୧୦୫ କୋଟିର ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ‘ମୋ ସ୍କୁଲ୍‌ ଅଭିଯାନ’ରେ ୩୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍‌ରେ ୫ ଲକ୍ଷ ୨୪ ହଜାର ପୁରାତନ ଛାତ୍ରୀଛାତ୍ର ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମକୁ ସଫଳ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ‘ମୋ ସ୍କୁଲ୍‌ ଅଭିଯାନ’ର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲାର ମୋଟ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।
ଗତ ୧ ମାସ ମଧ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରୀଛାତ୍ର ମୋ ସ୍କୁଲ୍‌ ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ସର୍ବାଧିକ ୨.୨୮ କୋଟି, ଭଦ୍ରକରେ ୩୫ ଲକ୍ଷ ୮୧ ହଜାର, ମୟୂରଭଞ୍ଜରେ ୨୫ ଲକ୍ଷ ୧ ହଜାର, ଜଗତ୍‌ସିଂହପୁରରେ ୨୫ ଲକ୍ଷ ଏବଂ ନୟାଗଡ଼ରେ ୨୧ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରୀଛାତ୍ରମାନେ ପ୍ରଦାନ କରିଛନ୍ତି। ଅନ୍ୟ ପକ୍ଷରେ ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍‌ ଅଭିଯାନକୁ ୩୦କୋଟି ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରୀଛାତ୍ର ଏବଂ ସିଏସ୍‌ଆର୍‌ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲାଣି ଭୁବନେଶ୍ୱର: ପଟିଆ ଅଞ୍ଚଳରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜଧାନୀରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଟିଆ ଅଞ୍ଚଳର ଗୋଟିଏ ପରିବାରର ୨ଜଣ କରୋନା ସକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ...

CORONAVIRUS UPDATE: ରାଜ୍ୟରୁ ଆଜି ୩,୨୬୭ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮କୁ ବୃଦ୍ଧି

ଭୁବନେଶ୍ୱର,୪ା୯(ବ୍ୟୁରୋ): ଶୁକ୍ରବାର ୩୦ ଜିଲାରୁ ୩,୨୬୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ସୌରିକ ଯୁବ ମହୋତ୍ସବ ପ୍ରସ୍ତୁତି ବୈଠକ

କାଳିଆପାଣି,୫ା୧୨(ଡି.ଏନ୍‌.ଏ.): କାଳିଆପାଣିସ୍ଥିତ ଖଣି ନିଗମ ଅତିଥିଶାଳାରେ ବୁଧବାର ୫ମ ବାର୍ଷିକ ସୌରିକ ଯୁବ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ବିଧାୟକ...

୯ ଟ୍ରେନ୍‌ରେ ‘ହେଡ୍‌ ଅନ୍‌ ଜେନେରେଶନ’: ୩ମାସରେ ଖର୍ଚ୍ଚ କମିଲା ୩ କୋଟି

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ଟ୍ରେନ୍‌ରେ ଉନ୍ନତ ଯାନ୍ତ୍ରିକ କୌଶଳ ବ୍ୟବହାର କରି ପୂର୍ବତଟ ରେଳପଥ ଖର୍ଚ୍ଚକାଟ୍‌ କରିବାରେ ସଫଳ ହୋଇଛି। ୯ ଟ୍ରେନ୍‌ର ୧୭ଟି ରେକ୍‌ରେ ‘ହେଡ୍‌...

୧୫ରେ ଅନ୍‌ଲକ୍‌ ନେଇ ଘୋଷଣା

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ଏବେ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୁରୁବାର ସରକାର ଆଗାମୀ ନିଷ୍ପତ୍ତି ଉପରେ ଘୋଷଣା କରିପାରନ୍ତି। ଶୁକ୍ରବାର ସକାଳ ୬ଟାରେ ଏହି...

୬ ଦାଦନ ପ୍ରବଣ ବ୍ଳକରେ ଫୋକସ୍‌

ବଲାଙ୍ଗୀର ଅଫିସ, ୩ା୧୧ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଶନିବାର ବଲାଙ୍ଗୀର ଟାଉନ୍‌ ହଲଠାରେ ଦାଦନ ସମସ୍ୟା ରୋକିବା ନେଇ...

CORONAVIRUS UPDATE: ରାଜ୍ୟରେ ୨୮ ଜିଲାରୁ ୧୩୩୭ ପଜିଟିଭ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରୁ କେତେ…

ଭୁବନେଶ୍ୱର, ୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର ୨୮ ଜିଲାରୁ ୧୩୩୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ...

ଆସିଲା ୯,୦୪,୧୮୦ କୋଭିଶିିଲ୍ଡ ଟିକା

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ସାରା ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଯେଉଁଥିରେ...

Advertisement


Archives

Model This Week

Why Dharitri