ଏଥର ବିବାହ ଭୋଜିରେ ପ୍ୟାକେଟ ଖାଦ୍ୟ: ଗଞ୍ଜାମ ଜିଲାପାଳ

ଗଞ୍ଜାମ, ୫।୪(ଡି.ଏନ୍‌.ଏ): କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମ୍ନାକୁ ଆସୁଛି । ଏବେ କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ବିବାହ ଭୋଜିରେ ପ୍ୟାକେଟ ଖାଦ୍ୟ ପରିବେଷଣ ଲାଗି ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ରାଜ୍ୟର ସବୁ ଅଞ୍ଚଳରେ ନୁହେଁ ।
ଗଞ୍ଜାମ କୋଭିଡ୍‌ କଟକଣାରେ ଆଉ କିଛି ନୂଆ ନିୟମ ଲାଗୁ କରାଯାଇଛି। କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏଥର ବିବାହ ଭୋଜିରେ ପ୍ୟାକେଟ ଖାଦ୍ୟ ପରିବେଷଣ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି
ଅପରପକ୍ଷେ ଜିଲାରେ ସୋମବାର ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୧୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୧ହଜାର ୭୧୪ଜଣ ସୁସ୍ଥ ହୋଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ସିଏମ୍‌ସି ଲାଗି ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ କଲା ଭାଜପା

କଟକ ଅଫିସ,୬।୩: ବର୍ତ୍ତମାନ ୩ ମହାନଗର ନିଗମରେି ରାଜନୀତି ସରଗରମ ହେଉଛି। ତିନି ମହାନଗର ନିଗମର ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା...

ମୁହାଁମୁହିଁ ହୋଇପାରନ୍ତି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ୩ବର୍ଷ ଧରି ମୂରବି ଶୂନ୍ୟ ଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ନେତା ପାଇବାକୁ ଯାଉଛି। ଏଥିପାଇଁ ଖୁବ୍‌ଶୀଘ୍ର ପୌର ନିର୍ବାଚନର ତାରିଖ...

ଅବ୍ୟବସ୍ଥା, ଅସୁରକ୍ଷିତ

ଅନୁଗୋଳ ଅଫିସ, ୧୭ା୧୨:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବିବାଦର ଶେଷ ହେଉନାହିଁ। ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବାବେଳେ ଗୁରୁବାର ସକାଳେ ନିର୍ମାଣାଧୀନ ଆଇସିୟୁ ବିଲ୍ଡିଂ...

ବୀମା ପରିସରଭୁକ୍ତ ହେଲେ ସେବାୟତ

ବାରିପଦା ଅଫିସ,୮ା୧- ସବୁବେଳେ ଅବହେଳିତ ହୋଇ ପଡ଼ି ରହିଥିବା ଦେବୋତ୍ତର ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତର ଦିନକ ପୂର୍ବରୁ ସଜବାଜ କରିଛି ଜିଲା ପ୍ରଶାସନ।...

ନୂଆ ଆଇନ ଲାଗୁ ପରେ ଦୁର୍ଘଟଣା କମିଛି

ଭଞ୍ଜନଗର,୧୩।୯(ଡି.ଏନ.ଏ.)- ନୂଆ ମୋଟର ଯାନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ଏହାଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁହାର ବହୁତ କମିଛି। ମୁଖ୍ୟମନ୍ତ୍ରୀଙ୍କ...

ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ

ଜହ୍ନାପଙ୍କ,୨୪।୫ (ଡି.ଏନ.ଏ)- ବୌଦ୍ଧ ବ୍ଲକ ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଏହି ସାହିରେ ୨୦ ପରିବାରର ପ୍ରାୟ ୩୦୦...

ବାର୍‌ହା ଫାଶରେ ବାଘ

ତିଗିରିଆ,୪।୧(ଡି.ଏନ୍‌.ଏ.): କଟକ ଜିଲା ତିଗିରିଆ ବନାଞ୍ଚଳର ଭିରୁଡ଼ା ଗ୍ରାମ ନିକଟସ୍ଥ ଶିବ ମନ୍ଦିର ନିକଟରେ ଏକ କଲରାପତରିଆ ବାଘ ଫାଶରେ ପଡ଼ି ମୃତ୍ୟୁ ଘଟିଛି। ବାରହା...

ରାଜ୍ୟରେ ମୁଣ୍ଡ ପିଛା ଋଣ ୨୨,୦୪୨ଟଙ୍କା

ଭୁବନେଶ୍ବର, ୨ା୮(ବ୍ୟୁରୋ): ଓଡିଶାର ଏ.ଜି(ମହାଲେଖାକାର)ଙ୍କ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟ ସରକାରଙ୍କ ମୋଟ ଋଣ ଭାର୯୭,୭୦୨.୦୩ କୋଟି ଟଙ୍କା ରହିଛି। ଚଳିତ...

Advertisement
Archives

Model This Week