ଫ୍ୟାନ୍ସି ନମ୍ବରରୁ ରେକର୍ଡ ଆଦାୟ: ୬ମାସରେ ମିଳିଛି ୧୧.୨୪ କୋଟି

ଭୁବନେଶ୍ୱର,୫।୪: ଫ୍ୟାନ୍ସି ଏବଂ ପସନ୍ଦ ଯୋଗ୍ୟ ରେଜିଷ୍ଟ୍ରେଶନ ନମ୍ବର ବାବଦରେ ଗତ ୬ମାସ ଅର୍ଥାତ୍‌ ୨୦୨୦ ଅକ୍ଟୋବରରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ରାଜ୍ୟ ସରକାର ୧୧.୨୪କୋଟି ଟଙ୍କା ପାଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ଟୁଇଟ କରି ଜଣାଇଛନ୍ତି। ପୂର୍ବବର୍ଷ ଏହି ସମୟ ଅର୍ଥାତ୍‌ ୨୦୧୯ ଅକ୍ଟୋବରରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଫ୍ୟାନ୍ସି ନମ୍ବର ବାବଦକୁ ୬କୋଟି ଟଙ୍କା ମିଳିଥିଲା। ଚଳିତବର୍ଷ ଏହା ୨ଗୁଣ ହୋଇଛି। ରାଜ୍ୟ ସରକାରଙ୍କ ୫-ଟି ନୀତି ଆଧାରରେ ଏସ୍‌ଟିଏ ଗତ ଅକ୍ଟୋବର ୬ତାରିଖରୁ ଡିଲର ପଏଣ୍ଟ ଅଟୋମେଶନ ବ୍ୟବସ୍ଥା ଆରମ୍ଭ କରିଥିଲା। ଦେଶରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏକି ଡିଲରଙ୍କ ଡିଜିଟାଲ ସିଗ୍ନେଚର ମାଧ୍ୟମରେ କାଗଜ ବିହୀନ ଏବଂ କଣ୍ଟାକ୍ଟ ଲେସ୍‌ ଗାଡ଼ି ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିଥିଲା। ଫଳରେ ସ୍ବୟଂକ୍ରୀୟ ଭାବେ ଗାଡ଼ିର ପଞ୍ଜୀକରଣ କମ୍ପ୍ୟୁଟର ମାଧ୍ୟମରେ କରାଯାଇପାରୁଛି। ଏହାଦ୍ୱାରା ଗାଡ଼ି କିଣୁଥିବା ମାଲିକମାନେ ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)କୁ ବ୍ୟକ୍ତିଗତଭାବେ ନ ଯାଇ ମଧ୍ୟ ଅନ୍‌ଲାଇନ ମାଧ୍ୟମରେ ଗାଡ଼ି ପଞ୍ଜୀକରଣ କରିପାରୁଛନ୍ତି। ପୂର୍ବରୁ ଗାଡ଼ି ପଞ୍ଜୀକରଣ ନିମନ୍ତେ ସର୍ବନିମ୍ନ ୫ ରୁ ୭ଦିନ ଲାଗୁଥିବାବେଳେ ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଗୋଟିଏ ଦିନରେ ଗାଡ଼ି ପଞ୍ଜୀକରଣ ନମ୍ବର ମିଳିପାରୁଛି। ସ୍ବୟଂକ୍ରୀୟ ବ୍ୟବସ୍ଥାରେ ଗାଡ଼ି ପଞ୍ଜୀକରଣ ଆରମ୍ଭ ହେବା ପରେ ୧୧,୫୪୩ଜଣ ଗାଡ଼ି ମାଲିକ ସେମାନଙ୍କ ପସନ୍ଦର ନମ୍ବର ପାଇଁ ଆବେଦନ କରିଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ମାତ୍ର ୫,୫୬୨ ଜଣ ଆବେଦନ କରିଥିଲେ। ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ-୧ ରେ ସର୍ବାଧିକ ୨.୮୧କୋଟି ଟଙ୍କା ଆଦାୟ କରାଯାଇଥିବାବେଳେ କଟକ ଆର୍‌ଟିଓରେ ୧.୨୩ କୋଟି ଟଙ୍କା ଆଦାୟ ହୋଇଛି। ଓଡି-୦୨ ଏକ୍ସଏକ୍ସ ୦୦୦୧ ନମ୍ବର ପାଇଁ ସର୍ବାଧିକ ୧.୭୫ଲକ୍ଷ ଟଙ୍କା ଆଦାୟ କରାଯାଇଛି।
୨୦୧୬ ଜୁନ୍‌ରେ ପ୍ରଥମ ଥର ପାଇଁ ଏସ୍‌ଟିଏ ରାଜ୍ୟରେ ‘ଫ୍ୟାନ୍ସି ରେଜିଷ୍ଟ୍ରେଶନ ନମ୍ବର’ ନିଲାମ ଏବଂ ‘ଆଡ୍‌ଭାନ୍ସ ରେଜିଷ୍ଟ୍ରେଶନ ନମ୍ବର’ ବୁକିଂ ବ୍ୟବସ୍ଥା ଆରମ୍ଭ କରିଥିଲେ। ଫ୍ୟାନ୍ସି ନମ୍ବର ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତି ସେମାନଙ୍କ ନାମ ଏବଂ ପସନ୍ଦଯୋଗ୍ୟ ନମ୍ବରକୁ ପ୍ରତ୍ୟେକ ମାସର ୧ ରୁ ୭ତାରିଖ ମଧ୍ୟରେ ଆବେଦନ କରିପାରିବେ। ୮ରୁ ୧୫ତାରିଖ ମଧ୍ୟରେ ଏହାର ଅନ୍‌ଲାଇନ ନିଲାମ କରାଯାଇଥାଏ। ନିର୍ଦ୍ଦିଷ୍ଟ ନମ୍ବର ପାଇଁ ସର୍ବାଧିକ ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ଉକ୍ତ ନମ୍ବର ପ୍ରଦାନ କରାଯାଇଥାଏ। ଅନ୍‌ଲାଇନ ନିଲାମ ୪ଟି ବର୍ଗରେ ୬୧ଟି ବିଜ୍ଞପିତ ନମ୍ବର ପାଇଁ ଉଦ୍ଦିଷ୍ଟ ଅଟେ। ୦୦୦୧ ଏବଂ ୦୦୦୯ ନମ୍ବର ପାଇବାକୁ ସର୍ବାଧିକ ୧ଲକ୍ଷ ଟଙ୍କା ମୂଳ ରାଶି ରଖାଯାଇଥିବାବେଳେ ୨ୟ, ୩ୟ ଏବଂ ୪ର୍ଥ ବର୍ଗରେ ଯଥାକ୍ରମେ ୬୦ହଜାର, ୪୦ ହଜାର ଏବଂ ୨୦ହଜାର ଟଙ୍କା ମୂଳ ରାଶି ରଖାଯାଇଛି। ଉପରୋକ୍ତ ବର୍ଗରେ ଥିବା ନମ୍ବର ବ୍ୟତୀତ ଜଣେ ଗାଡ଼ି ମାଲିକ ତାଙ୍କ ପସନ୍ଦ ଯୋଗ୍ୟ ନମ୍ବର ଆଗୁଆ ନେବାକୁ ଚାହିଁଲେ ସେମାନଙ୍କୁ ୨ଚକିଆ ଗାଡ଼ି ପାଇଁ ୫ହଜାର ଏବଂ ଅନ୍ୟ ସବୁ ଗାଡ଼ି ପାଇଁ ୧୦ହଜାର ଟଙ୍କା ପଇଠ କରିବାକୁ ପଡ଼ିଥାଏ। ତେବେ ଏହା ଫାଷ୍ଟ କମ୍‌ ଫାଷ୍ଟ ସର୍ଭ ନୀତି ଅନୁସାରେ ମିଳିଥାଏ। ଅର୍ଥାତ୍‌ ଯିଏ ଆଗୁଆ ଆବେଦନ କରିବ ସେ ସେହି ନମ୍ବର ପାଇବାକୁ ଯୋଗ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?