ଓଡ଼ିଶା ମାଟିରେ ଫଳୁଛି ସେଓ: ପ୍ରେରଣା ସାଜିଛନ୍ତି ଅରୁଣ

ଖୋର୍ଦ୍ଧା ଅଫିସ,୧।୮: କାଶ୍ମୀର କି ହିମାଚଳ ପ୍ରଦେଶ ନୁହେଁ, ଏବେ ଓଡ଼ିଶା ମାଟିରେ ଫଳୁଛି ସେଓ। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଆରିକମା ଗାଁର ଅରୁଣ କୁମାର ନାୟକ ଅନ୍‌ଲାଇନରେ ସେଓ ଚାରାକିଣି ନିଜ ବାରିରେ ଲଗାଇଥିଲେ। ଏବେ ସେଥିରେ ଭଳିକି ଭଳି ସେଓ ଫଳିଛି। ଚାଷ କାର୍ଯ୍ୟରୁ ବିମୁଖ ହୋଇ ଦାଦନ ଖଟିବାକୁ ଯାଉଥିବା ଯୁବବର୍ଗ ଓ ଚାଷୀଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଅକ୍ଳାନ୍ତ ପରିଶ୍ରମ, କିଛି କରି ଦେଖାଇବାର ଆକାଂକ୍ଷା କିପରି ସଫଳତା ଆଣେ, ତାହା କରି ଦେଖାଇଛନ୍ତି ଅରୁଣ। ଏହି ସେଓ ଚାଷ ସମ୍ପର୍କରେ ଜାଣି ପ୍ରତିଦିନ ବିଭିନ୍ନ ଅଞ୍ଚଳର ଲୋକେ ଅରୁଣଙ୍କ ବାରିରେ ଭିଡ଼ ଜମାଉଛନ୍ତି।

ଅରୁଣଙ୍କ କହିବାନୁଯାୟୀ, ସୋସିଆଲ ମିଡିଆ (ୟୁଟ୍ୟୁବ)ରେ ହିମାଚଳ ପ୍ରଦେଶରେ ସେଓ ଚାଷ ଦେଖିବା ପରେ ଏଠାରେ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲି। ଏଥିଲାଗି ମାଟି ପ୍ରସ୍ତୁତି, କୃଷି ବିଶେଷଜ୍ଞଙ୍କ ସହ ପରାମର୍ଶ ନେଇଥିଲି। ପରେ ୟୁଟ୍ୟୁବରେ ଦେଖିଥିବା ଏକ ସଂସ୍ଥା ସହ ଯୋଗାଯୋଗ କରି ୩୦ଟି ଚାରା ମଗାଇ ଲଗାଇଥିଲି। ୩ ଫୁଟ ଓସାର ୩ ଫୁଟ ଗଭୀର ଗାତ ଖୋଳି ଖତ ଦେଇ ଚାରାରୋପଣ କରିଥିଲି। ସେଥିରୁ ୩ଟି ମରିଯାଇଥିଲା। ଏହା ପ୍ରାୟ ୬ରୁ ୮ ମାସ ପର୍ଯ୍ୟନ୍ତ ବଢି ଧୀରେ ଧୀରେ ଫୁଲ ଫଳ ଧରିବାକୁ ଆରମ୍ଭ କରିଥିଲା। ଦେଢ଼ ବର୍ଷ ପରେ ଏହି ସଫଳତା ମିଳିଥିଲା। ପ୍ରଥମ ପର୍ଯ୍ୟାୟ ଫଳ ଫଳିଛି। ଆଗାମୀ ଦିନରେ ବି ଭଲ ଫଳ ହେବ। ଗୋଟିଏ ଗଛରୁ ପ୍ରଥମେ ୧୦ରୁ ୨୦କେଜି ପରେ ଅଧିକା ଫଳିବ ବୋଲି ସେ କହିଛନ୍ତି। ୮ମ ଶ୍ରେଣୀ ଯାଏ ପଢିଥିବା ଅରୁଣ ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ଏଥିସହ ସେ ଅନଲାଇନରେ ଉନ୍ନତ ମାନର ପିଜୁଳି, ବରକୋଳି ଚାରା ମଗାଇ ଲଗାଇବା ସହ ମାଛଚାଷ କରୁଛନ୍ତି। ସେ ଏହି ଚାଷ କାର୍ଯ୍ୟ କେବଳ ପାରମ୍ପରିକ ପଦ୍ଧତି(ଜୈବିକ ଖତ) କରୁଛନ୍ତି। ଗ୍ରାମର ଯୁଧିଷ୍ଠିର ନାୟକ କହିଛନ୍ତି, ଅରୁଣ ଜଣେ ଉଦ୍ୟମୀ ସଫଳ ଚାଷୀ। ବିଭିନ୍ନ ସମୟରେ ସେ ବିଭିନ୍ନ ଚାଷ କାର୍ଯ୍ୟ କରି ସଫଳତା ସାଉଁଟିଛନ୍ତ। ଅକ୍ଳାନ୍ତ ପରିଶ୍ରମରୁ ସେଓ ଚାଷ କରି ନିଜେ ସଫଳ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଯୁବ ଚାଷୀଙ୍କ ପାଇଁ ନୂତନ ଆଶା ସଞ୍ଚାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?