ସ୍ଥାନାନ୍ତର ହେଲା ସାପ୍ତାହିକ ହାଟ

ଭବାନୀପାଟଣା, ୫।୪: କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ରବିବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଉଛି। ପ୍ରଶାସନ ପକ୍ଷରୁ ଭବାନୀପାଟଣାର ସାପ୍ତାହିକ ହାଟକୁ (ମଙ୍ଗଳବାର ଓ ଶନିବାର) ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଜିଲାର ୪୪ଟି ଟିକା ଦାନ କେନ୍ଦ୍ରରେ ଗତ ୪ ଦିନ ମଧ୍ୟରେ ୩୭୪୨୧ ଜଣ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ଜିଲାରେ ମୋଟ ୭୬୬୮୭ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁନାଗଡ ବ୍ଲକରେ କରୋନ ସ୍ଥିତି ଚିନ୍ତା ବଢାଇଛି। ପ୍ରଶାସନ ପକ୍ଷରୁ ସହରରେ ମାସ୍କ ପିନ୍ଧୁ ନ ଥିବା ଓ ସାମାଜିକ ଦୂରତା ନିୟମର ପାଳନ କରୁ ନ ଥିବା ଦୋକାନ ଉପରେ ଚଢାଉ କରାଯାଉଛି। ହେଲେ ଲୋକ ଏହାକୁ ଖାତିର ନ କରି ନିୟମ ଉଲ୍ଲଂଘନ କରୁଛନ୍ତି। ଜୁନାଗଡରେ ଗତ ୩ ସପ୍ତାହ ମଧ୍ୟରେ ୬୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡ଼ା ଦୋକାନ ଭାଙ୍ଗିଲା ପୌର ପରିଷଦ

ବାରିପଦା ଅଫିସ,୪।୪: କରୋନା ମୁକାବିଲା ପାଇଁ ପରିଷ୍କାର ପରିଛନ୍ନତା ପ୍ରତି ଗୁରୁତ୍ୱ ଦିଆ ଯାଉଥିବା ବେଳେ ମୟୂରଭଞ୍ଜ ପୌର ପରିଷଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।...

ଶିଶୁ ଅପହରଣ କରି ବିକ୍ରି ଘଟଣା: ୨ ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୪ା୯-ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ପରେ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ଗୋଷାଣି ନୂଆଗାଁ ପୋଲିସ। ପୂରା ଘଟଣାକ୍ରମରେ ସମ୍ପୃକ୍ତ ଥିବା ୨...

ନିଶ୍ଚିହ୍ନ ହେବାକୁ ବସିଛି ଲିଙ୍ଗରାଜଙ୍କ କୁଡୁଆ ସମ୍ପତ୍ତିି

ପୁରୁଣା ଭୁବନେଶ୍ୱର,୧୦ା୫(ଡି.ଏନ୍‌.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ଜାନିଯାତ୍ରାରେ ନୀତିକାନ୍ତି ପାଇଁ ଛତିଶାନିଯୋଗ ନିୟୋଜିତ ରହିଛନ୍ତି। ସମସ୍ତ ସେବା ପାଇଁ ସେବାୟତଙ୍କୁ ଜମି ଖଞ୍ଜାପଡ଼ା ରହିଛି। ସେହପରି...

ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ୨୦୧୯-୨୦ ବର୍ଷ ପାଇଁ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ-୨ର ୧୦ଜଣ...

ଦେଓବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମାଓବାଦୀ ପୋଷ୍ଟର

ନବରଙ୍ଗପୁର/ଚନ୍ଦାହାଣ୍ଡି,୧୫।୮(ବି.ପ୍ର./ଡି.ଏନ୍‌.ଏ.): ସମଗ୍ର ଭାରତ ବର୍ଷରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳନ ହେଉଥିବାବେଳେ ନବରଙ୍ଗପୁର ଜିଲାର ଚନ୍ଦାହାଣ୍ଡି ବ୍ଲକ ଅଧୀନ ଦେଓବନ୍ଧ ସ୍ବାସ୍ଥ୍ୟ ଓ ଆରୋଗ୍ୟ...

ଅନୁଗୋଳ ପୌରପାଳିକାରେ ଲାଗୁହେଲା ଏଫଏସ୍ଏମ୍ ନିୟମ: ଘରୋଇ ସଂସ୍ଥା ପଞ୍ଜୀକରଣ ନ କଲେ ଜରିମାନା

ଅନୁଗୋଳ ଅଫିସ, ୧୧।୧ – ଅନୁଗୋଳ ପୌରପାଳିକାରେ ଶୁକ୍ରବାର ଠାରୁ ଏଫ୍‌ଏସ୍‌ଏମ୍‌ ନିୟମ ଲାଗୁ ହୋଇଛି। ଏଥିସହ ଅନୁଗୋଳ ଜିଲାରେ ଥିବା ତାଳଚେର ପୌରପାଳିକା ଓ...

ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଆମରଣ ଅନଶନ

ବାସୁଦେବପୁର,୧୬।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତର କୁରୁଦା ଗ୍ରାମରେ ଏକ ପାଣିନାଳ ସଂଲଗ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ହେବା...

ପୋଲାଭରମ୍‌ କାର୍ଯ୍ୟ ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର, ୨।୭(ବ୍ୟୁରୋ) ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ...

Advertisement


Archives

Model This Week