‘ପ୍ରେମ ମୋତେ ବରବାଦ କଲା’

ଭୁବନେଶ୍ୱର,୭।୭(ବ୍ୟୁରୋ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ ଫେଜ୍‌-୧ ପ୍ଲଟ୍‌ ନଂ. ଏ/ଏଲ୍‌-୧ରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କୁ ସୋମବାର ତଣ୍ଟିକାଟି ହତ୍ୟା କରାଯିବା ଘଟଣା ଉପରେ ପରଦା ଧୀରେ ଧୀରେ ହଟିବାରେ ଲାଗିଛି। ପ୍ରେମରେ ବିଫଳ ହେବା ପରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ ରିଙ୍କି(୨୬)ଙ୍କ ସହ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିବା ଜଣାପଡ଼ିବା ପରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଏୟାରଫିଲ୍‌ଡ ପୋଲିସର ଏକ ୫ଜଣିଆ ଟିମ୍‌ ଯାଜପୁର ଯାଇଛି। ଉକ୍ତ ଟିମ୍‌ ପ୍ରଥମେ ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଥିବା ଜଗନ୍ନାଥଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଛି। ଏଥିସହ ଜଗନ୍ନାଥଙ୍କ ଏକ ପୁରୁଣା ମୋବାଇଲ୍‌, ତାଙ୍କ ହାତଲେଖା ଥିବା କିଛି କାଗଜ ଜବତ କରିଛି। ପରିବାର ଲୋକଙ୍କୁ ପଚରାଉଚରା ସମୟରେ ରିଙ୍କିଙ୍କ ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ରିଙ୍କିଙ୍କ ବିବାହ ପରଠାରୁ ଜଗନ୍ନାଥ କୌଣସି ସମ୍ପର୍କ ରଖି ନ ଥିଲେ। ତେବେ ଗତ ବର୍ଷେ ହେବ ରିଙ୍କି ତାଙ୍କ ଆଡ଼ୁ ଜଗନ୍ନାଥଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ତାଙ୍କ ମା’ କହିଛନ୍ତି। ଏପରି କି ହତ୍ୟାର କିଛି ସମୟ ପୂର୍ବରୁ ଜଗନ୍ନାଥ ନିଜ ମୋବାଇଲ୍‌ରୁ ଘର ଲୋକଙ୍କୁ ଦେଇଥିବା ହ୍ବାଟ୍ସଆପ୍‌ ମେସେଜ୍‌ରେ ରିଙ୍କି ମତେ ବରବାଦ କରିଦେଲା, ମୋ ଉପରେ କେହି ରାଗିବନି, ମୁଁ ଦୁନିଆ ଛାଡ଼ି ଯାଉଛି। ମୋ ପାଖରେ ଆଉ କିଛି ରାସ୍ତା ନାହିଁ, ସମସ୍ତେ ମୋତେ କ୍ଷମା କରିଦେବ, ଏପରି କି ଫାଇନାନ୍ସରେ ଆଣିଥିବା ଗାଡ଼ିର ଋଣ ପରିଶୋଧ କରିବାକୁ ନିଜ ଭାଇଙ୍କୁ ଅନୁରୋଧ କରିଥିବା ପୋଲିସ ଜାଣିବାକୁ ପାଇଛି। ଉକ୍ତ ହ୍ବାଟ୍‌ସଆପ୍‌ ମେସେଜ୍‌କୁ ନେଇ ଏବେ ପୋଲିସ ତଦନ୍ତକୁ ଜୋର୍‌ କରିଛି। ପରେ ପୋଲିସ ଟିମ୍‌ କୁଆଖିଆ ଥାନା ଅନ୍ତର୍ଗତ ବନ୍ଧଡିହ ଗ୍ରାମକୁ ଯାଇ ମୃତା ରିଙ୍କିଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି। ପରିବାର ଲୋକେ କହିଛନ୍ତି ଯେ, ସେମାନେ ଜଗନ୍ନାଥକୁ ଜାଣି ନାହାନ୍ତି। ୮ଦିନ ତଳେ ରିଙ୍କି ଗ୍ରାମକୁ ଆସିଥିଲେ ଏବଂ ଭଲରେ କଥା ହେଉଥିଲେ। ଏପରିକି ତାଙ୍କ ସ୍ବାମୀ ରାକେଶ ସାହୁ ମଧ୍ୟ ସାଥିରେ ଆସିଥିଲେ। ସ୍ତ୍ରୀସ୍ବାମୀଙ୍କ ଭିତରେ ଭଲ ସମ୍ପର୍କ ରହିଥିଲା। କିନ୍ତୁ ସେ କେବେ ଜଗନ୍ନାଥଙ୍କ ବିଷୟରେ କିଛି କହି ନ ଥିବା ପରିବାର ଲୋକେ ପୋଲିସକୁ କହିଛନ୍ତି। ପୋଲିସ ଉଭୟ ପରିବାରର ବୟାନକୁ ଆଧାର କରି ତଦନ୍ତ ଜାରି ରଖିଛି।
ଅପରପକ୍ଷରେ ଅଧିକ ତଥ୍ୟ ପାଇଁ ମଙ୍ଗଳବାର କମିଶନରେଟ ପୋଲିସ ହତ୍ୟାକାଣ୍ଡ ସ୍ଥଳକୁ ଯାଇ ଛାନଭିନ୍‌ କରିଛି। ଘଟଣାସ୍ଥଳରୁ ଜବତ ହୋଇଥିବା ଚିଠି କାହାର, ତାହା ଜାଣିବା ପାଇଁ ଏହାକୁ ରାଜ୍ୟ ଫରେନ୍‌ସିକ ଲ୍ୟାବକୁ ପଠାଯିବ। ଲ୍ୟାବରୁ ରିପୋର୍ଟ ଆସିବା ପରେ ଉକ୍ତ ଚିଠି କିଏ ଲେଖିଛି ତାହା ସ୍ପଷ୍ଟ ହେବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଉଭୟ ରିଙ୍କି ଓ ଜଗନ୍ନାଥ ପରସ୍ପରକୁ ଭଲ ଭାବେ ଜାଣିଥିଲେ। ଏପରି କି ଘର ଭିତରକୁ ଜଗନ୍ନାଥ ଜବରଦସ୍ତି ପଶିବାର କୌଣସି ପ୍ରମାଣ ନାହିଁ। ମହିଳା ଜଣକ କବାଟ ଖୋଲିବା ପରେ ସେ ଘର ଭିତରକୁ ଯାଇଥିଲେ। ତେଣୁ ଘର ଭିତରେ କ’ଣ ଘଟିଲା ତାହା ଜଗନ୍ନାଥ କହିପାରିବେ। କିନ୍ତୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଜଗନ୍ନାଥ ପ୍ରଥମେ ମହିଳାଙ୍କ ୩ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରିଥାନ୍ତେ, ତା ପରେ ମହିଳା ଏବଂ ଶେଷରେ ନିଜେ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ। ଶିଶୁପୁତ୍ର ସେହି ସମୟରେ ଘରେ ନ ଥିବାରୁ ସେ ବର୍ତ୍ତିଗଲେ। ଜଗନ୍ନାଥ ଏବେ ଚିକିତ୍ସାଧୀନ ଅଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ଡିସିପି ଦାସ କହିଛନ୍ତି। ଅଭିଯୁକ୍ତ ସିନ୍ଦୂର, ଛୁରି, କୋଲଡ୍ରିଙ୍କସ, ଆଳୁ ଚିପ୍ସ, ଚକୋଲେଟ ସାଙ୍ଗରେ ଆଣିଥିବା ସନ୍ଦେହ କରାଯାଉଛି। ଜଗନ୍ନାଥଙ୍କୁ ଜେରା କରିବା ପରେ ଏ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ। ନିକଟରେ ଏକ ନୂଆ ଲୁଗା ଜରି ପଡିଥିବାରୁ ତାହା ମଧ୍ୟ ସେ ସାଙ୍ଗରେ ଆଣିଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ମଙ୍ଗଳବାର କ୍ୟାପିଟାଲ ହସ୍ପିଟାଲରେ ରିଙ୍କିଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକେ ମୃତଦେହ ଗଁାକୁ ନେଇ ସକତ୍ାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri