ମାଷ୍ଟରକ୍ୟାଣ୍ଟିନ ଛକରୁ ‘ଐତିହ୍ୟ ଘୋଡ଼ା’ ହଟାଇବା ପ୍ରସଙ୍ଗ: ସୌନ୍ଦର୍ଯ୍ୟକରଣ ନାଁରେ ଐତିହ୍ୟକୁ ଅବହେଳା କରା ନ ଯାଉ

ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦଣ୍ଡାୟମାନ ରହିଛି ‘ଐତିହ୍ୟ ଘୋଡ଼ା ଓ ଯୋଦ୍ଧା’ ସ୍ଥାପତ୍ୟ। ଏହା ଓଡ଼ିଶା ଶାସନର ସ୍ମାରକୀ ବହନ କରୁଛି। ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ସ୍ବର୍ଗତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହାକୁ ତିଆରି କରିଥିବାବେଳେ ୧୯୮୮ରେ ସେଠାରେ ସ୍ଥାପନ କରାଯାଇଥିଲା। ଦଶନ୍ଧି ଦଶନ୍ଧି ଧରି ଭୁବନେଶ୍ୱର ତଥା ଓଡ଼ିଶାର ପରିଚୟ ଦେଉଥିବା ଏହି ସ୍ଥାପତ୍ୟକୁ ଏବେ ରାଜଭବନ ଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ମାର୍ଟ ଜନପଥ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏହାକୁ ହଟାଇବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ସଂସ୍କୃତି ବିଭାଗକୁ ପ୍ରସ୍ତାବ ଦିଆଯାଇଥିବାବେଳେ ସ୍ଥାନାନ୍ତର ଦାୟିତ୍ୱ ନେଇଛି ବିଡିଏ। ଏହା ଜଣାପଡିବା ପରେ ତୀବ୍ର ବିରୋଧ ଆରମ୍ଭ ହୋଇଛି। ସୌନ୍ଦର୍ଯ୍ୟକରଣ ଓ ବିକାଶ ନାଁରେ ସ୍ମାରକୀ ଘୋଡ଼ାକୁ ସ୍ଥାନାନ୍ତର କରି ଐତିହ୍ୟ ପ୍ରତି ଘୋର୍‌ ଅବହେଳା କରା ନ ଯାଉ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

ଐତିହ୍ୟର ମର୍ଯ୍ୟାଦା ରକ୍ଷା ଏକ ଜାତିର କର୍ତ୍ତବ୍ୟ
ସହରକୁ ଆଧୁନିକ କରିବା ପାଇଁ ଏକ ଐତିହ୍ୟକୁ ସ୍ଥାନାନ୍ତର କରିବାର କୌଣସି ଯଥାର୍ଥତା ନାହିଁ କିମ୍ବା ଏଭଳି କୌଣସି ଉଦାହରଣ ମଧ୍ୟ ନାହିଁ। ଏହାର ନିର୍ମାଣ ମୁଁ ନିଜ ଆଖିରେ ଦେଖିଛି। ଏ ଆକାଶ ରଘୁନାଥ ମହାପାତ୍ରଙ୍କ ନିଷ୍ଠା, ଏକାଗ୍ରତା, କର୍ମତାକୁ ପରୀକ୍ଷା କରିଛି। ଘୋଡାକୁ ଦେଖିଦେଲେ ହିଁ ତାଙ୍କ ସ୍ମୃତି ମନରେ ଭାସି ଆସୁଛି। ତେଣୁ ଘୋଡାକୁ ତାଙ୍କର ସ୍ମାରକ ଭାବେ ରଖିବା ସହ ସରକାର ଏହାର ବିକଳ୍ପ ଚିନ୍ତା କରନ୍ତୁ। ଏତିହ୍ୟକୁ ବଜାୟ ରଖିବା ଏକ ଜାତିର କର୍ତ୍ତବ୍ୟ। ଐତିହ୍ୟ ଯେଉଁ ସ୍ଥାନରେ ଅଛି, ସେଠାରେ ରହିଲେ ହିଁ ଏ ସହରର ମର୍ଯ୍ୟାଦା ବଢିବ।
– ଡ. ପ୍ରତିଭା ରାୟ, ବିଶିଷ୍ଟ ସାହିତି୍ୟକ

