କେନ୍ଦ୍ର ସରକାର ସ୍ବାମୀନାଥନ କମିଟି ସୁପାରିସ ଲାଗୁ କରନ୍ତୁ: କୃଷି ମନ୍ତ୍ରୀ
ଭୁବନେଶ୍ୱର,୨୫/୨(ବ୍ୟୁରୋ):ଏମ୍.ଏସ୍. ସ୍ବାମୀନାଥନ କମିଟି ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ନିର୍ଦ୍ଧାରଣ କରିବା ଆବଶ୍ୟକ। ବୁଧବାର ବିଧାନସଭା ପ୍ରଶ୍ନ କାଳରେ ବିଜେଡି ସଭ୍ୟ ଅମର ଶତପଥୀଙ୍କ ମୂଳ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତୀକରଣ…
‘ଇସ୍ପାତ ଉତ୍ପାଦନରେ ପିଏଲ୍ଆଇ ଯୋଜନାର ଲାଭ ଉଠାନ୍ତୁ ଶିଳ୍ପ ସମୂହ’
ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଇସ୍ପାତ କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା(ପିଏଲ୍ଆଇ) କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ସ୍ବଦେଶୀ ଉତ୍ପାଦନ ବୃଦ୍ଧି ପାଇଁ ଅଣାଯାଇଥିବା ଏହି ପ୍ରମୁଖ ସଂସ୍କାରର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଶିଳ୍ପ ସମୂହଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିମନ୍ତ୍ରଣ…
୧ରୁ ଯୁକ୍ତ୩ ପ୍ରଥମ ବର୍ଷ ଅନ୍ଲାଇନ ପାଠପଢ଼ା
ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧ରୁ ଯୁକ୍ତ୩ ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ଅନ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହେବ। ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ଘରୋଇ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି…
ମେ’ ପହିଲାରୁ ରବି ଧାନ ସଂଗ୍ରହ
ଭୁବନେଶ୍ୱର,୨୫ା୨(ବ୍ୟୁରୋ):ଆସନ୍ତା ମେ’ ପହିଲାରୁ ରାଜ୍ୟରେ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ। ଚାଷୀ ପଞ୍ଜୀକରଣ କାର୍ଯ୍ୟ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ଜରିଆରେ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି…
ବଉଳା ବଢ଼ିଲା, ମଗର କମିଲା
ଭୁବନେଶ୍ୱର, ୨୫।୨(ବ୍ୟୁରୋ):ରାଜ୍ୟରେ ଚଳିତବର୍ଷ ବଉଳା ଓ ଘଡ଼ିଆଳ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସାତକୋଶିଆରେ ମଗର ପ୍ରଜାତି କୁମ୍ଭୀର ସଂଖ୍ୟା ହ୍ରାସ ପାଇଛି ବୋଲି ପିସିସିଏଫ୍ ଶଶୀ ପଲ୍ ସୂଚନା ଦେଇଛନ୍ତି। ବୁଧବାର ପ୍ରକାଶ ପାଇଥିବା କୁମ୍ଭୀର ଗଣନା ରିପୋର୍ଟ ଅନୁସାରେ,…
ସଂରକ୍ଷିତ ସିଟ୍ରେ ଅନ୍ଲାଇନ ନାମଲେଖା
ଭୁବନେଶ୍ୱର, ୨୫।୨(ବ୍ୟୁରୋ):ରାଇଟ୍ ଟୁ ଏଜୁକେଶନ (ଆର୍ଟିଇ) ଅନ୍ଲାଇନ୍ ପୋର୍ଟାଲ ବୁଧବାର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓସେପା କାର୍ଯ୍ୟାଳୟରେ ଏହି ପୋର୍ଟାଲକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସମସ୍ତ ଘରୋଇ ବିଦ୍ୟାଳୟଗୁଡ଼ିକ…
