ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼
ଭଦ୍ରକ ଅଫିସ,୬।୨: ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକେ ଜଣେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଭଦ୍ରକ ଛପୋଲିଆ ନିକଟରେ ଶନିବାର ଏଭଳି ଏକ ଘଟଣା ଘଟିଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି…
ପୁରୁଷୋତ୍ତମପୁରରେ କୋଭିଡ ଟିକା ଦାନ ଆରମ୍ଭ
ପୁରୁଷୋତ୍ତମପୁର,୬।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପରିସରରେ ଶନିବାର କୋଭିଡ ଟିକା ଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମେ ତହସିଲଦାର ନିତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ପ୍ରମୁଖ ଟିକା ନେଇଛନ୍ତି।…
ନେଇଛି ୧୪୦ ହଜାର କୋଟି, ଦେଇଛି ୧୪ ହଜାର କୋଟି
ଭୁବନେଶ୍ୱର,୬।୨(ବ୍ୟୁରୋ): ୨୦୨୧-୨୨ ଆର୍ଥିକବର୍ଷ ପାଇଁ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍ଡିଏ ସରକାର ଆଣିଥିବା ରେଳ ବଜେଟରେ ଓଡ଼ିଶା ପ୍ରତି ହୋଇଥିବା ଅଣଦେଖାକୁ ନେଇ ବିଜେଡି ଭାଜପାକୁ ଜୋରଦାର ସମାଲୋଚନା କରିଛି। ଏ ନେଇ ଭାଜପାର ରାଜ୍ୟ ନେତ୍ୱତ୍ୱଙ୍କୁ ଜବାବ ତଲବ କରିଛି।…
ମେ’ ୩ରୁ ମାଟ୍ରିକ ପରୀକ୍ଷା, ଖୁବ୍ଶୀଘ୍ର କାର୍ଯ୍ୟସୂଚୀ
ଭୁବନେଶ୍ୱର, ୬।୨(ବ୍ୟୁରୋ): ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ସରିବ। ଖୁବ୍ଶୀଘ୍ର ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇବ। ତେବେ ମେ’ ୩ ରୁ ୧୨ ପର୍ଯ୍ୟନ୍ତ ସଂସ୍କୃତ ମଧ୍ୟମା ପରୀକ୍ଷା ଓ ୧୫ ପର୍ଯ୍ୟନ୍ତ ଓଡ଼ିଶା ମୁକ୍ତ…
ମୁଖ୍ୟ ଶାସନ ସଚିବଙ୍କୁ ଲୋକାୟୁକ୍ତଙ୍କ ରିପୋର୍ଟ ତଲବ
ଭୁବନେଶ୍ୱର,୬।୨(ବ୍ୟୁରୋ): ୨୦୧୫ରୁ ୨୦୨୦ ମସିହା ମଧ୍ୟରେ ୬୯ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଏ ସଂକ୍ରାନ୍ତ ମାମଲାର ତଦନ୍ତ ପ୍ରକ୍ରିୟାକୁ ଓଡ଼ିଶା ସରକାର ଚାପି ରଖିବା ସହ ରିପୋର୍ଟ ପ୍ରଦାନରେ ଅନେକ ଶିଥିଳତା ପ୍ରଦାନ କରିଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ…
୨୦ ଓଏଫ୍ଏସ୍ ଅଫିସରଙ୍କୁ ଆଇଏଫ୍ଏସ୍ ପାହ୍ୟା
ଭୁବନେଶ୍ୱର, ୬।୨(ବ୍ୟୁରୋ): ରାଜ୍ୟର ମୋଟ ୨୦ଜଣ ଓଏଫ୍ଏସ୍ (ଓଡ଼ିଶା ବନ ସେବା) ଅଫିସରଙ୍କୁ ଆଇଏଫ୍ଏସ୍ (ଭାରତୀୟ ବନ ସେବା) ପାହ୍ୟାକୁ ପଦୋନ୍ନତି ମିଳିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦୋନ୍ନତି ତାଲିକା ପ୍ରକାଶ ପାଇଛି। ୟୁପିଏସ୍ସି…