ଓଡ଼ିଶା ଐତିହ୍ୟ ଓ ସଂସ୍କୃତିର ଏହା ପ୍ରତୀକ
ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା କୋଣାର୍କ ଘୋଡା ଆମ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ପ୍ରତୀକ। ଏହା ରାଜ୍ୟ ସରକାରଙ୍କ ଲୋଗୋର ପ୍ରତୀକ। ରେଳ ଷ୍ଟେଶନରୁ ବାହାରିବା ମାତ୍ରେ ନଜର ଏହା ଉପରେ ପଡିଥାଏ। ଏହି ଐତିହ୍ୟ ଘୋଡା ମାଷ୍ଟରକ୍ୟାଣ୍ଟିନ୍‌ ଛକର ଚିହ୍ନ ହୋଇ ରହିଛି। ଏହାର ସ୍ଥାନାନ୍ତର ଠିକ୍‌ ନୁହେଁ। ରାଜଭବନ ସମ୍ମୁଖ ମଧୁବାବୁଙ୍କର ପ୍ରତିମୂର୍ତ୍ତି ନିକଟରେ ଘୋଡାକୁ ନେଇ ଆଉ ଗହଳି କରା ନ ଯାଉ।
-ଦିଲୀପ ଦାଶଶର୍ମା, ସଭାପତି,
ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖା

ଏହାକୁ ଉଠାଇ ନେବା ଉଚିତ ନୁହେଁ
ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ସମସ୍ତେ ଯେ ରାଜଭବନ ଆଡେ ଯିବେ ତାହାର କିଛି ମାନେ ନାହିଁ। ଜଣେ ରେଳ ଷ୍ଟେଶନରୁ ବାହାରିବାମାତ୍ରେ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ପ୍ରତିକୃତିକୁ ଦେଖି ଆମ ରାଜ୍ୟର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାଣିପାରେ। ଆମର କଳା ଯେ କେତେ ମହାନ ତାହାର କଥା କୁହେ ସେହ ଘୋଡ଼ା। ବାହାରୁ ଆସୁଥିବା ପର୍ଯ୍ୟଟକ ଓ ସମସ୍ତେ ଦେଖିପାରୁଥିବା ସ୍ଥାନରେ ଏହି ଐତିହ୍ୟକୁ ସ୍ଥାପନ କରାଯିବା ଦରକାର।
-ଅମୀୟବାଳା ପରିଡା, ସାମାଜିକକର୍ମୀ

ଭାବାବେଗକୁ ବୁଝିପାରୁ ନାହାନ୍ତି
ଐତିହ୍ୟ ଘୋଡ଼ା ଓଡ଼ିଶା ଓ ଓଡ଼ିଆଙ୍କ ପରିଚୟ। ରାଜ୍ୟର ଆଇଏଏସ୍‌ ଅଫିସରଙ୍କ ମଧ୍ୟରେ ଅଧିକାଂଶ ଅଣଓଡ଼ିଆ। ସେମାନେ ଆମ ଭାବାବେଗକୁ ବୁଝିବେ କେମିତି। ଏବେ ସେମାନଙ୍କ ରାଜୁତିରେ ଶାସନ ଚାଲୁଛି। ୧୯୪୮ରେ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଘୋଡା ନୂତନ ରାଜଧାନୀର ଐତିହ୍ୟ ବହନ କରୁଥିଲା। ଏହାକୁ ସେଠାରୁ ହଟାଗଲେ, ପାଖାପାଖି କୌଣସି ସ୍ଥାନରେ ରଖିବା ଦରକାର।
-ଦ୍ୱାରିକା ନାଥ ମହାନ୍ତି, ବରିଷ୍ଠ ନାଗରିକ

ବିକଳ୍ପ ସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଦେଶ ଥିଲା
ହଠାତ୍‌ କିଛି ହୋଇ ନାହିଁ। ସ୍ମାର୍ଟସିଟି ପ୍ରକଳ୍ପ ବହୁ ଦିନରୁ ଚାଲିଛି। ତେବେ ମାଷ୍ଟରକ୍ୟାଣ୍ଟିନ ଛକରୁ ଐତିହ୍ୟ ଘୋଡ଼ାକୁ ସ୍ଥାନାନ୍ତର ନେଇ ମୁଁ କୌଣସି ତଥ୍ୟ ଦେଇ ପାରିବି ନାହିଁ। ସ୍ମାର୍ଟସିଟି କର୍ତ୍ତୃପକ୍ଷ ଆମକୁ ଆଉ ଏକ ବିକଳ୍ପ ସ୍ଥାନ ଚିହ୍ନଟ କରିବାକୁ କହିଥିଲେ। ଆମେ ତାହା ଚିହ୍ନଟ କରି ଜଣାଇ ଦେଇଛୁ। ତେବେ ଏହାକୁ ସ୍ଥାନାନ୍ତର କରିବାର କ’ଣ ଆବଶ୍ୟକତା ରହିଛି ତାହା ସେମାନେ ହିଁ କହି ପାରିବେ।
-ରଞ୍ଜନ ଦାସ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ

ସରକାର ଆମ ସହ ଆଲୋଚନା କରନ୍ତୁ
ସ୍ମାର୍ଟ ସିଟିର ଉନ୍ନତି ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯାଉ। ସରକାର ସେଠାରେ ଓଭରବ୍ରିଜ୍‌ କରିବାକୁ ଚାହିଁଲେ ବି କରିପାରିବେ। କିନ୍ତୁ ଘୋଡା ତା’ର ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ। ଯଦି ସରକାର ଜାଣି ପାରୁ ନାହାନ୍ତି, ତେବେ ଆମ ସହ ଆଲୋଚନା କରନ୍ତୁ। ତାହାକୁ ନିର୍ମାଣ କରିଥିବା ରଘୁନାଥ ମହାପାତ୍ର ଏତେବଡ଼ ଶିଳ୍ପୀ ଥିଲେ। ତାଙ୍କୁ ସମ୍ମାନ ଦେବା ପାଇଁ ସରକାର ଐତିହ୍ୟ ଘୋଡ଼ାକୁ ସ୍ଥାନାନ୍ତର ନ କରନ୍ତୁ।
-ପଦ୍ମବିଭୂଷଣ ସୁଦର୍ଶନ ସାହୁ, ବିଶିଷ୍ଟ ସ୍ଥପତି

ବିକାଶ ହେଉ, ଘୋଡ଼ା ରହୁ
ଭୁବନେଶ୍ୱର ପ୍ରତୀକ କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନରେ ଥିବା ଯୋଦ୍ଧା ଘୋଡ଼ାକୁ ରାଜ୍ୟ ସରକାରଙ୍କ କିଛି ବିଭାଗ ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି। ସହରର ବିକାଶକୁ ବିରୋଧ କରାଯାଉ ନାହିଁ କିନ୍ତୁ ରାଜଧାନୀବାସୀଙ୍କ ଭାବବେଗକୁ କିଛି ଅଧିକାରୀ ପରୋକ୍ଷରେ ଛଡ଼ାଇ ନେବାକୁ ଯୋଜନା କରୁଛନ୍ତି। ସହରର ବିକାଶ ହେଉ ସେହି ସ୍ଥାନରେ ଘୋଡ଼ା ମଧ୍ୟ ରହୁ। ସରକାର ଓ ବିଭାଗ ଯଦି ଘୋଡା ସ୍ଥାନାନ୍ତରଣ ସମ୍ପର୍କରେ ଆଗକୁ ଯିବେ, ତେବେ ଭାଜପା ପକ୍ଷରୁ ଆଗାମୀ ଦିନରେ ବିରୋଧ ଜୋରଦାର ହେବ।
– ବାବୁ ସିଂ, ଜିଲା ଭାଜପା ସଭାପତି

ଅଧିକାରୀ ନାଟକ କରୁଛନ୍ତି
ଭୁବନେଶ୍ୱରର ଶୋଭା ବଢ଼ାଉଥିବା ସ୍ଥାନ ଓ ପ୍ରତିମୂର୍ତ୍ତି ବିଷୟରେ କିଛି ଜାଣି ନ ଥିବା କେତେ ଜଣ ଅଧିକାରୀ ଏସବୁ ନାଟକ କରୁଛନ୍ତି। ବିକାଶ ଯାହା ହେଉଛି ହେଉ, ଘୋଡ଼ାର କିଛି ନ ହେଉ। ଘୋଡ଼ା ପାଇଁ ଅବଦାନ ନାହିଁ କିନ୍ତୁ ଘୋଡ଼ା ହଟାଇବାକୁ ଯୋଜନା କରିବାକୁ ଆଗେଇ ଆସିଥିବା ଅଧିକାରୀ ସାବଧାନ ରୁହନ୍ତୁ। ଭୁବନେଶ୍ୱର କହିଲେ ମାଷ୍ଟର କ୍ୟାଣ୍ଟିନକୁ ବୁଝାଯାଏ। ସହରବାସୀଙ୍କ ସହ ଜଡ଼ିତ ଘୋଡ଼ା ପ୍ରତିମୂର୍ତ୍ତି ଓ ମାଷ୍ଟରକ୍ୟାଣ୍ଟିନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଘୋଡ଼ା ହଟିଲେ ଆଗାମୀ ଦିନରେ ଜିଲା କଂଗ୍ରେସ ପକ୍ଷରୁ ବିରୋଧକୁ ଜୋରଦାର କରାଯିବ।

– ସୁରେଶ କୁମାର ରାଉତରାୟ, ଜଟଣୀ ବିଧାୟକ


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୧୯ରୁ ଏହି ୪ ରାଶିଙ୍କ ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ: ଶନି-ମଙ୍ଗଳ ଆଣିବେ ବମ୍ପର ରୋଜଗାର

ଜୁଲାଇ ମାସର ଅବଶିଷ୍ଟ ଦିନଗୁଡ଼ିକ ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୯ ଜୁଲାଇରେ ଏକ ଶୁଭ ଯୋଗ ସୃଷ୍ଟି ହେଉଛି। ପ୍ରାୟ ରାତି…

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ଚାଲିଗଲା ଭକ୍ତଙ୍କ ପ୍ରାଣ!

ପୁରୀ,୧୬।୭: ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଅଘଟଣ ଘଟିଯାଇଛି । ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି…

ସି ଜିନପିଙ୍ଗଙ୍କ ଶୟନ କକ୍ଷକୁ କରାଗଲା ଟାର୍ଗେଟ, ୮୦ ବର୍ଷ ପର୍ଯ୍ୟନ୍ତ ଅନୁତାପ କଲା ଜାପାନ, ଏବେ ସେହି କାମ କରିବାକୁ ଯାଉଛି…

ନୂଆଦିଲ୍ଲୀ/ବେଜିଂ,୧୬।୭: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଜାପାନ ଏକ ନିଷ୍ପତ୍ତି ନେଇଥିଲା: ଏହା ବିଶ୍ୱର ଏକ ପ୍ରମୁଖ ସାମରିକ ଶକ୍ତି ହେବ ନାହିଁ, ଆକ୍ରମଣାତ୍ମକ ଗୁପ୍ତଚର କାର୍ଯ୍ୟ କରିବ…

ରଥଯାତ୍ରାରେ ଅଘଟଣ, ଖେଳୁଥିବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

ଇସ୍ରୋରେ ଚହଳ! ୧୦୦ ବୈଜ୍ଞାନିକଙ୍କ ଇସ୍ତଫା, ଚାକିରି ଛାଡ଼ିବା ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ,୧୬।୭: ଇସ୍ରୋର ୧୦୦ ବୈଜ୍ଞାନିକ ଇସ୍ତଫା ଦେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଭାରତ ସରକାର । ଇସ୍ତଫା ଏବଂ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି।…

ନବନିର୍ମିତ ବିଦ୍ୟାଳୟ ଗୃହ ଶୁଭ ଉଦଘାଟନ: ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ପୋଷ୍ଟ ଅଫିସ ପାଶ୍ୱର୍ର୍ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୃହରେ ମୁଖ୍ୟ ଅତିଥି ଭାବେ…

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri