ବେଳାଭୂମିରେ ଜମିବ ଗହଳି

ପୁରୀ ଅଫିସ,୧।୮: କୋଭିଡ୍‌ କଟକଣା ନେଇ ଶନିବାର ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ ଲାଇନ୍‌ ଆସିବା ପରେ ଶ୍ରୀମନ୍ଦିର ଖୋଲିବା ଓ ବେଳାଭୂମି ପୁଣି ଚଳଚଞ୍ଚଳ ହେବା ଆଶା ଉଜ୍ଜିବୀତ ହୋଇଛି। ୧ ତାରିଖରୁ ନୂଆ ଗାଇଡ୍‌ଲାଇନ ଆଧାରରେ କଟକଣା କୋହଳ ହୋଇଛି। ଶ୍ରଦ୍ଧାଳୁଙ୍କ ନିମନ୍ତେ ଶ୍ରୀମନ୍ଦିର ଖୋଲାଯିବା ନିଷ୍ପତ୍ତି ପ୍ରଶାସନ ଉପରେ ଛାଡ଼ିଦିଆଯାଇଛି। ସେହିପରି ବେଳାଭୂମିକୁ ପର୍ଯ୍ୟଟକ ଆସିପାରିବେ ବୋଲି ସବୁଜ ସଙ୍କେତ ମିଳିଛି। ତେଣୁ ପୁରୀର ଉଠାଦୋକାନୀ, ବ୍ୟବସାୟୀ, ରେଷ୍ଟୁରାଣ୍ଟ ଓ ହୋଟେଲ ମାଲିକଙ୍କ ସମେତ ବେଳାଭୂମି ଉପରେ ନିର୍ଭରଶୀଳ ପରିବାର ଖୁସି ପ୍ରକଟ କରିଛନ୍ତି।

କୋଭିଡ୍‌ କଟକଣା ଯୋଗୁ ବେଳାଭୂମି ଖାଁ ଖାଁ ହୋଇପଡ଼ିଥିଲା। ମାତ୍ର ସରକାରଙ୍କ ନୂଆ ଘୋଷଣା ପରେ ପୁଣି ପର୍ଯ୍ୟଟକଙ୍କ ଆଗମନ ସାଙ୍ଗକୁ ପୁରୀ ଚଳଚଞ୍ଚଳ ହୋଇଉଠିବାର ଆଶା ସୃଷ୍ଟି ହୋଇଛି। ବେଳାଭୂମି ପାଖରେ ଉଠାଦୋକାନ କରିଥିବା ଶହ ଶହ ଲୋକ ହାତ ବାନ୍ଧି ଘରେ ବସିଥିଲେ। ଏବେ ସେମାନଙ୍କ ମୁହଁରେ ପୁଣି ହସ ଉକୁଟିବ। ସେମାନେ ନିଜ ପସରା ଧରି ବେଳାଭୂମିକୁ ଧାଇଁ ଆସିବେ। ବେଳାଭୂମି ନିକଟରେ ସିଫୁଡ୍ସ ବିକ୍ରି କରୁଥିବା ସତ୍ୟବ୍ରତ ପରିଡ଼ା କହିଛନ୍ତି, ଶେଷ ଥର କେବେ ଦୋକାନ ଖୋଲିଥିଲି ତାହା ମନେ ପଡୁନାହିଁ। କରୋନା କାହାକୁ କେତେ କଷଣ ଦେଇଛି ତାହା ତ ଜଣା ନାହିଁ ହେଲେ ମୋତେ ଉପାସ ରହିବା ଭଳି ସ୍ଥିତିରେ ଆଣି ଠିଆ କରାଇଛି। ଦ୍ୱିତୀୟ ଲହରର ପ୍ରଭାବ କମିବା ଓ ସରକାରଙ୍କ କଟକଣା କୋହଳ ହେବା ପରେ ପୁଣି ଭଳ ଭାବେ ପରିବାର ପ୍ରତିପୋଷଣ ଆଶା ବାନ୍ଧିଛି। ପୁରୀକୁ ପର୍ଯ୍ୟଟକ ଆସିବେ ଓ ବେପାର ଜମିବ ଭାବି ଖୁସି ଲାଗୁଛି। ଅନ୍ୟପକ୍ଷରେ ସରକାରଙ୍କ କଟକଣା କୋହଳ ନେଇ ଘୋଷଣା ହେବାର ମାତ୍ର କିଛି ଘଣ୍ଟା ପରେ ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି। ସହରର ଅନେକ ଲୋକ ବେଳାଭୂମିକୁ ଯାଇ ଦୃଶ୍ୟ ଉପଭୋଗ କରିବା ସହ ସେଲଫି ଉଠାଉଥିବା ଦେଖିବାକୁ ମିଳିଥିଲା।

ବେଳାଭୂମିରେ ଶନିବାର ସନ୍ଧ୍ୟାରେ ସମୟ ଅତିବାହିତ କରୁଥିବା ସନ୍ଧ୍ୟାରାଣୀ ସ୍ବାଇଁ କହିଛନ୍ତି, ସହର ଭିତରେ ରହି ଅନେକ ଦିନ ହେବ ଏକପ୍ରକାର ଅଣନିଃଶ୍ୱାସୀ ଅନୁଭବ କରୁଥିଲି। ଏବେ ବେଳାଭୂମି ପାଖକୁ ଆସି ଖୁବ୍‌ ଖୁସି। ତେବେ ସମସ୍ତେ କୋଭିଡ୍‌ କଟକଣା ମାନିବା ଉଚିତ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତିକୁ ଏବେ ସମସ୍ତଙ୍କ ଅପେକ୍ଷା ରହିଛି। ଶ୍ରୀମନ୍ଦିରରେ ଦର୍ଶନ ଅନୁମତି କେବେ ମିଳିବ ତାହାକୁ ଶ୍ରଦ୍ଧାଳୁ ଚାହିଁ ବସିଛନ୍ତି। ଆସନ୍ତା ୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ବସିବ। ବୈଠକରେ ମନ୍ଦିର ଖୋଲାଯିବ କି ନାହିଁ ତାହା ନିଷ୍ପତ୍ତି ହେବ ବୋଲି କୁହାଯାଉଛି। ପୁରୀ ସହରବାସୀ ଓ ଜିଲାବାସୀଙ୍କୁ ଦର୍ଶନ ଅନୁମତି ମିଳିବା ଦରକାର ବୋଲି ସହରବାସୀ ଦାବି କରିଛନ୍ତି। କୋଭିଡ୍‌ କଟକଣା ମଧ୍ୟରେ ପ୍ରଶାସନ ଦର୍ଶନ ଅନୁମତି ଦେଉ ବୋଲି ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ କହିଛନ୍ତି। ଅନ୍ୟପକ୍ଷରେ ପୁରୀ ସହରକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ସମ୍ଭାବନା ଥିବାରୁ କୋଭିଡ୍‌ କଟକଣା ପାଳନ କରାଇବା ଜିଲା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ତେବେ ପ୍ରଶାସନ କୋଭିଡ୍‌ କଟକଣା ମଧ୍ୟରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri