ସ୍ବାମୀ, ସ୍ତ୍ରୀଙ୍କୁ କାଟି ଫିଙ୍ଗି ଦେଲେ

କାଲିମେଳା,୨୪ା୯(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ଭି-୬୯ ଗ୍ରାମ ପଛପଟେ ଥିବା ଏକ ଚାଷଜମିରୁ ଶୁକ୍ରବାର ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଉଭୟେ ନିଜ ଜମି ନିକଟରେ କରିଥିବା କୁଡ଼ିଆରେ ରହୁଥିଲେ। ତାଙ୍କୁ ହତ୍ୟାକରି ଚାଷଜମିକୁ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ମୃତ ଦମ୍ପତି ହେଲେ କାଲିମେଳା ଥାନା ବୁଡିଗୁଡ଼ା ଗ୍ରାମର ଭୀମା ମାଢ଼ି (୩୮)ଏବଂ ତାଙ୍କ ସ୍ତ୍ରୀ ଭୀମେ ମାଢ଼ି (୩୦)।
ଖବରରୁ ଜଣାପଡ଼ିଛି, ଭୀମା ଓ ତାଙ୍କ ସ୍ତ୍ରୀ ଦୀର୍ଘ ଦିନହେଲା ନିଜ ଜମି ନିକଟରେ କୁଡ଼ିଆ ଘର କରି ରହି ଆସୁଥିଲେ। ବେଳେ ବେଳେ ଗ୍ରାମ ଭିତରେ ଥିବା ନିଜ ଘରକୁ ମଧ୍ୟ ଆସୁଥିଲେ। ତାଙ୍କର ଏକମାତ୍ର ପୁଅ ଆନ୍ଧ୍ରରେ ରହି କାମ କରୁଥିବା ବେଳେ ଝିଅକୁ ଭୀମା ସେହି ଗ୍ରାମରେ ବିବାହ ଦେଇଛନ୍ତି। ଗତ ୩ ଦିନ ତଳେ ସେ ଘରକୁ ଆସି ନିଜ କୁଡ଼ିଆ ଘରକୁ ଚାଲିଯାଇଥିବା ପରିବାର ଲୋକେ କହିଛନ୍ତି। ତେବେ ଶୁକ୍ରବାର ପୂର୍ବାହ୍ନ ୧୦ରୁ ୧୧ଟା ସମୟରେ ସେହି ଧାନଜମି ନିକଟକୁ ଚାଷ କରିବାକୁ ଯାଇଥିବା ବେଳେ କିଛି ଲୋକ ସେଠାରେ ଦୁର୍ଗନ୍ଧ ବାହାରୁଥିବା ଜାଣି ଖୋଜାଖୋଜି କରିଥିଲେ। ପରେ ଜମିରେ ଭୀମା ଓ ତାଙ୍କ ସ୍ତ୍ରୀଙ୍କ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ହତ୍ୟାକାଣ୍ଡ ହୋଇଥିବା ସ୍ଥାନରେ ରକ୍ତଭିଜା କପଡ଼ା ଏବଂ ଅନେକ ସ୍ଥାନରେ ରକ୍ତଛିଟା ଓ ମାଟିରେ ରକ୍ତ ପଡ଼ି ଭିଜିଯାଇଥିବା ଦେଖିବାକୁ ମିଳିଛି। ଦମ୍ପତି ରହୁଥିବା କୁଡ଼ିଆ ଘରର ଆସବାବପତ୍ରଗୁଡ଼ିକ ମଧ୍ୟ ଏଣେତେଣେ ପଡ଼ିଛି। ଖବର ପାଇ କାଲିମେଳା ଥାନା ଅଧିକାରୀ ଜଗଦୀଶ ବାରାଙ୍କ ସହ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପରିବାର, ସମ୍ପର୍କୀୟ ଓ ଗ୍ରାମ ଲୋକଙ୍କୁ ପୋଲିସ ପଚରାଉଚରା କରୁଛି। ଏହି ହତ୍ୟାକାଣ୍ଡ ୨/୩ ଦିନ ତଳେ ହୋଇଥିବା ଅନୁମାନ କରାଯାଉଛି। କୋରାପୁଟରୁ ଏକ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ଥାନା ଅଧିକାରୀ ବାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri