ପ୍ରାଣୀ ଚିକିତ୍ସା ଦିଗରେ ପଦକ୍ଷେପ ନାହିଁ

ଖମାର,୧୮ା୬

ଚାଷୀଙ୍କ ପକେଟକୁ ଅଧିକ ଅର୍ଥ ଦେବାକୁ ପ୍ରାଣୀଧନ ପାଳନ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି ସରକାର। ଏଥିପାଇଁ ବିଭିନ୍ନ ଯୋଜନା କରାଯାଇଛି। ବ୍ୟାଙ୍କ ମାଧ୍ୟମରେ କମ୍‌ ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ କରାଯାଉଛି। ସବ୍‌ସିଡି ବ୍ୟବସ୍ଥାର ସୁଯୋଗ ନେବାକୁ ପରାମର୍ଶ ଦିଆଯାଉଛି। ଏପରି କି ଆବଶ୍ୟକ ବଜାର ସୁବିଧା ଯୋଗାଇ ଦେବାର ନିର୍ଭର ପ୍ରତିଶ୍ରୁତି ଦିଆଯାଉଛି। ଅଧିକରୁ ଅଧିକ ଚାଷୀ ଏହାର ଲାଭ ନେବାକୁ ସଚେତନ କରାଯାଉଛି। କିନ୍ତୁ ସରକାରଙ୍କ ଏହି ସୁବିଧାକୁ ନେଇ ସନ୍ତୁଷ୍ଟ ନୁହନ୍ତି ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଅଞ୍ଚଳର ଚାଷୀ। କାରଣ ପ୍ରାଣୀଧନଙ୍କ ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଘୋର ଅବହେଳା ଏଠାକାର ଚାଷୀଙ୍କୁ କ୍ଷତିରେ ପକାଉଛି। ୭ ମାସ ହେଲା ଖମାର ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଡାକ୍ତର ନ ଥିଲେ ମଧ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଉ ନ ଥିବାରୁ ପ୍ରାଣୀଧନ ପାଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଖମାର ଅଞ୍ଚଳର ସହସ୍ରାଧିକ ଚାଷୀ ଗୋ ପାଳନ କରିଛନ୍ତି। ଏମାନଙ୍କ ବ୍ୟତୀତ ଅନେକ ଚାଷୀ କୁକୁଡ଼ା, ଛେଳି, ବତକ, ଘୁଷୁରି ଆଦି ପାଳନକୁ ରୋଜଗାରର ପ୍ରମୁଖ ମାଧ୍ୟମ କରିଛନ୍ତି। ହେଲେ ଏହି ପ୍ରାଣୀଧନଙ୍କ ଚିକିତ୍ସା ପାଇଁ ଖମାର ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ନାହାନ୍ତି। ଖମାର ପ୍ରାଣୀ ଚିକିତ୍ସାଳୟ ସହ ଏହା ଅଧୀନରେ ଥିବା ଶଙ୍ଖମୁର, ସିଆରିମାଳିଆ, ଇଞ୍ଜିଡ଼ରେ ପୂର୍ବରୁ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାବେଳେ ଖମାର ପ୍ରାଣୀ ଚିକିତ୍ସକ ନୀରୋଦ ସାହୁ ଏବଂ ଏଲ.ଆଇ. ଡିଲେଶ୍ୱର ସାମଲଙ୍କ ଗତ ଜାନୁୟାରୀ ମାସରୁ ବଦଳି ହୋଇଯାଇଛି। ଫଳରେ ପ୍ରାଣୀଧନଙ୍କ ଚିକିତ୍ସା ନେଇ ଏଠାକାର ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଚିକିତ୍ସା ଅଭାବରୁ ପ୍ରାଣୀଧନ ମୃତ୍ୟୁମୁଖରେ ପଡ଼ୁଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି। ସିଆରୀମାଳିଆ ଓ ଇଞ୍ଜିଡ଼ ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ କେତେଜଣ କର୍ମଚାରୀଙ୍କୁ ଖମାର ଅଞ୍ଚଳରେ ସେବା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଠିକଣା ସମୟରେ ସେମାନେ ଚାଷୀଙ୍କ ନିକଟରେ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହେଉଛି। ସେହିପରି ଖେମଳା ଓ ବଡ଼ସଡାଠାରେ ଉପ ଚିକିତ୍ସାଳୟ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ପ୍ରାଣୀଧନ ଚିକିତ୍ସକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଦୀର୍ଘ ୭ ମାସ ହେଲା ଏପରି ଅବହେଳା ଯୋଗୁ ବହୁ ପ୍ରାଣୀଧନଙ୍କ ଜୀବନ ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
କ୍ଷତି ସହୁଛନ୍ତି ଚାଷୀ
ପ୍ରାଣୀଧନ ଡାକ୍ତରଙ୍କ ଅଭାବରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ। ଠିକ୍‌ ସମୟରେ ଚିକିତ୍ସା ନ ପାଇ ବହୁ ପ୍ରାଣୀଧନଙ୍କ ପ୍ରାଣହାନି ଘଟୁଛି। ଏହାଦ୍ୱାରା ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ସରକାର ଦୃଷ୍ଟି ନ ହେଲେ ଖମାର ଅଞ୍ଚଳରୁ ପ୍ରାଣୀଧନଙ୍କ ସଂଖ୍ୟା ହ୍ରାସ ପାଇବ।
-ଚନ୍ଦ୍ରମଣି ସ୍ବାଇଁ, ଚାଷୀ, ଶଙ୍ଖମୁର
ମିଳୁନି ସରକାରୀ ସୁବିଧାର ଲାଭ
ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ମଧ୍ୟ ପ୍ରାଣୀଧନଙ୍କ ଚିକିତ୍ସା ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଗୋରୁ, ଛେଳି, କୁକୁଡ଼ା ଆଦି ପାଳନ କରିଥିବା ଚାଷୀମାନଙ୍କୁ ସରକାରୀ ସୁବିଧାର ଲାଭ ମିଳିପାରୁ ନାହିଁ। ଅସୁବିଧା ଦୂର ପାଇଁ ପଦକ୍ଷେପ ନିଆଯାଉ।
-ରମାକାନ୍ତ ସାହୁ, ଚାଷୀ, ପାଣିହରା
ସରକାରଙ୍କୁ ଚିଠି ଲେଖିଛି
ସମସ୍ୟା ବିଷୟରେ ଅବଗତ ଅଛି। ଏ ନେଇ ସରକାରଙ୍କୁ ଚିଠି ଲେଖିଛି। କୋଭିଡ୍‌ କଟକଣା ପାଇଁ ଅଳ୍ପ ସଂଖ୍ୟକ କର୍ମଚାରୀ ଆସୁଥିବାରୁ ସମସ୍ୟା ସମାଧାନରେ ବିଳମ୍ବ ହେଉଛି। ଯେତେଶୀଘ୍ର ସମ୍ଭବ ଖମାର ପ୍ରାଣୀ ଚିକିତ୍ସାଳୟରେ ଆବ୍ୟଶ୍ୟକ କର୍ମଚାରୀ ନିଯୁକ୍ତି କରାଇବାକୁ ଚେଷ୍ଟା କରୁଛି।
-ମୁକେଶ କୁମାର ପାଲ, ବିଧାୟକ, ପାଲଲହଡ଼ା
ଶୀଘ୍ର ସମସ୍ୟାର ସମାଧାନ
ପ୍ରାଣୀଧନଙ୍କ ଚିକିତ୍ସା କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟା ସମ୍ପର୍କରେ ସରକାରଙ୍କୁ ଜଣାଇ ସାରିଛୁ। ଆବଶ୍ୟକ କର୍ମଚାରୀ ନ ଥିବାରୁ ବିଭିନ୍ନ ଅଞ୍ଚଳରେ ଠିକଣା ସମୟରେ ସେବା ଯୋଗାଇ ହେଉନି। ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରି ସାରିଛି। ଯଥାଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।
-ରଞ୍ଜିତ କୁମାର ଦାସ, ଜିଲା ପ୍ରାଣୀଧନ ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri