ମା’ଙ୍କ ବିରୋଧରେ ଥାନାରେ ପୁଅ,ଝିଅ: ଏକାଧିକ ପର ପୁରୁଷଙ୍କ ସହ…

ଭୁବନେଶ୍ୱର,୧।୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନାରେ ଶନିବାର ମା’ଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ନାବାଳିକା ଝିଅ ଓ ପୁଅ। ମା’ଙ୍କର ଏକାଧିକ ପର ପୁରୁଷଙ୍କ ସହ ସମ୍ପର୍କ ରହିଛି ଓ ସେମାନେ ଅଧିକାଂଶ ସମୟ ଘରକୁ ମଧ୍ୟ ଆସନ୍ତି। ଏନେଇ ବିରୋଧ କଲେ ତାଙ୍କ ମା’ ମାଡ଼ ମାରିବା ସହ ଅତ୍ୟାଚାର କରନ୍ତି ବୋଲି କହିଛନ୍ତି ପୁଅ, ଝିଅ। ବାପା ଜେଲ୍‌ରେ ଥିବାରୁ ମା’ଙ୍କୁ କେହି ଅଟକାଇ ପାରୁନାହାନ୍ତି। ଏଭଳି କିଛି ଅଭିଯୋଗ ମା’ଙ୍କ ବିରୋଧରେ ଆଣି ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଭଉଣୀଭାଇ। ପୋଲିସ ଏନେଇ ଏକ ମାମଲା (ନଂ.୩୪୫/୨୧) ରୁଜୁ କରିବା ସହ ନାବାଳିକାଙ୍କର ଡାକ୍ତରୀମାଇନା କରାଇଥିଲା। ପରେ ତାଙ୍କୁ ଚାଇଲ୍ଡ ଲାଇନଙ୍କୁ ହସ୍ତାନ୍ତର କରାଯାଇଛି। ଅପରପକ୍ଷରେ ଝିଅକୁ ଫସାଇ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର କରାଯାଇଛି ବୋଲି ସମ୍ପୃକ୍ତା ମା’ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ଅଭିଯୋଗ ଅନୁଯାୟୀ , ତାଙ୍କ ମା’ଙ୍କ ସହ ସମ୍ପର୍କ ରଖିଥିବା ଅନ୍ୟ ପୁରୁଷମାନେ ବିଭିନ୍ନ ସମୟରେ ଘରକୁ ଆସନ୍ତି। ଏପରିକି ମା’ ସେମାନଙ୍କ ସହ ମିଶି ମଦ ପିଅନ୍ତି। ମା’ଙ୍କ ସହ ସମ୍ପର୍କ ରଖିବା ପରେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରିଥାନ୍ତି। ଏପରିକି ଚନ୍ଦନ ନାମକ ଜଣେ ବ୍ୟକ୍ତି ମା’ଙ୍କୁ ମଦ ପିଆଇ ବେହୋସ କରିବା ପରେ, ମୋ ଦେହ ଓ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରିଥିଲେ। ହେଲେ ସେହି ସମୟରେ ଭାଇ ଆସିଯିବାରୁ ମୁଁ ବଞ୍ଚିଯାଇଥିଲି ବୋଲି ନାବାଳିକା କହିଛନ୍ତି। ଏନେଇ ମା’ଙ୍କୁ ଜଣାଇବା ପରେ ମଧ୍ୟ ସେ ଚୁପ୍‌ ରହିବାକୁ କହିବା ସହ ମୁହଁ ଖୋଲିଲେ ମାଡ଼ ମାରିବେ ବୋଲି ଧମକ ଦେଉଛନ୍ତି। ଗତ ଦୁଇ ତିନି ବର୍ଷ ହେବ ମାଙ୍କର ଏଭଳି ଅତ୍ୟାଚାର ବୃଦ୍ଧିପାଇଛି ବୋଲି ନାବାଳିକା ଅଭିଯୋଗରେ ଦର୍ଶାଇଛନ୍ତି। ଅପରପକ୍ଷେ ସମ୍ପୃକ୍ତା ମା’ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ନାବାଳିକା ଝିଅର ସ୍ମୃତି ରଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ସହ ଥିବା ଖରାପ ସମ୍ପର୍କକୁ ବାରଣ କରିବାରୁ ତାଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri