ସିଲ୍‌ ହେଲା ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ): ଭୁବନେଶ୍ୱର କୋର୍ଟ ପରିସରକୁ ବିଏମ୍‌ସି ପକ୍ଷରୁ ୩ଦିନ ପାଇଁ ସିଲ୍‌ କରାଯାଇଛି। କୋର୍ଟର ୧୫ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସିଲ୍‌ କରାଯାଇଥିବା ସୂଚନା ଦିଆଯାଇଛି।

ସେହିପରି କରୋନା ସଂକ୍ରମଣ ପାଇଁ ଜିଲା କୋର୍ଟ, ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ, କୋର୍ଟ ପରିସରରେ ଥିବା ବାର୍‌ ଆସୋସିଏସନ୍‌ କାର୍ଯ୍ୟାଳୟ ମଧ୍ୟ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏହାବ୍ୟତୀତ ସମ୍ପୃକ୍ତ ଜୁଡିସିଆଲ କମ୍ପ୍ଲେକ୍ସକୁ ସାନିଟାଇଜ୍‌ କରାଯିବା ସହ ବିଏମ୍‌ସିର ଅଧିକାରୀଙ୍କ ବ୍ୟତୀତ ଅନ୍ୟ କାହାର ପ୍ରବେଶ ଏବଂ ପ୍ରସ୍ଥାନକୁ ବାରଣ କରାଯାଇଛି। ସଂକ୍ରମିତ କର୍ମଚାରୀ ଓ ଆଇନ୍‌ଜୀବିମାନଙ୍କୁ ଆଇସୋଲେସନ୍‌ରେ ରହିବା, ଚିକିତ୍ସା ସମ୍ପର୍କୀତ କୌଣସି ଆବଶ୍ୟକତା ହେଲେ ବିଏମ୍‌ସି ସହିତ ଯୋଗାଯୋଗ କରିବାକୁ କୁହାଯାଇଛି। ଆସନ୍ତା ୨୭ରେ କୋର୍ଟ ପରିସର ଖୋଲାଯାଇ ସମସ୍ତ କର୍ମଚାରୀଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୮୦୦ ତଳେ କରୋନା

ଭୁବନେଶ୍ୱର,୧ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ କମିଛି। ସୋମବାର ରାଜ୍ୟରେ ୮୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି। ତେବେ ଆଜି ରାଜ୍ୟରୁ ୭୯୭ ପଜିଟିଭ୍‌...

ଓଜେଇଇ ଫଳ ପ୍ରକାଶିତ: ସ୍ମିତାରାଣୀ ଏମ୍‌ସିଏ ଟପ୍ପର

ମହାକାଳପଡ଼ା, ୨୦।୬ (ଡି.ଏନ୍‌.ଏ.): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ବୁଧବାର ପ୍ରକାଶ ପାଇଛି। ଓଜେଇଇ ଏମ୍‌ସିଏରେ ମହାକାଳପଡ଼ା ବ୍ଲକ ମହାକାଳପଡ଼ା ଗ୍ରାମର ହରପ୍ରିୟା...

ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ବଡସାହି,୨ା୧୦(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧୋବାଧୋବଣୀ ଗ୍ରାମରେ ସାପ କାମୁଡାରେ ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର...

୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲା ମିଶନ ଶକ୍ତି

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଜୋରଦାର ହେବାରେ ଲାଗିଛି। ଅଗଷ୍ଟ ୧୩ରୁ ୧୫...

କୋଟିଆ ସୀମା ବିବାଦ: ପୁଣି ସୁପ୍ରିମକୋର୍ଟ ଗଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୧ : କୋରାପୁଟ ଜିଲାର କୋଟିଆ ଅଞ୍ଚଳ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ବୁଧବାର ପୁଣିଥରେ ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା

ପଟ୍ଟାମୁଣ୍ଡାଇ,୩୧।୭(ଡି.ଏନ୍‌.ଏ.): ସୋମବାର ଅର୍ଥାତ ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ଧରି ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ...

କରୋନା ନେଲା ମାସକର ଶିଶୁ ଜୀବନ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖା କମ୍‌ ରହିଛି। ତେବେ ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ୧୮ପ୍ରତିଶତ ୧୮ବର୍ଷରୁ...

ଏକାମ୍ର ଜମି ଜିଏ ବିଭାଗକୁ ଯିବା ପ୍ରସଙ୍ଗରେ ବିରୋଧୀ କ୍ଷୁବ୍ଧ

ଭୁବନେଶ୍ୱର, ୪।୧୧(ବ୍ୟୁରୋ) : ରାଜଧାନୀର ଶୋଭା ବର୍ଦ୍ଧନ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୧୯୮୦ ଦଶକରେ କଂଗ୍ରେସ ସରକାର ୨୬ ଏକର ପରିମିତ ଏକାମ୍ର...

Advertisement
Archives

Model This Week