ଆଇଫୋନ୍‌ ଧରି ଚମ୍ପଟ ମାରିଲେ ଯୁବତୀ

ଭୁବନେଶ୍ୱର,୭।୭(ବ୍ୟୁରୋ):ରାଜଧାନୀର ଏକ ମୋବାଇଲ ଦୋକାନରୁ ମଙ୍ଗଳବାର ଜଣେ ଯୁବତୀ ଆଇଫୋନ୍‌ କିଣିବା ପରେ ଟଙ୍କା ନ ଦେଇ ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସିସିଟିଭି ଫୁଟେଜକୁ ଆଧାର କରି ଦୋକାନୀ ଜଣକ ଶହୀଦନଗର ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତା ଯୁବତୀ ନିଜ ଭୁଲ ସ୍ବୀକାର କରିବା ସହ ମୋବାଇଲ ଓ ସ୍ବାଇପ୍‌ ମେଶିନ ବାବଦକୁ ମୋଟ ୧.୪୩ଲକ୍ଷ ଟଙ୍କା ଦୋକାନୀଙ୍କୁ ଦେଇଛନ୍ତି।
ସୂଚନାନୁଯାୟୀ, ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଜଣେ ଯୁବତୀ ଶହୀଦନଗରରେ ଥିବା ଏକ ମୋବାଇଲ ଦୋକାନକୁ ଆସି ଏକ ଆଇଫୋନ୍‌ ଦେଖେଇବାକୁ ଦୋକାନୀଙ୍କୁ କହିଥିଲେ। ୧ଲକ୍ଷ ୩୯ ହଜାର ଟଙ୍କାର ଏକ ଆଇଫୋନ୍‌ ଦେଖି ପସନ୍ଦ କରିବା ପରେ ବାପାଙ୍କ ନାଁରେ ବିଲ୍‌ କାଟିଥିଲେ। ପରେ ଏଟିଏମ୍‌ କାର୍ଡ ଖରାପ ହୋଇଯିବା କହି ଟଙ୍କା ପାଇଁ ଦୋକାନୀଙ୍କୁ ଘରକୁ ଡାକିଥିଲେ। ଯୁବତୀଙ୍କ ଘର ସେହି ଶହୀଦନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ହୋଇଥିବାରୁ ତାଙ୍କ କଥାରେ ବିଶ୍ୱାସ କରି ଦୋକାନୀ ଜଣଙ୍କ ସେଲ୍ସମ୍ୟାନଙ୍କୁ ପଠାଇଥିଲେ। ଯୁବତୀଙ୍କ ସହ ସ୍କୁଟିରେ ସେଲ୍ସମ୍ୟାନ ସ୍ବାଇପ୍‌ ମେଶିନ ନେଇ ଯାଇଥିଲେ। ବାଟରେ ଏକ ପେଟ୍ରୋଲ ପମ୍ପ ନିକଟରେ ଯୁବତୀଜଣକ ସେଲ୍ସମ୍ୟାନଙ୍କୁ ଏକ ବୋତଲ ଦେଇ ତେଲ ଆଣିବାକୁ କହିଥିଲେ। ସେଲ୍ସମ୍ୟାନ ତେଲ ଆଣିବାକୁ ଯାଇଥିବାବେଳେ ଯୁବତୀ ଜଣକ ଫୋନ୍‌ ଓ ସ୍ବାଇପ୍‌ ମେଶିନ ଧରି ଫେରାର ହୋଇଯାଇଥିଲେ। ଏହା ଦେଖି ସେଲ୍ସମ୍ୟାନ ଯୁବତୀଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ସେ ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚତ୍ଥିଲେ। ହେଲେ ସେଠାରେ ଯୁବତୀ ଜଣକ କୌଣସି ଫୋନ କିଣି ନାହାନ୍ତି ବୋଲି କହି ସେଲ୍ସମ୍ୟାନଙ୍କୁ ଫେରାଇ ଦେଇଥିଲେ। ପୂରା ଘଟଣା ସମ୍ପର୍କରେ ସେଲ୍ସମ୍ୟାନ ଆସି ଦୋକାନୀଙ୍କୁ କହିଥିଲେ। ଏହା ପରେ ସିସିଟିଭି ଫୁଟେଜ୍‌କୁ ଆଧାର କରି ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ଦୋକାନୀ ଶହୀଦନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ଯୁବତୀଙ୍କୁ ଡକାଇବା ସହ ଟଙ୍କା ଓ ସ୍ବାଇପ୍‌ ମେଶନ୍‌ ଫେରାଇବାକୁ କହିଥିଲା। ପରେ ଯୁବତୀ ଭୁଲ୍‌ମାଗି ଟଙ୍କା ପଇଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri