ଇ-ପାଠଶାଳା, ଇ-ମୂଲ୍ୟାଙ୍କନ ପୋର୍ଟାଲ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ ମାଧ୍ୟମରେ ଶିକ୍ଷାଦାନ ଓ ମୂଲ୍ୟାୟନ ପାଇଁ ଓପେପା ଦ୍ୱାରା ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମରେ ଦୁଇଟି ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭର୍ଚୁଆଲ୍‌ରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡ୍‌ ସମୟରେ ପିଲାମାନେ କେତେ ଶିକ୍ଷାଲାଭ କଲେ ତାହାର ଆକଳନ ଏବଂ ଶିକ୍ଷା କ୍ଷେତ୍ରରେ ନିଆଯାଉଥିବା ବୈପ୍ଳବିକ ପରିବର୍ତ୍ତନ ଯଥା ଡିଜିଟାଲ୍‌ ଶିକ୍ଷା ଓ ସ୍ମାର୍ଟ କ୍ଲାସ୍‌ରେ ଏହା ବିଶେଷ ସହାୟକ ହେବ। ଏହି ପୋର୍ଟାଲ ଦ୍ୱାରା ଉଭୟ ଜିଲା ଓ ରାଜ୍ୟସ୍ତରର ଶିକ୍ଷା ପ୍ରଶାସକ ଶିକ୍ଷା ଅଗ୍ରଗତିର ସମୀକ୍ଷା କରିପାରିବେ। ଗତବର୍ଷ ବିଭିନ୍ନ ପ୍ରୟାସ ସତ୍ତ୍ବେ ରାଜ୍ୟର ସବୁ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ସମ୍ଭବ ହୋଇ ନ ଥିଲା। ଦୁର୍ଗମ ଅଞ୍ଚଳରେ ଥିବା ପିଲା ପାଖରେ କିପରି ଶିକ୍ଷା ପହଞ୍ଚାଇବା ତାହା ବର୍ତ୍ତମାନ ଆମର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୮୬ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୧।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୨୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ପୁରୀ ସହରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଣୁକା ଗଳିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ପୁରୀ ଅଫିସ, ୧୧।୫: ପୁରୀ ସହରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇପଡ଼ିଛି। ଆକ୍ରାନ୍ତ ରହୁଥିବା ସମୂଦ୍ର...

ରଙ୍ଗମାଟିଆ ଦୀପକ ହତ୍ୟାକାଣ୍ଡ: ୩୬ ଘଣ୍ଟା ପରେ ପୋଲିସ ହାତ ଖାଲି

ଭୁବନେଶ୍ୱର,୧୨।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ଅଞ୍ଚଳରେ ଦୀପକ ବେହେରା ଓରଫ ଲଣ୍ଡାଙ୍କୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ।...

ଚାନ୍ଦିପୁରରୁ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୭।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ଘାଟିରୁ ମଙ୍ଗଳବାର ସକାଳେ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮.୪୫ରେ ଚାନ୍ଦିପୁରର ୩ ନମ୍ବର...

୬ ଜିଲାରେ ନୂଆ ଏସ୍‌ପି

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୮ ଜଣଙ୍କ ବଦଳି ଓ ନୂଆ ଦାୟିତ୍ୱ ନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ...

ଓଡ଼ିଶା ବକ୍ସିଂ ଦଳର ଉତ୍ତରାଖଣ୍ଡ ଯାତ୍ରା

ବ୍ରହ୍ମପୁର-ଅଫିସ୍‌,୫ା୬- ଉତ୍ତରାଖଣ୍ଡର ରୁଦ୍ରପୁରରେ ଆସନ୍ତା ୮ରୁ ୧୩ତାରିଖ ପର୍ଯ୍ୟନ୍ତ ତୃତୀୟ ଜାତୀୟ ୟୁଥ୍‌ ପୁରୁଷ ଏବଂ ମହିଳା ବକ୍ସିଂ ଚାମ୍ପିୟନ୍‌ଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାଗନେବା...

ଆଜି ଆଉ ୧୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୪୯୫କୁ ବୃଦ୍ଧି

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୨ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୯୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଲକ୍‌ଡାଉନରେ ସରକାର ହରାଇଛନ୍ତି ୩୧୫କୋଟି

ଭୁବନେଶ୍ୱର,୨୬।୩ (ବ୍ୟୁରୋ)- ରାଜ୍ୟରେ କରୋନା ମହାମାରୀ ଯୋଗୁ ୨୯,୪୯୨ଟି ଟ୍ରକ୍‌, ବସ, ଡମ୍ପର ଓ ଅନ୍ୟାନ୍ୟ ଯାନଗୁଡ଼ିକ ଚାଲିବା ବନ୍ଦ ରହିଥିଲା। ଏଥିଯୋଗୁ ୩୧୫କୋଟି ଟଙ୍କାର...

Advertisement


Archives

Model This Week

Why Dharitri