୨୫ ହଜାର ବର୍ଗଫୁଟରୁ କମ୍‌ ଶପିଂ ମଲ୍‌ ଖୋଲିବ

ଭୁବନେଶ୍ୱର, ୭।୭(ବ୍ୟୁରୋ):ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଅନେକ କଟକଣାକୁ କୋହଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ୫%ରୁ ଅଧିକ ସଂକ୍ରମଣ ଥିବା ୧୦ଟି ଜିଲାରେ ପ୍ରାୟ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ମଲ୍‌ ଖୋଲିବାକୁ ଅନୁମତି ମିଳିନାହିଁ। ଏହାକୁ ନେଇ ଅନେକ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କ ଦୋକାନ ଓ ଶପିଂ କମ୍ପ୍ଲେକ୍ସ ମଲ୍‌ ଅନ୍ତର୍ଭୁକ୍ତ ହେଉ ନ ଥିବାରୁ ଏହାକୁ ଖୋଲିବାକୁ ଅନୁମତି ଦେବା ପାଇଁ ଅନୁରୋଧ କରିଥିଲେ। ମଙ୍ଗଳବାର ବିଏମ୍‌ସି ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ୨୫ ହଜାର ବର୍ଗଫୁଟରୁ କମ୍‌ କ୍ଷେତ୍ର ଥିବା ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ବା ଶପିଂ କମ୍ପ୍ଲେକ୍ସଗୁଡ଼ିକୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଯେଉଁ କମ୍ପ୍ଲେକ୍ସଗୁଡିକ ଏକାଧିକ ମହଲାଯୁକ୍ତ ହୋଇଥିବ ତାହାକୁ ଗୋଟିଏ ୟୁନିଟ୍‌ ଭାବେ ବିଚାରକୁ ନିଆଯିବ। ଯଦି ବ୍ୟବସାୟୀ କମ୍ପ୍ଲେକ୍ସ ଗୁଡିକର ଗୋଟିଏ ଅଂଶକୁ ଖୋଲି ତାହାକୁ ୨୫ହଜାର ବର୍ଗଫୁଟରୁ କମ୍‌ ବୋଲି ଦାବି କରନ୍ତି, ତେବେ ତାହାକୁ ଗ୍ରହଣ କରାଯିବ ନାହିଁ। ସେହିପରି ଶପିଂ କମ୍ପ୍ଲେକ୍ସରେ ଥିବା ଅଫିସ୍‌ କମ୍ପ୍ଲେକ୍ସକୁ ମଧ୍ୟ ଗୋଟିଏ କମ୍ପ୍ଲେକ୍ସ ଭାବେ ଗଣାଯିବ। ତେଣୁ ଯେଉଁ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ବା ଶପିଂ କମ୍ପ୍ଲେକ୍ସର ସମୁଦାୟ କ୍ଷେତ୍ର ସମୁଦାୟ ୨୫ହଜାର ବର୍ଗଫୁଟ ମଧ୍ୟରେ ହୋଇଥିବ କେବଳ ସେମାନେ ବ୍ୟବସାୟ କରିପାରିବେ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ଏହା ବ୍ୟତୀତ ବ୍ୟବସାୟୀ ଓ ଗ୍ରାହକମାନେ ସମସ୍ତ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ। ସେହିପରି ବ୍ୟବସାୟ ସମୟରେ ସର୍ବାଧିକ ୨୫ ଜଣ ଗ୍ରାହକ ଏକ ସମୟରେ ଦୋକାନରେ ରହିପାରିବେ। ତେବେ ସେମାନଙ୍କ ମଧ୍ୟରେ ୬ଫୁଟର ଦୂରତା ରହିବା ଆବଶ୍ୟକ ବୋଲି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri