ଆସ ଗଛ ସହ ବନ୍ଧୁ ବାନ୍ଧିବା

ପୁରୁଣା ଭୁବନେଶ୍ୱର, ୧।୮: ଅଗଷ୍ଟ ପ୍ରଥମ ରବିବାରକୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ରୂପେ ପାଳନ କରାଯାଉଥିବାବେଳେ ପରିବେଶବିତ୍‌ ତଥା ଯୁବ ସାମାଜିକ କର୍ମୀ ସୁଶାନ୍ତ ସାହୁ ପତ୍ର ଓ ମୁରୁଜରେ ବୃକ୍ଷ ତିଆରି କରି ବନ୍ଧୁତ୍ୱର ନିଆରା ବାର୍ତ୍ତା ଦେଇଛନ୍ତି। ମଣିଷ ତଥା ପୂରା ଜୀବଜଗତ ପାଇଁ ଗଛ କିପରି ବନ୍ଧୁଠାରୁ ଆହୁରି ଅଧିକ ଉପକାରୀ ତାହା ସେ ଦର୍ଶାଇଛନ୍ତି। ଭୁବନେଶ୍ୱର ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ-୨ରେ ରହୁଥିବା ସୁଶାନ୍ତ ତିଆରି କରିଥିବା ଗଛରେ ଶୁଦ୍ଧ ଅମ୍ଳଜାନ, ପ୍ରଦୂଷଣ ନିୟନ୍ତ୍ରଣ, ତାପମାନ ନିୟନ୍ତ୍ରଣ, ସୁନ୍ଦରତା, ଜଳସ୍ତର ନିୟନ୍ତ୍ରଣ, ମୃତ୍ତିକା ସଂରକ୍ଷଣ, ଜୈବ ବିବିଧତାର ବିକାଶ, ଶବ୍ଦ ନିୟନ୍ତ୍ରଣ, ଔଷଧ, ଫୁଲ, ଫଳ, ଖାଦ୍ୟ, ବସ୍ତ୍ର, ବାସଗୃହ, ବନ୍ୟାରୁ ସୁରକ୍ଷା, ପଶୁପକ୍ଷୀଙ୍କ ନିବାସ, ଛାୟା, କାଗଜ, କାଠ ଇତ୍ୟାଦିକୁ ସ୍ଥାନିତ କରି ‘ଆସ ଗଛ ସହ ବନ୍ଧୁ ବାନ୍ଧିବା’ର ବାର୍ତ୍ତା ରଖିଛନ୍ତି। ଏହି ଅବସରରେ ସେ ବିଶ୍ୱବାସୀଙ୍କୁ ବୃକ୍ଷ ଉପହାର ଦେଇଛନ୍ତି। ବୃକ୍ଷ ତା’ର ଜୀବନକାଳ ମଧ୍ୟରେ ମଣିଷର ଅନ୍ତୁଡ଼ିଶାଳରୁ ମଶାଣି ପର୍ଯ୍ୟନ୍ତ ନିଃସ୍ବାର୍ଥପର ଭାବେ ଏକ ଅନ୍ତରଙ୍ଗ ବନ୍ଧୁ ପରି ପାଖେ ପାଖେ ରହି ସେବା ଯୋଗାଇ ଆସିଥାଏ। କଥାରେ ଅଛି ବିପଦର ବନ୍ଧୁ ପ୍ରକୃତ ବନ୍ଧୁ। ଠିକ୍‌ ଗଛ ବିପଦର ବନ୍ଧୁ ପରି ସମସ୍ତ ବିପଦ ଆପଦରେ ମଣିଷ ପାଖରେ ଠିଆ ହୋଇଥାଏ। ବିଶ୍ୱ ବନ୍ଧୁତା ଦିବସରେ ବିଶ୍ୱବାସୀ ଗଛ ସହ ବନ୍ଧୁ ବାନ୍ଧିବାର ଭାବନା ପ୍ରଦର୍ଶିତ କରନ୍ତୁ ବୋଲି ସୁଶାନ୍ତ ଏହି ଅବସରରେ ନିବେଦନ କରିଛନ୍ତି। ସୁଶାନ୍ତଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା ସହ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?