ରାଜ୍ୟରେ ପୁଣି ଟିକା ଅଭାବ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ପିଛା ଛାଡ଼ୁନି ଟିକା ସମସ୍ୟା। ଲଗାତର ଭାବେ ଟିକାର ଅଭାବ ଦେଖିବାକୁ ମିଳୁଛି। କେନ୍ଦ୍ର ଯୋଗାଉଥିବା ଟିକା କିଛିଦିନ ଯିବା ପରେ ପୁଣି ଯଥା ପୂର୍ବଂ ତଥା ପରମ୍‌ ସ୍ଥିତି। ଟିକା ଅଭାବ ଯୋଗୁ ସବୁ କେନ୍ଦ୍ରରେ ଟିକାକରଣ ସମ୍ଭବ ହେଉ ନାହିଁ। ବର୍ତ୍ତମାନ ରାଜ୍ୟରେ ଗଚ୍ଛିତ ଥିବା କୋଭିଶିଲ୍ଡ ଟିକା ଦୁଇଦିନ ଯିବ। ଏହାପରେ ପୁଣି ଟିକା ଅଭାବ ସମସ୍ୟା ଦେଖାଯିବ। ଆସନ୍ତା ୧୫ ତାରିଖ ବେଳକୁ ରାଜ୍ୟକୁ ଟିକା ଆସିବାର ସମ୍ଭାବନା ରହିଛି। ତେଣୁ ୯ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ଠିକ୍‌ରେ ହୋଇପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଶୀଘ୍ର ଅତିରିକ୍ତ ୧୫ ଲକ୍ଷ କୋଭିଶିଲ୍ଡ ଟିକା ଯୋଗାଣ ପାଇଁ ଚିଠି ଲେଖିଛନ୍ତି।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏବେ ରାଜ୍ୟରେ କେବଳ ୬ ଲକ୍ଷ ୧୪ ହଜାର ଡୋଜ୍‌ କୋଭିଶିଲ୍ଡ ଟିକା ରହିଛି। କିନ୍ତୁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଏବେ ବି ୨୮.୩୧ ଲକ୍ଷ ଲୋକ ଅଛନ୍ତି। ଜୁଲାଇରେ ଓଡ଼ିଶାକୁ ପ୍ରାୟ ୨୫ ଲକ୍ଷ ୩୧ ହଜାର ଡୋଜ୍‌ କୋଭିଶିଲ୍ଡ ଟିକା ପଠାଇବାକୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ୧୦ଲକ୍ଷ ଦେଇଥିବା ବେଳେ ତୁରନ୍ତ ଅତିରିକ୍ତ ୧୫ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ପଠାଇବାକୁ ସେ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ଦୈନିକ ହାରାହାରି ୩ ଲକ୍ଷ ଡୋଜ୍‌ ଟିକା ଦେଉଛନ୍ତି। କିନ୍ତୁ କେନ୍ଦ୍ର ସରକାର ଉଚିତ ସମୟରେ ଆବଶ୍ୟକ ମାତ୍ରାର ଟିକା ନ ପଠାଇଲେ ଟିକାକରଣ ପ୍ରଭାବିତ ହେବ। ସେପଟେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୪ରୁ ୫ମାସ ଭିତରେ ଶେଷ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ଷ୍ଟେଟ୍‌ ନୋଡାଲ ଇମୁନାଇଜେଶନ ଅଫିସର ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ୧,୨୪,୯୧,୮୫୭ ଡୋଜ୍‌ ଟିକାକରଣ ହୋଇସାରିଲାଣି। ୧୮ବର୍ଷରୁ ଉର୍ଦ୍ଧ୍ୱ ୩.୦୯ କୋଟି ହିତାଧିକାରୀଙ୍କୁ ଟିକା ଦେବା ଆମର ଲକ୍ଷ୍ୟ ରହିଛି। ତେବେ କେନ୍ଦ୍ର ପର୍ଯ୍ୟାପ୍ତ ଟିକା ଯୋଗାଇଲେ ଏହି ଲକ୍ଷ୍ୟ ସଫଳ ହେବ ବୋଲି ପାଣିଗ୍ରାହୀ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଦ୍ୱିତୀୟ ଡୋଜ୍‌ ଟିକାକରଣକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମହାପାତ୍ର କହିଛନ୍ତି। ଯେଉଁମାନେ ପ୍ରଥମ ଡୋଜ୍‌ ନେଇସାରିଛନ୍ତି ଏବଂ ଦ୍ୱିତୀୟ ଡୋଜ୍‌ ନେବାକୁ ଅଛନ୍ତି ସେମାନଙ୍କୁ ପ୍ରଥମେ ଟିକାକରଣ କରିବାକୁ ମହାପାତ୍ର ମଙ୍ଗଳବାର ରାଜ୍ୟର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶାହାଙ୍କ ସଭାରେ ପଦ୍ମ ଧରିଲେ ପ୍ରବୋଧ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଟିକେଟ କଟିବା ପରେ କିଛି ଦିନ ପରେ...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri