ଶୈଳଶ୍ରୀବିହାର, ନୀଳାଦ୍ରିବିହାରରେ ଘରେ ଘରେ ଜ୍ୱର; ନିୟନ୍ତ୍ରଣକୁ ଆସୁନି…

ଭୁବନେଶ୍ୱର, ୧।୮ (ବ୍ୟୁରୋ): ରାଜଧାନୀରେ ତୀବ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ସହରରୁ ଦିନକୁ ୨୦ରୁ ୩୦ଜଣ ରୋଗୀ ଚିହ୍ନଟ ହେଉଥିବାବେଳେ ଶନିବାର ଗୋଟିଏ ଦିନରେ ଆଉ ୫୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ୫୮୮ରେ ପହଞ୍ଚତ୍ଛି। ପ୍ରତିବର୍ଷ ବସ୍ତି ଅଞ୍ଚଳରେ ଡେଙ୍ଗୁ ଚିହ୍ନଟ ହେଉଥିବାବେଳେ ଚଳିତ ବର୍ଷ କଲୋନୀ ଓ ଭିଆଇପି ଅଞ୍ଚଳରେ ମଧ୍ୟ ଡେଙ୍ଗୁ ପ୍ରକୋପ ଦେଖିବାକୁ ମିଳୁଛି। ଇତିମଧ୍ୟରେ ସହରର ଅଧିକାଂଶ ଅଞ୍ଚଳରୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଉତ୍ତର ଭୁବନେଶ୍ୱରରେ ସ୍ଥିତି ଜଟିଳ ରହିଛି। ଶେଷକରି ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, ଚନ୍ଦ୍ରଶେଖରପୁରର ବିଭିନ୍ନ ବସ୍ତି ଓ କଲୋନୀରେ ଘରେ ଘରେ ଜ୍ୱର ବ୍ୟାପିଥିବା ସୂଚନା ମିଳିଛି। କରୋନା ଆତଙ୍କ ଥମି ନ ଥିବାବେଳେ ଡେଙ୍ଗୁକୁ ନେଇ ସ୍ମାର୍ଟସିଟିବାସୀଙ୍କ ଚିନ୍ତା ବଢ଼ିଛି।

ଅପରପକ୍ଷେ ଆରମ୍ଭରୁ ଅବହେଳା କରିଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବେ ଡେଙ୍ଗୁ ନିରାକରଣ ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଛି। ବିଏମ୍‌ସି ପକ୍ଷରୁ ୯ଟି ଟିମ୍‌ ସହରର ୩ ଜୋନ୍‌ରେ ବୁଲି ବୁଲି ଲୋକଙ୍କୁ ସଚେତନ କରୁଛି। ଶନିବାର ସକାଳ ୫ଟା ୩୦ରୁ ଏହି ଟିମ୍‌ ବିଭିନ୍ନ ଅଞ୍ଚଳ ବୁଲି ପରିମଳ କାର୍ଯ୍ୟର ତଦାରଖ କରିଥିଲା। ସକାଳ ୮ଟାରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ନୀଳାଦ୍ରିବିହାର ଏଟିଏମ୍‌ ଛକ ଅଞ୍ଚଳ, ତାରିଣୀ ବସ୍ତି, ଡମଣା ହାଟ, ଆଇଡି ମାର୍କେଟ ନିକଟ ଗାନ୍ଧୀ ବସ୍ତି, ରେଣ୍ଟାଲ କଲୋନୀ ବସ୍ତି ଅଞ୍ଚଳ, ମାଳିସାହି ଅଞ୍ଚଳ, ଶହୀଦନଗର ଓ ସଂଲଗ୍ନ ବସ୍ତି ଅଞ୍ଚଳ, କୁଲି ବସ୍ତି ଅଞ୍ଚଳଗୁଡିକରେ ସଚେତନତା କରାଯାଇଥିଲା। ନମୁନା ପରୀକ୍ଷା, ଆକ୍ରାନ୍ତଙ୍କ ଚିକିତ୍ସା, ଘରୋଇ ଅଭ୍ୟାସ, ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ଡେଙ୍ଗୁ ଜ୍ୱରର ଲକ୍ଷଣ ଜାଣିବା ଭଳି ବିଭିନ୍ନ ଗୋଷ୍ଠୀ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିଶନର ପରିମଳ ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ରାଜସ୍ବ ଶ୍ରୀମନ୍ତ ମିଶ୍ର, ଏଡିୟୁପିଏଚ୍‌ଓ ଡ. ଅନ୍ତର୍ଯ୍ୟାମୀ ମିଶ୍ର, ସିଟି ହେଲଥ୍‌ ଅଫିସର ଡ. ବସନ୍ତ କୁମାର ମିଶ୍ର, ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦା, ଅଂଶୁମାନ ରଥ, ରବିନାରାୟଣ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?