ବିଷାକ୍ତ ହେଉଛି ଦୟା

ପୁରୁଣା ଭୁବନେଶ୍ୱର,୨୫।୯(ଡି.ଏନ୍‌.ଏ.):ରାଜଧାନୀ ଭୁବନେଶ୍ୱରରେ ପ୍ରବାହିତ ଦୟା ୱେଷ୍ଟ କେନାଲ ଭଳି ଦୟା ନଦୀର ପାଣି ମଧ୍ୟ ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି। ଧଉଳି ପାଦଦେଶରେ ବୋହି ଯାଇଥିବା ଏହି ଐତିହ୍ୟ ତଥା ପବିତ୍ର ନଦୀ ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ପୂର୍ବରୁ ଗାଧୋଇବା, ପିଇବା ଓ କୃଷି କାର୍ଯ୍ୟ ପାଇଁ ଦୟା ଲୋକେ ଦୟା ଉପରେ ନିର୍ଭର କରୁୁଥିଲେ। ହେଲେ ସହରର ଡ୍ରେନ୍‌ ପାଣି ନଦୀକୁ ଛଡ଼ାଯିବା, ମୃତ ପ୍ରାଣୀକୁ ଭସାଇଦେବା ସହ ବିଭିନ୍ନ ଶିଳ୍ପ, କାରଖାନାରୁ ନିର୍ଗତ କେମିକାଲ ଓ ବର୍ଜ୍ୟ ନଦୀପାଣିରେ ମିଶୁଥିବାରୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଲୋକଙ୍କ ପାଇଁ କାଳ ପାଲଟିଛି। ସଚେତନତା ଅଭାବରୁ ପାର୍ବଣ ସମୟରେ ବିଭିନ୍ନ ରାସାୟନିକ ପ୍ରଲେପ ମୂର୍ତ୍ତି ନଦୀରେ ପକାଇବା ଓ ଘରର ପୂଜା ବର୍ଜ୍ୟ ନଦୀକୁ ଫିଙ୍ଗାଯିବା ଦୟାପାଣି ଦୂଷିତ ହେବାର ଅନ୍ୟତମ କାରଣ ହୋଇଛି।
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟର ୧୧ ପ୍ରଦୂଷିତ ନଦୀ ମଧ୍ୟରେ ଦୟା ରହିଛି। ନଦୀଜଳ ଦୂଷିତ ହେଉଥିବାରୁ ବିଏମ୍‌ସି ପକ୍ଷରୁ ପୂର୍ବରୁ ହିଁ ରାସାୟନିକ ପ୍ରଲେପ ମୂର୍ତ୍ତିକୁ ନଦୀରେ ନ ପକାଇବାକୁ କଟକଣା ଜାରି କରାଯାଇଛି। ଏହାବଦଳରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ନଦୀପଠାରେ ଅସ୍ଥାୟୀ ବିସର୍ଜନ ପୋଖରୀ ତିଆରି କରିଛି। ସେହିପରି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଦୟାନଦୀର ବ୍ରିଜତଳେ ଅସ୍ଥାୟୀ ବିସର୍ଜନ ପୋଖରୀ ନିର୍ମାଣ କରାଯାଇଛି। ଏହାସତ୍ତ୍ୱେ କେତେଜଣ ସିଧାସଳଖ ନଦୀରେ ମୂର୍ତ୍ତି ବିସର୍ଜନ କରୁଛନ୍ତି। ନିକଟରେ ଗଣେଶ, ବିଶ୍ୱକର୍ମା, ଖୁଦୁରକୁଣୀ ପୂଜା ହୋଇଥିବାବେଳେ ବିସର୍ଜନ ଦିନ ଲୋକେ ମୂର୍ତ୍ତିକୁ ଦୟା ନଦୀରେ ବିସର୍ଜନ କରିଥିବା ଦେଖିବାକୁ ମିଳୁଛି। ଏଥିସହ ୫ଦିନ ତଳେ ଲଗାଣବର୍ଷା ଯୋଗୁ ଦୟାରେ ବନ୍ୟା ଆସିଥିଲା। ଏହି ବନ୍ୟା ଜଳସ୍ତର ଅପେକ୍ଷାକୃତ କମିଥିବାବେଳେ ସମ୍ପୂର୍ଣ୍ଣ ଗୋଳିଆ ରହିଛି। ଗୋଟିଏ ପଟେ ଗୋଳିଆ ପାଣି ଅନ୍ୟପଟେ ରାସାୟନିକ ପ୍ରଲେପ ଦିଆଯାଇଥିବା ମୂର୍ତ୍ତି ଏଠାରେ ବିସର୍ଜନ କରାଯିବା ଦ୍ୱାରା ଦୟାନଦୀ ପାଣି ବିଷମୟ ହେଉଛି। ତୁରନ୍ତ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଏ ନେଇ ଧଉଳି ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି, ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ପୂର୍ବରୁ ହିଁ ନଦୀ ନିକଟରେ ଅସ୍ଥାୟୀ ପୋଖରୀ ହୋଇଥିଲା। ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଲୋକଙ୍କୁ କଟକଣା ମାନିବାକୁ ନିବେଦନ କରାଯାଇଥିଲା। ପ୍ରଥମେ କେତେଜଣ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିଥିଲେ। କିନ୍ତୁ ପରେ ଲୋକମାନେ ନଦୀରେ ମୂର୍ତ୍ତିକୁ ପକାଇଥିଲେ। ନଦୀଜଳକୁ ପରିଷ୍କାର ରଖିବା ପାଇଁ ଲୋକେ ନିଜେ ସଚେତନ ହେବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

୨୦ ଦିନରେ ୨ ପିଢିକୁ ହରାଇଲା ଆମ ପରିବାର…ରାଷ୍ଟ୍ରପତିଙ୍କୁ ଭାବପ୍ରବଣ ଇମେଲ ପଠାଇଲେ କେତନଙ୍କ ପିତା

ପୁନେ,୧୦।୭: ମହାରାଷ୍ଟ୍ରର ପୁଣେରୁ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ ଆବେଦନ ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚିଛି। କେତନଙ୍କ ପିତା ବିଶାଲ ଅଗ୍ରୱାଲ…

ଟଙ୍କିକିଆ ମୁଦ୍ରା ତିଆରି କରିବାରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ସରକାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୭: ଟଙ୍କିକିଆ ମୁଦ୍ରା ଦୈନନ୍ଦିନ କାରବାରରେ ସବୁଠୁ ଅଧିକ ବ୍ୟବହାର ହୁଏ। ଏହାକୁ ତିଆରି କରିବାର ଖର୍ଚ୍ଚ ଏହାର ମୂଲ୍ୟଠାରୁ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା…

ପାଣ୍ଡିଆନଙ୍କ ଭେନେଜୁଏଲା ଗସ୍ତକୁ ନେଇ ବଢିଲାଣି ଚର୍ଚ୍ଚା, ଭୂମିକମ୍ପ ପରେ କାହିଁକି ଭେନେଜୁଏଲା ଯାତ୍ରା କରିଥିଲେ ଭାରତର ‘ସାଇକ୍ଲୋନ ମ୍ୟାନ’? ଜାଣନ୍ତୁ…

ନୂଆଦିଲ୍ଲୀ/କାରାକସ,୧୦।୭: ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭିକେ ପାଣ୍ଡିଆନ ସମ୍ପ୍ରତି ଭୂମିକମ୍ପ ପ୍ରଭାବିତ ଭେନେଜୁଏଲା ଗସ୍ତ କରିଥିଲେ।…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri