍ଜୀକୃତ ବେକାରି
ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ ବେକାରି ସମସ୍ୟା ବଢୁଛି। ଦକ୍ଷତା ବିକାଶ ମାଧ୍ୟମରେ ସରକାର ଯେତେ ପ୍ରଚେଷ୍ଟା କଲେ ବି ଓଡ଼ିଶାରୁ ବେକାରି ସମସ୍ୟା ଦୂର ହେଉନି। ୨୦୨୦ ଅକ୍ଟୋବର ୩୧ ସୁଦ୍ଧା ରାଜ୍ୟରେ ୮ଲକ୍ଷ ୯୬ହଜାର ୮୩୮ଜଣ ବେକାରି ଅଛନ୍ତି। ତେବେ…
ନକଲି ଗୁଟ୍ଖା କାରଖାନାରେ ଚଢ଼ାଉ
ଭୁବନେଶ୍ୱର(ବ୍ୟୁରୋ)/ କଟକ (ଟାଙ୍ଗୀ) ୨୩ା୧୧ (ଡି.ଏନ.ଏ.):ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ବ୍ୟାଗ୍ରୁ ୩୦ଲକ୍ଷ ଟଙ୍କା ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଜବତ ହୋଇଥିବା ଟଙ୍କାର ଗୁମର ଫିଟାଇଛି ପୋଲିସ। ନକଲି ଗୁଟ୍ଖା…
ଜିଲାସ୍ତରରେ କଡ଼ାକଡ଼ି ହେବ ଗାଡ଼ି ଚେକିଂ
ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ ଗତ କିଛି ମାସ ହେଲା ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହା ଉପରେ ରାଜ୍ୟ ସରକାର ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ମୁଖ୍ୟତଃ ହେଲ୍ମେଟ ଚେକିଂ ପ୍ରକ୍ରିୟା ଏବଂ ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ…
‘ସୁନ୍ଦରୀ’ ସ୍ଥିତି ଜଣାଇବାକୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ):ସାତକୋଶିଆରେ ଏବେ ବନ୍ଦୀ ଜୀବନ ବିତାଉଛି ବାଘୁଣୀ ‘ସୁନ୍ଦରୀ’। ସୁନ୍ଦରୀର ଘର ବାହୁଡ଼ା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରୁନି। ଏ ସଂକ୍ରାନ୍ତରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି। ଏକ ସଂସ୍ଥା ପକ୍ଷରୁ ଉକ୍ତ ମାମଲା…
Archives


