ଆଖି ବୁଜିଲେ ବଳାତ୍କାର ଶିକାର ନାବାଳିକା
ବାରିପଦା ଅଫିସ, ୩ା୫: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ବଳାତ୍କାର ପୀଡିତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ରଙ୍ଗାମାଟିଆ ଅଞ୍ଚଳର ବାହାଦୂର ଚପିଆର(୨୦)…
ଡାଇଗ୍ନୋଷ୍ଟିକ ସେଣ୍ଟରକୁ ୧ ଲକ୍ଷ ଜରିମାନା
କେନ୍ଦୁଝର, ୩।୫: କେନ୍ଦୁଝରଗଡ଼ ପୌରାଞ୍ଚଳରେ କୋଭିଡ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ସାଇଦେବ ଡାଇଗ୍ନୋଷ୍ଟିକ ସେଣ୍ଟର ମାଲିକଙ୍କଠାରୁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। କରୋନା ସଂକ୍ରମଣ ପାଇଁ କଟକଣା ଲାଗୁ…
ପିପିଲି ଉପନିର୍ବାଚନ ସ୍ଥଗିତ
ଭୁବନେଶ୍ୱର,୩।୫: ପିପିଲି ଉପନିର୍ବାଚନକୁ ସୋମବାର ସ୍ଥଗିତ ରଖାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ରାଜ୍ୟରେ କୋଭିଡ୍ ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ପିପିଲି ଉପନିର୍ବାଚନକୁ ସ୍ଥଗିତ କରିଛନ୍ତି। ମେ ୧୬ରେ ପିପିଲି ଉପନିର୍ବାଚନ ହେବାର ଥିଲା। ୧୯…
ସିଏମ୍ସି ପାଇଁ ୧୦ କୋଟି ମଞ୍ଜୁର
ଭୁବନେଶ୍ୱର,୩।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଟକ ମହାନଗର ନିଗମ(ସିଏମ୍ସି) ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି ଟଙ୍କା ପ୍ରଦାନ କରାଯିବ। କୋଭିଡ ପରିଚାଳନା ପାଇଁ ଏହି ଟଙ୍କା ଦିଆଯାଇଛି। କଟକରେ କରୋନା…
ଏସବୁ ଜିଲାରେ କାଳବୈଶାଖୀ : ୩ ଘଣ୍ଟା ପାଇଁ ଆଲର୍ଟ ଜାରି
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପରିକି ଓଡ଼ିଶାର ୧୦ ଜିଲାକୁ ଆଲର୍ଟ ଜାରି କରାଯାଇଛି । ସେହି…
ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୩।୫(ବ୍ୟୁରୋ): ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର ସୁପାରିଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ପାଠକଙ୍କୁ ଗତବର୍ଷ ଭିଜିଲାନ୍ସ ବିଭାଗ ଗିରଫ…
‘ଫନି’କୁ ପୂରିଲା ୨ ବର୍ଷ: ଏବେବି ବାତ୍ୟା ନାଁ ଶୁଣିଲେ ଥରି ଉଠୁଛି ଛାତି
ଭୁବନେଶ୍ୱର,୩।୫(ବ୍ୟୁରୋ): ଆଜିର ଠିକ୍ ଏହି ଦିନରେ ଅର୍ଥାତ୍ ମେ’ ୩ରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ‘ଫନି’। ୨୦୧୯ ମେ’ ୩ରେ ଓଡ଼ିଶାରେ ଫନି ତା’ର କରାଳ ରୂପ ଦେଖାଇଥିଲା। ଏଥିରେ ଛାରଖାର ହୋଇଯାଇଥିଲା ଅନେକ ଗାଁ। ବିଶେଷକରି ପୁରୀ ଜିଲା ଅଧିକ…
ସିବିଏସ୍ଇ ଢାଞ୍ଚାରେ ମାଟ୍ରିକ ମୂଲ୍ୟାଙ୍କନ: ଦଶମ ଟେଷ୍ଟ ଏବଂ ନବମ ବାର୍ଷିକ ପରୀକ୍ଷା ନମ୍ବର ଦାଖଲ ପାଇଁ ନିର୍ଦ୍ଦେଶ
କଟକ ଅଫିସ,୩।୫: କରୋନା ମହାମାରୀ ଯୋଗୁ ସରକାର ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି। ତେବେ ପରୀକ୍ଷା ଫଳ ପ୍ରକାଶ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜିଲା ଶିକ୍ଷାଧିକାରୀ ଛାତ୍ରୀଛାତ୍ରଙ୍କ…
ଦିଦିଙ୍କୁ ଫୋନ୍ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩।୫(ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ମମତା ବାନାର୍ଜୀଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ସକାଳେ ଦିଦିଙ୍କୁ ଫୋନ୍ କରିଥିଲେ ନବୀନ। ମୋଟ୍ ୨୯୪ଟି ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରୁ…
ପିପିଲି ଉପନିର୍ବାଚନ: ଆଜିଠୁ ବାଲଟ୍ ମତଦାନ ଆରମ୍ଭ
ଭୁବନେଶ୍ୱର,୩।୫(ବ୍ୟୁରୋ): ଆସନ୍ତା ୧୬ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ସେନେଇ ଜୋର୍ଦାର ପ୍ରସ୍ତୁତି ଚାଲିଛି। ସୋମବାରଠାରୁ ବାଲଟ୍ ମତଦାନ ଆରମ୍ଭ ହୋଇଛି। ଘରଘର ବୁଲି ବାଲଟ୍ ସଂଗ୍ରହ କରିବେ ପୋଲିଂ ପାର୍ଟି। ୮୦ ବର୍ଷରୁ ଅଧିକ ଏବଂ ଦିବ୍ୟାଙ୍ଗମାନଙ୍କଠାରୁ ଏହି…
କୋଭିଡ୍ ପରିଚାଳନାରେ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କଲେ ସରକାର
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି। ତେବେ ଏହାର ମୁକାବିଲା ଓ ପରିଚାଳନାରେ ରାଜ୍ୟ ସରକାର ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ନିୟୋଜିତ କରିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…
ଶେଷରେ ଶେଷ ଅସ୍ତ୍ର
ଅନୁଗୋଳ ଅଫିସ, ୩ା୫: କରୋନା ସଂକ୍ରମଣ ରୋକିବାକୁ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ମାସ୍କ, ସାମାଜିକ ଦୂରତ୍ୱ ନିୟମ ପାଳନ କରୁ ନ ଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି। ଆବଶ୍ୟକସ୍ଥଳେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଉଛି। ବ୍ୟବସାୟୀମାନେ ଏହାର…
Archives


