ଆଜି ରାଜ୍ୟରୁ ୮୯୧୪ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬,୫୯୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୭୧,୫୩୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…
ହାଇକୋର୍ଟଙ୍କୁ ଚିଠି ଲେଖିଲେ ଅଞ୍ଜନା
ଭୁବନେଶ୍ୱର,୩।୫(ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାରେ ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି ନିଜେ ପୀଡିତା। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ବଳାତ୍କାର ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଗଣବଳାତ୍କାରରେ…
୫ଦିନ ବର୍ଷା ସହ ଝଡ଼ତୋଫାନ ସମ୍ଭାବନା
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଦିନବେଳା ତାତି ସହ ଗରମ ପବନ ଜନଜୀବନକୁ ପ୍ରଭାବିତ କରୁଛି। ତେବେ ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବର୍ଷା ଓ ଝଡ଼ତୋଫାନ ହୋଇଥିବାରୁ ପାରଦ ସାମାନ୍ୟ ଖସିଛି। ରବିବାର ୪ଟି ସହରରେ…
ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ: ଏଣିକି ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଥିବାବେଳେ ସୋମବାରଠାରୁ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ। ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଏହି ପର୍ଯ୍ୟାୟରେ ଟିକା ପ୍ରଦାନ କରାଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ଗତ ୧ ତାରିଖରୁ ଆରମ୍ଭ ହେବାର ଥିଲା।…
ନାବାଳିକାଙ୍କୁ ଗଣବଳାତ୍କାର
ଫୁଲବାଣୀ ଅଫିସ,୨ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ଭିତ୍ତି କରି ପୋଲିସ ଘଟଣାରେ ସମ୍ପୃକ୍ତ ୩ ଯୁବକଙ୍କୁ ଗିରଫ କରିଛି। ଅନ୍ୟଜଣେ ଫେରାର ଅଛନ୍ତି। ଏ ନେଇ ପୋଲିସ ଏକ…
ବଜ୍ରପାତରେ ଜଳିଗଲା ୨୯ ବଖରା
ପାଟଣା/ହାଟଡିହୀ/ରୂପସା/ଭଦ୍ରକ ଅଫିସ,୨।୫: କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନର ବଜ୍ରପାତ ଘଟି ଗଛ ସହ ୨୯ ବଖରା ଜଳିଯାଇଛି। କେନ୍ଦୁଝର ପାଟଣା ବ୍ଲକରେ ରବିବାର କାଳବୈଶାଖୀ ପ୍ରଭାବରେ ବୁଢ଼ୀକାପୁଡି ମହାନ୍ତ ସାହିରେ ବଜ୍ରପାତ ହୋଇଥିଲା। ଉକ୍ତ ଗ୍ରାମର ଲକ୍ଷ୍ମୀଧର…
କ୍ୱାରେଣ୍ଟିନ୍ ସେଣ୍ଟରରୁ ୩୪ ପ୍ରବାସୀ ଫେରାର
ସାରସକଣା,୨।୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ କ୍ୱାରେଣ୍ଟିନ୍ ସେଣ୍ଟରରୁ ୩୪ ପ୍ରବାସୀ ଫେରାର ହୋଇଯାଇଛନ୍ତି। ଏନେଇ ସାରସକଣା ବିଡ଼ିଓ ସଂଗ୍ରାମ କେଶରୀ ଭୋଳ ୨ ଜଣ ପ୍ରବାସୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ…
ତୁମ ନେତୃତ୍ୱରେ ରାଜ୍ୟରେ ବିକାଶ ନୂଆ ଉଚ୍ଚତା ଛୁଇଁବ- ନବୀନ
ଭୁବନେଶ୍ୱର,୨।୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ଏନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ” କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ମମତାଙ୍କୁ ହୃଦୟରୁ ଶୁଭେଚ୍ଛା।…
କ’ଣ ସବୁ ଖୋଲା ରହିବ ଲକ୍ଡାଉନରେ
ଭୁବନେଶ୍ବର,୨।୫: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ମେ’୫ରୁ ୧୯ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ ଘୋଷଣା କରିଛନ୍ତି। ଲକଡାଉନ ଅବଧି ମଧ୍ୟରେ ଏହି ସେବାଗୁଡିକୁ କଟକଣା ମୁକ୍ତ ରଖାଯାଇଛି। – ଜାରି ରହିବ ଟିକାକରଣ – କୋଭିଡ ପରୀକ୍ଷା…
ଗଛ ତଳେ କ୍ୱାରେଣ୍ଟିନ୍ ଥିଲେ କରୋନା ଆକ୍ରାନ୍ତ
କୋକସରା, ୨।୫: କଳାହାଣ୍ଡି ଜିଲା କୋକସରା ବ୍ଲକ ଛିଲିପାମାଲ ଗ୍ରାମର ଜଣେ ଯୁବକ କରୋନା ଆକ୍ରାନ୍ତ ହେବା ପରେ ସଂଘରୋଧରେ ରହିବା ପାଇଁ ଘରେ କୌଣସି ସୁବିଧା ନ ଥିବାରୁ ଗାଁମୁଣ୍ଡ ଏକ ବରଗଛ ତଳେ ଆଶ୍ରୟ ନେଇଥିଲେ। ଘଟଣା ୩…
ଖବରଦାତାଙ୍କୁ କୋଭିଡ୍ ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜୀବନକୁ ବାଜି ଲଗାଇ ଖବର ପହଞ୍ଚାଉଥିବାରୁ କଲେ ପ୍ରଶଂସା
ଭୁବନେଶ୍ୱର,୨।୫(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଜୀବନ ହାରିଲେଣି ଅନେକ ସାମ୍ବାଦିକ। ତଥାପି ଜୀବନକୁ ବାଜି ଲଗାଇ ସେମାନେ ଖବର ପରିବେଷଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖବରଦାତାଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରାଯାଉ ବୋଲି ଦାବି କରାଯାଉଥିଲା। ଶେଷରେ ତାହା…
ଚିନ୍ତା ବଢ଼ାଉଛି ସୀମାନ୍ତବର୍ତ୍ତୀ ୩ ଜିଲା: ସ୍ଥିତି ସମୀକ୍ଷା ପାଇଁ ଗସ୍ତରେ ପୋଲିସ ଡିଜି
ଭୁବନେଶ୍ୱର,୨।୫(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଏ ନେଇ ପୋଲିସ ଡିଜି ଅଭୟ ସୀମାନ୍ତବର୍ତ୍ତୀ ୩ଟି ଜିଲା ଗସ୍ତରେ ଯାଇ କୋଭିଡ୍ ଏନଫୋର୍ସମେଣ୍ଟ ସ୍ଥିତିର ସମୀକ୍ଷା…
Archives


