Odisha Elections 2024

ରାଜ୍ୟ

କୋରାପୁଟରେ ବାଜି ମାରିଲେ ବିଜେଡିର ରଘୁରାମ ପଡାଲ

କୋରାପୁଟ, ୨୩।୫(ସ୍ବ.ପ୍ର.)-କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଜି ମାରିଛି ବିଜେଡି। କଂଗ୍ରେସର କୃଷ୍ଣ କୁଲ୍‌ଦୀପଙ୍କୁ ୬,୨୨୪ ଭୋଟରେ ହରାଇ ବିଜେଡିର ରଘୁରାମ ପଡାଲ ବିଜୟୀ ହୋଇଛନ୍ତି। ରଘୁରାମ ପଡାଲ ୪୭,୯୧୪ ଭୋଟ ପାଇଥିବାବେଳେ କୃଷ୍ଣ କୁଲଦୀପ ୪୧,୬୯୦ ଭୋଟ ପାଇଛନ୍ତି। ସେହିପରି...

ଡାବୁଗାଁରେ ବିଜେଡିର ମନୋହର ରନ୍ଧାରୀ ବିଜୟୀ

ନବରଙ୍ଗପୁର, ୨୩।୫(ବି.ପ୍ର.)-ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜୟୀ ହୋଇଛି। ବିଜେଡିର ମନୋହର ରନ୍ଧାରୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭୁଜବଳ ମାଝିଙ୍କଠାରୁ ୭,୩୯୨ ଭୋଟରେ ଜିତିଛନ୍ତି।ମନୋହର ରନ୍ଧାରୀଙ୍କୁ ୭୩,୨୦୦ ଓ ଭୁଜବଳ ମାଝିଙ୍କ ୬୫,୮୦୮ ଖଣ୍ଡ ଭୋଟ ମିଳିଛି।

ନୟାଗଡ଼ର ୪ ବିଧାନସଭାରେ ବିଜେଡି ଆଗୁଆ

ନୟାଗଡ ଅଫିସ,୨୩ା୫- ନୟାଗଡ଼ ଜିଲାର ୪ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି। ୧୦ ରାଉଣ୍ଡ ଗଣତି ପରେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ କୁମାର ସାହୁ ୫୬୯୯ ଭୋଟରେ ଆଗୁଆ ଅଛନ୍ତି। ସେହିପରି ରଣପୁର...

ଝାରସୁଗୁଡ଼ାରେ ନବ, ବ୍ରଜରାଜନଗରରେ କିଶୋର ଆଗୁଆ

ଲଖନପୁର,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗରେ ଅଛନ୍ତି। ନବ ୪୧୫୨୫ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଦୀନେଶ ଜୈନ ୨୪୩୫୮ ଭୋଟ ପାଇଛନ୍ତି। ସେହିପରି...

ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ଟ୍ରେଣ୍ଡ୍‌ ଅନୁଯାୟୀ, ଭାଜପା ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜେଡି ଆଗରେ ରହିଛି। ଟ୍ରେଣ୍ଡରୁ ଯାହା ଜଣାପଡୁଛି, ୫ମ...

ନୂଆପଡ଼ାରେ ଢୋଲକିଆ, ଖଡ଼ିଆଳରେ ଅଧିରାଜ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଆଗରେ ଅଛନ୍ତି। ଢୋଲକିଆ ୨୬୪୮୮ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝି ୧୯୦୬୦ ଭୋଟ ପାଇଛନ୍ତି।...

କଣ୍ଟାମାଳରେ ଭାଜପା, ବୌଦ୍ଧରେ ବିଜେଡି ଆଗୁଆ

ବୌଦ୍ଧ,୨୩।୫: ୧୦ ରାଉଣ୍ଡ ଗଣତି ସୁଦ୍ଧା କଣ୍ଟାମାଳ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଚରଣ ଡାଙ୍ଗ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ମହୀଧର ରଣାଙ୍କଠାରୁ ୫୩୨୦ ଭୋଟରେ ଆଗୁଆ ରହିଛନ୍ତି। ସେହିପରି ୧୧ ରାଉଣ୍ଡ ଗଣତି ସୁଦ୍ଧା ବୌଦ୍ଧ ବିଧାନସଭା...

ବଡ଼ଚଣାରେ ବାଜିମାରିଲା ବିଜେଡି

ଯାଜପୁର ଅଫିସ୍‌, ୨୩।୫- ବଡ଼ଚଣା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅମର ଶତପଥୀ ୧୩୯୧ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଅମର ନାୟକଙ୍କୁ ହରାଇଛନ୍ତି।

ଝରିଗାଁରେ ବିଜେଡିର ପ୍ରକାଶ ମାଝି ବିଜୟୀ

ନବରଙ୍ଗପୁର,୨୩ା୫(ବି.ପ୍ର.): ନବରଙ୍ଗପୁର ଜିଲା ଅଧୀନ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜି ମାରିଛି। ବିଜେଡିର ପ୍ରକାଶ ଚନ୍ଦ୍ର ମାଝି ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଉଲଧର ମାଝିଙ୍କୁ ୩୧,୨୭୫ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗଣତିରେ ମୋଟ ୧,୭୪,୩୬୨ ଭୋଟ୍‌ରୁ...

କବିସୂର୍ଯ୍ୟନଗରରେ ଲତିକା ଆଗୁଆ

ବେଗୁନିଆପଡ଼ା,୨୩।୫(ଡି.ଏନ୍‌.ଏ.)-ଦଶମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥନୀ ଲତିକା ପ୍ରଧାନ ୨୨,୫୬୯ ଭୋଟ ପାଇ ଆଗରେ ଥିବା ବେଳେ ଭାଜପା ପ୍ରାର୍ଥୀ ରଞ୍ଜନ ପଲାଇ ୧୨,୭୪୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।...

ଲୋଇସିଂହା ବିଧାନସଭାରେ ଭାଜପା ଆଗୁଆ

ଲୋଇସିଂହା,୨୩।୫: ଲୋଇସିଂହା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଗରେ ଅଛନ୍ତି। ମୁକେଶ ୧୯୪୧୦ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରଦୀପ କୁମାର ବେହେରା ୧୪୩୦୮ ଭୋଟ ପାଇଛନ୍ତି।

ଅତାବିରା ବିଧାନସଭାରେ ସ୍ନେହାଙ୍ଗିନୀ ଛୁରିଆ ଆଗୁଆ

ଅତାବିରା,୨୩।୫: ଅତାବିରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଗରେ ଅଛନ୍ତି। ସ୍ନେହାଙ୍ଗିନୀ ୧୭୮୧୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ଭାଜପା ପ୍ରତିଦ୍ୱନ୍ଦ୍ୱୀ ୧୩୧୦୯ ଭୋଟ ପାଇଛନ୍ତି।

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri