Posted inରାଜ୍ୟ

କମି କମି ଯାଉଛି ସୁବର୍ଣ୍ଣରେଖା ପତ୍ତନ

ଜଳେଶ୍ୱର,୫ା୪(ଡି.ଏନ.ଏ.)-ଉତ୍ତର ବାଲେଶ୍ୱରର ଜୀବନରେଖା କୁହାଯାଉଥିବା ସୁବର୍ଣ୍ଣରେଖା ନଦୀ ବାଲି ମାଫିଆଙ୍କ କବ୍‌ଜାରେ। ପଶ୍ଚିମବଙ୍ଗର ବାଲି ମାଫିଆମାନେ ଓଡ଼ିଶା ସୀମାବର୍ତ୍ତୀ ସୁବର୍ଣ୍ଣରେଖା ନଦୀପଠାରୁ ଜବରଦସ୍ତ ମେଶିନ ସହାଯ୍ୟରେ ବାଲି ଉତ୍ତୋଳନ କରି ନେଉଥିବାରୁ ନଦୀର ପତ୍ତନ ଧୀରେ ଧୀରେ କମି କମି ଯାଉଛି ଓ ନଦୀ ଅଧିକ ଗଭୀର ହୋଇଯାଉଛି। ନଦୀର ଗତିପଥ ବଦଳିବା ସହ କୂଳ ଖାଇ ଧନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଖରାଦିନେ ନଦୀ ପାଣିକୁ ଚାଷ ଲାଗି ବ୍ୟବହାର କରାଯାଇଥାଏ। ନଦୀକୂଳିଆ ଗ୍ରାମବାସୀ ନିଜର ଦୈନନ୍ଦିନ କାର୍ଯ୍ୟରେ ଏହି ପାଣିକୁ ବ୍ୟବହାର କରିଥାନ୍ତି। ଚଳିତବର୍ଷ ପ୍ରାୟ ୭ମାସ ହେବ ବର୍ଷା ନ ହେବାରୁ ନଦୀର ଶଯ୍ୟା ଶୁଷ୍କ ହୋଇ ଜୀବନଯାତ୍ରା ବ୍ୟାହତ ହୋଇଛି। ଭୂତଳ ଜଳସ୍ତର ୧୦୦ଫୁଟ ପର୍ଯ୍ୟନ୍ତ ତଳକୁ ଖସିଯାଇଛି। ଫଳରେ ନଦୀ ଅବବାହିକାରେ ଥିବା ଗ୍ରାମଗୁଡିକରେ ଜଳ ସଂକଟ ସୃଷ୍ଟି ହୋଇଛି। ଅଗଭୀର ନଳକୂପରୁ ଚାଷ ଓ ପିଇବା ପାଇଁ ପାଣି ମିଳୁନାହିଁ। ଏହାର ପ୍ରତିକାର ଲାଗି ମହମ୍ମଦନଗରପାଟଣା ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ମହାନ୍ତି, ସମାଜସେବୀ ରାଧାଶ୍ୟାମ ସାହୁ, ଉତ୍ତମ ଦାସ, ଅରୁଣ ସେନାପତି, ହରିପଦ ମାନ୍ନା, ଖକନ ଜେନା, କୁନା ଟୁଡୁ, ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ଜଳେଶ୍ୱର ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri