ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଖୋଜି ବାହାରିଲା ଭାଜପା, ପଛରେ ବିଜେଡି; ନବୀନ ନିବାସ ଆଗରେ ସ୍ବାଗତ ପାଇଁ ଅପେକ୍ଷା

ଭୁବନେଶ୍ୱର,୧୮।୩(ବ୍ୟୁରୋ): ବିଧାନସଭାରେ ଶାସକ-ବିରୋଧୀ ଦଳ ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ବେଳେ ଗୁରୁବାର ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବା ପାଇଁ ନବୀନ ନିବାସକୁ ଭାଜପା ବିଧାୟକମାନେ ଶୋଭାଯାତ୍ରାରେ ବାହାରିଛନ୍ତି। ଅପରପକ୍ଷେ ବିଜେଡି ବିଧାୟକମାନେ ତାଙ୍କ ପଛରେ…

ଜିଦ୍‌ରେ ବିରୋଧୀ-ଶାସକ: ଲଗାତାର ୬ଷ୍ଠ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା, ଆରମ୍ଭରୁ ମୁଲତବୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଲଗାତାର ୬ଷ୍ଠ ଦିନ ପାଇଁ ବିଧାନସଭା ସ୍ବାଭାବିକ ହୋଇପାରିନାହିଁ। ଉଭୟ ଶାସକ-ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୧୨ଟା ଯାଏ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି। ଗୋଟିଏ ପଟେ ଧାନ କିଣା ଅବ୍ୟବସ୍ଥାକୁ ନେଇ ବିରୋଧୀ ଭାଜପା ଏବଂ…

ଆଜି ରାଜ୍ୟରୁ ୮୪ ପଜିଟିଭ୍‌ ଚିହ୍ନଟ, କଟକରେ ସର୍ବାଧିକ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୮୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୪୮୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୯ ଜଣ ଚିହ୍ନଟ…

ଉନ୍ନତୀକରଣ ଦିଗରେ ଉଷ୍ଣ ପ୍ରସ୍ରବଣ

ଖମାର,୧୮ା୩:  ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳରେ ପର୍ଯ୍ୟଟନର ଭରପୂର ଭିତ୍ତିଭୂମି ରହିଛି। କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅନେକ ଦର୍ଶନୀୟ ସ୍ଥାନ ଏବେ ବି ଲୋକଲୋଚନକୁ ଆସିପାରି ନାହିଁ। ରୋହିଲା ପଞ୍ଚାୟତ ମଗରମୁହାଣ ଗ୍ରାମସ୍ଥିତ ମଗରନାକ ଉଷ୍ଣ ପ୍ରସ୍ରବଣ…

ଅବ୍ୟବସ୍ଥା ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୮।୩:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ରୋଗୀଙ୍କୁ ଠିକ୍‌ ଭାବେ ଅଲଟ୍ରାସାଉଣ୍ଡ ସେବା ମିଳୁନାହିଁ। ଦାୟିତ୍ୱରେ ଥିବା ମହିଳା ଡାକ୍ତର ଜଣକ ସ୍ବାମୀଙ୍କ ଚିକିତ୍ସା ପାଇଁ ବାରମ୍ବାର ଛୁଟିରେ ଯାଉଥିବାରୁ ଏହି ସେବା ଏକପ୍ରକାର…

ବିପଦ ମୁହଁରେ ୨୫ ଗାଁ

ଲଙ୍ଗଳେଶ୍ୱର, ୧୮।୩ (ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବାତ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ତଟକ୍ଷୟ ହେବାରେ ଲାଗିଛି। ବାଲେଶ୍ୱର ଜିଲା ବାଲିଆପାଳବାସୀଙ୍କ ପାଇଁ ଏହାର ଦୁଃଖର କାରଣ ହୋଇଛି। ସମୁଦ୍ର ଉପକୂଳବର୍ତ୍ତୀ ୫ଟି ପଞ୍ଚାୟତର ୨୫ରୁ ଉର୍ଦ୍ଧ୍ୱ ଗାଁ ଏବେ ବିପଦ…

ଆଧାର କାର୍ଡରେ ଭୁଲ୍‌ ଜନ୍ମ ତାରିଖ: ଭତ୍ତା ପାଇବାରୁ ବଞ୍ଚିତ ଦୁଇଭାଇ

ଚମ୍ପୁଆ, ୧୮।୩ (ଡି.ଏନ.ଏ)- ପରିଚୟ ପତ୍ର ମାଧ୍ୟମରେ ମଣିଷ ପରିଚୟ ପାଏ ସତ ମାତ୍ର ଉକ୍ତ ପରିଚୟ ପତ୍ରରେ ଯଦି ଜନ୍ମ ତାରିଖ ଭୁଲ ହୋଇଯାଏ ତେବେ ମଣିଷ ପାଇଁ ସରକାରୀ ଯୋଜନା ପାଲଟିଯାଏ ସାତ ସପନ। ଏଭଳି ଏକ ଘଟଣା…

ରାଷ୍ଟ୍ରପତି ଭବନରୁ ଚିଠି ପାଇ ଆଶାବାଦୀ ସୋମ୍ୟାଶ୍ରୀ

ନିଶ୍ଚିନ୍ତକୋଇଲି, ୧୮ା୩ (ସ୍ବ.ପ୍ର.):ଆମ ଗାଁ ସ୍କୁଲରେ ପଢ଼ିବାକୁ ମୋର ଇଚ୍ଛା। କିନ୍ତୁ ଗାଁ ସ୍କୁଲରେ ଆବଶ୍ୟକ ଅଭିଜ୍ଞ ଶିକ୍ଷକ ନ ଥିବା ଓ ଶିକ୍ଷା ବ୍ୟବସ୍ଥା ଠିକ୍‌ ନ ଥିବାରୁ ମାଆବାପା ମୋତେ ଏକ ପବ୍ଲିକ୍‌ ସ୍କୁଲରେ ପାଠ ପଢ଼ାଇବାକୁ ବାଧ୍ୟ…

ପରିଚୟ ନିକଟରେ ଅଟକିଯାଉଛି ତଦନ୍ତ

ଭୁବନେଶ୍ୱର,୧୮।୩(ବ୍ୟୁରୋ):ଜଟଣୀ ଥାନା ଅନ୍ତର୍ଗତ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍‌ରୁ ମହିଳାଙ୍କ କଙ୍କାଳ ଜବତ ଘଟଣାର ମାସେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ପରିଚୟ ଖୋଜି ପାଉନି। ମାସେ ଧରି ଘଟଣାକୁ ଚାପି ଦେଇଥିବାରୁ ଖୋଦ୍‌ ପୋଲିସ…

ଶ୍ରୀମନ୍ଦିର ସୁରକ୍ଷା ପରଖିଲା ଏନ୍‌ଏସ୍‌ଜି ଟିମ୍‌

ପୁରୀ ଅଫିସ,୧୮।୩:ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ୩ ଜଣିଆ ଟିମ୍‌ ବୁଧବାର ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛି। ଏହି ଟିମ୍‌ର ସଦସ୍ୟମାନେ ପ୍ରଥମେ ଉତ୍ତର ଦ୍ୱାର ଓ ପରେ ଶ୍ରୀମନ୍ଦିର ଚାରିପାଖ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।…

କେଭିପିୱାଇ ପରୀକ୍ଷାରେ ଅତୀସ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୮।୩(ବ୍ୟୁରୋ):ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଦ୍ୱାରା ପରିଚାଳିତ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା(କେଭିପିଓ୍ବାଇ) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ର ଛାତ୍ର ଅତୀସ କୁମାର ସାହୁ ଓଡ଼ିଶା ଟପ୍ପର ହୋଇଥିବାବେଳେ ସର୍ବଭାରତୀୟ ସ୍ତରରେ ସେ ୧୩ତମ ର଼୍ୟାଙ୍କ…

ବଢୁଛି ତାତି: ୨୧ରୁ ଝଡ଼ବର୍ଷା

ଭୁବନେଶ୍ୱର,୧୮/୩(ବ୍ୟୁରୋ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବ। ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇବ। ତେବେ ଏହି ସମୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲାର କେତେକ ସ୍ଥାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri