ଆଇଫୋନ୍‌ ଧରି ଚମ୍ପଟ ମାରିଲେ ଯୁବତୀ

ଭୁବନେଶ୍ୱର,୭।୭(ବ୍ୟୁରୋ):ରାଜଧାନୀର ଏକ ମୋବାଇଲ ଦୋକାନରୁ ମଙ୍ଗଳବାର ଜଣେ ଯୁବତୀ ଆଇଫୋନ୍‌ କିଣିବା ପରେ ଟଙ୍କା ନ ଦେଇ ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସିସିଟିଭି ଫୁଟେଜକୁ ଆଧାର କରି ଦୋକାନୀ ଜଣକ ଶହୀଦନଗର ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତା ଯୁବତୀ ନିଜ ଭୁଲ ସ୍ବୀକାର କରିବା ସହ ମୋବାଇଲ ଓ ସ୍ବାଇପ୍‌ ମେଶିନ ବାବଦକୁ ମୋଟ ୧.୪୩ଲକ୍ଷ ଟଙ୍କା ଦୋକାନୀଙ୍କୁ ଦେଇଛନ୍ତି।
ସୂଚନାନୁଯାୟୀ, ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଜଣେ ଯୁବତୀ ଶହୀଦନଗରରେ ଥିବା ଏକ ମୋବାଇଲ ଦୋକାନକୁ ଆସି ଏକ ଆଇଫୋନ୍‌ ଦେଖେଇବାକୁ ଦୋକାନୀଙ୍କୁ କହିଥିଲେ। ୧ଲକ୍ଷ ୩୯ ହଜାର ଟଙ୍କାର ଏକ ଆଇଫୋନ୍‌ ଦେଖି ପସନ୍ଦ କରିବା ପରେ ବାପାଙ୍କ ନାଁରେ ବିଲ୍‌ କାଟିଥିଲେ। ପରେ ଏଟିଏମ୍‌ କାର୍ଡ ଖରାପ ହୋଇଯିବା କହି ଟଙ୍କା ପାଇଁ ଦୋକାନୀଙ୍କୁ ଘରକୁ ଡାକିଥିଲେ। ଯୁବତୀଙ୍କ ଘର ସେହି ଶହୀଦନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ହୋଇଥିବାରୁ ତାଙ୍କ କଥାରେ ବିଶ୍ୱାସ କରି ଦୋକାନୀ ଜଣଙ୍କ ସେଲ୍ସମ୍ୟାନଙ୍କୁ ପଠାଇଥିଲେ। ଯୁବତୀଙ୍କ ସହ ସ୍କୁଟିରେ ସେଲ୍ସମ୍ୟାନ ସ୍ବାଇପ୍‌ ମେଶିନ ନେଇ ଯାଇଥିଲେ। ବାଟରେ ଏକ ପେଟ୍ରୋଲ ପମ୍ପ ନିକଟରେ ଯୁବତୀଜଣକ ସେଲ୍ସମ୍ୟାନଙ୍କୁ ଏକ ବୋତଲ ଦେଇ ତେଲ ଆଣିବାକୁ କହିଥିଲେ। ସେଲ୍ସମ୍ୟାନ ତେଲ ଆଣିବାକୁ ଯାଇଥିବାବେଳେ ଯୁବତୀ ଜଣକ ଫୋନ୍‌ ଓ ସ୍ବାଇପ୍‌ ମେଶିନ ଧରି ଫେରାର ହୋଇଯାଇଥିଲେ। ଏହା ଦେଖି ସେଲ୍ସମ୍ୟାନ ଯୁବତୀଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ସେ ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚତ୍ଥିଲେ। ହେଲେ ସେଠାରେ ଯୁବତୀ ଜଣକ କୌଣସି ଫୋନ କିଣି ନାହାନ୍ତି ବୋଲି କହି ସେଲ୍ସମ୍ୟାନଙ୍କୁ ଫେରାଇ ଦେଇଥିଲେ। ପୂରା ଘଟଣା ସମ୍ପର୍କରେ ସେଲ୍ସମ୍ୟାନ ଆସି ଦୋକାନୀଙ୍କୁ କହିଥିଲେ। ଏହା ପରେ ସିସିଟିଭି ଫୁଟେଜ୍‌କୁ ଆଧାର କରି ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ଦୋକାନୀ ଶହୀଦନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ଯୁବତୀଙ୍କୁ ଡକାଇବା ସହ ଟଙ୍କା ଓ ସ୍ବାଇପ୍‌ ମେଶନ୍‌ ଫେରାଇବାକୁ କହିଥିଲା। ପରେ ଯୁବତୀ ଭୁଲ୍‌ମାଗି ଟଙ୍କା ପଇଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri