‘ପ୍ରେମ ମୋତେ ବରବାଦ କଲା’

ଭୁବନେଶ୍ୱର,୭।୭(ବ୍ୟୁରୋ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ ଫେଜ୍‌-୧ ପ୍ଲଟ୍‌ ନଂ. ଏ/ଏଲ୍‌-୧ରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କୁ ସୋମବାର ତଣ୍ଟିକାଟି ହତ୍ୟା କରାଯିବା ଘଟଣା ଉପରେ ପରଦା ଧୀରେ ଧୀରେ ହଟିବାରେ ଲାଗିଛି। ପ୍ରେମରେ ବିଫଳ ହେବା ପରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ ରିଙ୍କି(୨୬)ଙ୍କ ସହ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିବା ଜଣାପଡ଼ିବା ପରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଏୟାରଫିଲ୍‌ଡ ପୋଲିସର ଏକ ୫ଜଣିଆ ଟିମ୍‌ ଯାଜପୁର ଯାଇଛି। ଉକ୍ତ ଟିମ୍‌ ପ୍ରଥମେ ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଥିବା ଜଗନ୍ନାଥଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଛି। ଏଥିସହ ଜଗନ୍ନାଥଙ୍କ ଏକ ପୁରୁଣା ମୋବାଇଲ୍‌, ତାଙ୍କ ହାତଲେଖା ଥିବା କିଛି କାଗଜ ଜବତ କରିଛି। ପରିବାର ଲୋକଙ୍କୁ ପଚରାଉଚରା ସମୟରେ ରିଙ୍କିଙ୍କ ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ରିଙ୍କିଙ୍କ ବିବାହ ପରଠାରୁ ଜଗନ୍ନାଥ କୌଣସି ସମ୍ପର୍କ ରଖି ନ ଥିଲେ। ତେବେ ଗତ ବର୍ଷେ ହେବ ରିଙ୍କି ତାଙ୍କ ଆଡ଼ୁ ଜଗନ୍ନାଥଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ତାଙ୍କ ମା’ କହିଛନ୍ତି। ଏପରି କି ହତ୍ୟାର କିଛି ସମୟ ପୂର୍ବରୁ ଜଗନ୍ନାଥ ନିଜ ମୋବାଇଲ୍‌ରୁ ଘର ଲୋକଙ୍କୁ ଦେଇଥିବା ହ୍ବାଟ୍ସଆପ୍‌ ମେସେଜ୍‌ରେ ରିଙ୍କି ମତେ ବରବାଦ କରିଦେଲା, ମୋ ଉପରେ କେହି ରାଗିବନି, ମୁଁ ଦୁନିଆ ଛାଡ଼ି ଯାଉଛି। ମୋ ପାଖରେ ଆଉ କିଛି ରାସ୍ତା ନାହିଁ, ସମସ୍ତେ ମୋତେ କ୍ଷମା କରିଦେବ, ଏପରି କି ଫାଇନାନ୍ସରେ ଆଣିଥିବା ଗାଡ଼ିର ଋଣ ପରିଶୋଧ କରିବାକୁ ନିଜ ଭାଇଙ୍କୁ ଅନୁରୋଧ କରିଥିବା ପୋଲିସ ଜାଣିବାକୁ ପାଇଛି। ଉକ୍ତ ହ୍ବାଟ୍‌ସଆପ୍‌ ମେସେଜ୍‌କୁ ନେଇ ଏବେ ପୋଲିସ ତଦନ୍ତକୁ ଜୋର୍‌ କରିଛି। ପରେ ପୋଲିସ ଟିମ୍‌ କୁଆଖିଆ ଥାନା ଅନ୍ତର୍ଗତ ବନ୍ଧଡିହ ଗ୍ରାମକୁ ଯାଇ ମୃତା ରିଙ୍କିଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି। ପରିବାର ଲୋକେ କହିଛନ୍ତି ଯେ, ସେମାନେ ଜଗନ୍ନାଥକୁ ଜାଣି ନାହାନ୍ତି। ୮ଦିନ ତଳେ ରିଙ୍କି ଗ୍ରାମକୁ ଆସିଥିଲେ ଏବଂ ଭଲରେ କଥା ହେଉଥିଲେ। ଏପରିକି ତାଙ୍କ ସ୍ବାମୀ ରାକେଶ ସାହୁ ମଧ୍ୟ ସାଥିରେ ଆସିଥିଲେ। ସ୍ତ୍ରୀସ୍ବାମୀଙ୍କ ଭିତରେ ଭଲ ସମ୍ପର୍କ ରହିଥିଲା। କିନ୍ତୁ ସେ କେବେ ଜଗନ୍ନାଥଙ୍କ ବିଷୟରେ କିଛି କହି ନ ଥିବା ପରିବାର ଲୋକେ ପୋଲିସକୁ କହିଛନ୍ତି। ପୋଲିସ ଉଭୟ ପରିବାରର ବୟାନକୁ ଆଧାର କରି ତଦନ୍ତ ଜାରି ରଖିଛି।
ଅପରପକ୍ଷରେ ଅଧିକ ତଥ୍ୟ ପାଇଁ ମଙ୍ଗଳବାର କମିଶନରେଟ ପୋଲିସ ହତ୍ୟାକାଣ୍ଡ ସ୍ଥଳକୁ ଯାଇ ଛାନଭିନ୍‌ କରିଛି। ଘଟଣାସ୍ଥଳରୁ ଜବତ ହୋଇଥିବା ଚିଠି କାହାର, ତାହା ଜାଣିବା ପାଇଁ ଏହାକୁ ରାଜ୍ୟ ଫରେନ୍‌ସିକ ଲ୍ୟାବକୁ ପଠାଯିବ। ଲ୍ୟାବରୁ ରିପୋର୍ଟ ଆସିବା ପରେ ଉକ୍ତ ଚିଠି କିଏ ଲେଖିଛି ତାହା ସ୍ପଷ୍ଟ ହେବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଉଭୟ ରିଙ୍କି ଓ ଜଗନ୍ନାଥ ପରସ୍ପରକୁ ଭଲ ଭାବେ ଜାଣିଥିଲେ। ଏପରି କି ଘର ଭିତରକୁ ଜଗନ୍ନାଥ ଜବରଦସ୍ତି ପଶିବାର କୌଣସି ପ୍ରମାଣ ନାହିଁ। ମହିଳା ଜଣକ କବାଟ ଖୋଲିବା ପରେ ସେ ଘର ଭିତରକୁ ଯାଇଥିଲେ। ତେଣୁ ଘର ଭିତରେ କ’ଣ ଘଟିଲା ତାହା ଜଗନ୍ନାଥ କହିପାରିବେ। କିନ୍ତୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଜଗନ୍ନାଥ ପ୍ରଥମେ ମହିଳାଙ୍କ ୩ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରିଥାନ୍ତେ, ତା ପରେ ମହିଳା ଏବଂ ଶେଷରେ ନିଜେ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ। ଶିଶୁପୁତ୍ର ସେହି ସମୟରେ ଘରେ ନ ଥିବାରୁ ସେ ବର୍ତ୍ତିଗଲେ। ଜଗନ୍ନାଥ ଏବେ ଚିକିତ୍ସାଧୀନ ଅଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ଡିସିପି ଦାସ କହିଛନ୍ତି। ଅଭିଯୁକ୍ତ ସିନ୍ଦୂର, ଛୁରି, କୋଲଡ୍ରିଙ୍କସ, ଆଳୁ ଚିପ୍ସ, ଚକୋଲେଟ ସାଙ୍ଗରେ ଆଣିଥିବା ସନ୍ଦେହ କରାଯାଉଛି। ଜଗନ୍ନାଥଙ୍କୁ ଜେରା କରିବା ପରେ ଏ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ। ନିକଟରେ ଏକ ନୂଆ ଲୁଗା ଜରି ପଡିଥିବାରୁ ତାହା ମଧ୍ୟ ସେ ସାଙ୍ଗରେ ଆଣିଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ମଙ୍ଗଳବାର କ୍ୟାପିଟାଲ ହସ୍ପିଟାଲରେ ରିଙ୍କିଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକେ ମୃତଦେହ ଗଁାକୁ ନେଇ ସକତ୍ାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?