ଜେଲକୁ ଫେରିଲେ ରାକେଶ
ଯାଜପୁର ଅଫିସ/ରସୁଲପୁର/ଯାଜପୁର ଟାଉନ(ଡି.ଏନ.ଏ.),୬।୨: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ (୨୧)ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନମୋଡ ନେଉଛି। ଘଟଣାର ୧୦ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପୋଲିସ ମୃତ୍ୟୁର କାରଣ ଖୋଜିବାରେ ବିଫଳ…
ଆଜିଠୁ ପୋଲିସ ନେବେ କରୋନା ଟିକା
ଭୁବନେଶ୍ୱର,୬।୨(ବ୍ୟୁରୋ): କରୋନା ଲଢେଇରେ ନିଜ ଜୀବନକୁ ବାଜି ଲଗାଇ ଆଗ ଧାଡିର ଯୋଦ୍ଧା ସାଜିଥିବା ପୋଲିସଙ୍କୁ ଟିକାକରଣରେ ସାମିଲ କରାଯାଇଛି। ରାଜ୍ୟରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ। ଶନିବାର ସକାଳ ୯ଟାରେ କଟକ ନେତାଜୀ ଇନ୍ଡୋର ଷ୍ଟାଡିୟମ…
ଟିକା ନ ନେଲେ କଟିପାରେ ଦରମା
ଭୁବନେଶ୍ୱର, ୬।୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଚାଲିଛି। ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଟିକା ଦିଆଯାଉଛି। ତେବେ ଅଧିକାଂଶ କୋଓ୍ବିନ୍ ଆପ୍ରେ ପଞ୍ଜୀକରଣ କରି ଆସୁ ନ ଥିବାରୁ ଟିକାଦାନ ହାର ବଢ଼ୁନି। କଟକ ସମେତ କେତେକ…
ମୁଣ୍ଡ ପାଇଁ ମୁଣ୍ଡବିନ୍ଧା
ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା ଥାନାର ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାକୁ ନେଇ ପୋଲିସ ତଦନ୍ତକୁ ଜୋର୍ଦାର କରିଛି। ଅପରାଧୀମାନେ ମୁଣ୍ଡକୁ କାଟି ନେଇଯାଇଥିବାରୁ ମହିଳାଙ୍କ ପରିଚୟ ମିଳିପାରୁନି। ଏଥିସହ ଅଭିଯୁକ୍ତଙ୍କୁ ଧରି…
୮ରୁ ଇଗ୍ନୋ ପରୀକ୍ଷା
ଭୁବନେଶ୍ୱର, ୬।୨(ବ୍ୟୁରୋ): ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବ ବିଦ୍ୟାଳୟ (ଇଗ୍ନୋ)ର ଡିସେମ୍ବର-୨୦୨୦ ଟର୍ମ ଶେଷ ପରୀକ୍ଷା ଆସନ୍ତା ୮ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୧୩ରେ ସରିବ। ଇଗ୍ନୋ ଆଞ୍ଚଳକ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏସ୍.କେ. ତ୍ରିପାଠୀଙ୍କ ସୂଚନାନୁସାରେ, ଏଥର…
କୋଟିଆକୁ ୧୮ କୋଟି
ଭୁବନେଶ୍ୱର (ବ୍ୟୁରୋ)/ପଟ୍ଟାଙ୍ଗୀ(ଡି.ଏନ.ଏ.) ୬।୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ୩ ସୀମାବର୍ତ୍ତୀ ଗ୍ରାମକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ଉକ୍ତ ଗ୍ରାମଗୁଡ଼ିକୁ ନିଜର ଦାବି କରି ଆନ୍ଧ୍ର ସରକାର ନିର୍ବାଚନ ପାଇଁ…
Archives