କାଳିଆରେ ୧.୦୪ ଲକ୍ଷ ଚାଷୀ ଅଯୋଗ୍ୟ
ଭୁବନେଶ୍ୱର, ୨୫ା୨(ବ୍ୟୁରୋ):ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, କାଳିଆରେ ୫୬ ଲକ୍ଷ ୧୪ ହଜାର ୭୦୭ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୦ ହଜାର ୮୭୩ କ୍ଷୁଦ୍ର…
୭ ଜିଲାରେ ସୀମା ବିବାଦ
ଭୁବନେଶ୍ୱର,୨୫ା୨(ବ୍ୟୁରୋ): କୋରାପୁଟ ଜିଲାର କୋଟିଆ ସମେତ ରାଜ୍ୟର ସୀମା ବିବାଦକୁ ନେଇ ବିରୋଧୀ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ କରିଛନ୍ତି। ସରକାରଙ୍କ ଅପରିଣାମଦର୍ଶିତା ପାଇଁ ରାଜ୍ୟର ଗୋଟିଏ ପରେ ଗୋଟିଏ ସୀମାବର୍ତ୍ତୀ ଗ୍ରାମ ହାତରୁ ଚାଲିଯାଉଛି। ସେହି ଗ୍ରାମଗୁଡିକ ଉପରେ ସରକାରଙ୍କ ନଜର…
ପୋଲିସ କ୍ୱାର୍ଟର୍ସରେ ମହିଳା ମାଓବାଦୀଙ୍କ ଆତ୍ମହତ୍ୟା
ମାଲକାନଗିର,୨୫ା୨: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡ଼ା ଜିଲାରେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ମାଓବାଦୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ପାଣ୍ଡେ କବାସୀ। ସେ ଫେବୃୟାରୀ ୧୯ରେ ଆତ୍ମସମର୍ପଣ କରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଥାନୀୟ ପୋଲିସ କଲୋନୀରେ…
୨ ଦିନ ପରେ ମିଳିଲା ଅପହୃତା ବର, ମିଳୁନି କନ୍ୟାଙ୍କ ପତ୍ତା
ତରବୋଡ଼/ନୂଆପଡ଼ା ଅଫିସ, ୨୫।୨: ନବବିବାହିତ ସ୍ବାମୀ ସ୍ତ୍ରୀଙ୍କୁ ଅପହରଣର ୨ ଦିନ ପରେ ଗରୁତର ଅବସ୍ଥାରେ ସ୍ବାମୀଙ୍କୁ ଉଦ୍ଧାର କରାଯାଇଛି। ହେଲେ କନ୍ୟାଙ୍କ ପତ୍ତା ମିଳିପାରୁ ନାହିଁ। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ୧୬ ତାରିଖରେ ସାମାଜିକ ରିତୀରେ…
ଅଧଘଣ୍ଟାରେ ଚୋରି ହୋଇଥିବା ଶିଶୁଙ୍କୁ ଉଦ୍ଧାର କଲା ପୋଲିସ
ବାରିପଦା ଅଫିସ,୨୪ା୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପିଆର୍ଏମ୍ ମେଡିକାଲରୁ ବୁଧବାର ସନ୍ଧ୍ୟାରେ ନବଜାତ ଶିଶୁକୁ ଚୋରି କରିନେବା ଘଟଣାରେ ପୋଲିସ ୨ ମହିଳାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଶିଶୁକୁ ଉଦ୍ଧାର କରାଯାଇଛି। ଗିରଫ ମହିଳା ଦ୍ୱୟ ହେଲେ ବାଲେଶ୍ୱର ଜିଲା ଶୋଭାରାମପୁର…
ସୁସ୍ଥ ହେଲେ ୭୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୪।୨: ଓଡ଼ିଶାରୁ ବୁଧବାର ୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୨୪୩ରେ ପହଞ୍ଚିଛି। ବରଗଡ଼ରୁ ସର୍ବାଧିକ ୧୪, ଖୋର୍ଦ୍ଧାରୁ ୯, ମୟୁରଭଞ୍ଜରୁ ୭, ନୂଆପଡ଼ା ଓ ସମ୍ବୁଲପୁରରୁ ୬,…
Archives


