ଓଡ଼ିଶାରୁ ଦୁଇ ଜଣଙ୍କୁ ଜାତୀୟ ସେବା ଯୋଜନା ପୁରସ୍କାର

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯-୨୦ ପାଇଁ ଶୁକ୍ରବାର ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ପୁରସ୍କାର ପ୍ରଦାନ କରିଛନ୍ତି। ଏହା ରାଷ୍ଟ୍ରପତି ଭବନରେ ଭର୍ଚୁଆଲରେ ଆୟୋଜିତ ହୋଇଥିଲା। ଏହି ସମାରୋହରେ ବିଶ୍ୱବିଦ୍ୟାଳୟ, ଯୁକ୍ତ୨ ପରିଷଦ, ଏନ୍‌ଏସ୍‌ଏସ୍‌ ୟୁନିଟ୍‌, ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଓ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ସମେତ ବିଭିନ୍ନ ବର୍ଗର ୪୨ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ରହିଛନ୍ତି। ସ୍ବେଚ୍ଛାସେବୀ ବର୍ଗରେ ଓଡ଼ିଶାର ବିକ୍ରମ ବିଷୋଇ ଓ ଜନ୍ମେଜୟ ଗିରି ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ବିକ୍ରମ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଡିଆ ଷ୍ଟଡିଜ୍‌ର ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ। ସେ ଚିଲକା ହ୍ରଦ ନିକଟରେ ସ୍ବାସ୍ଥ୍ୟ, ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ସାଇକେଲ ରାଲି ଓ ଷ୍ଟ୍ରିଟ୍‌ ପ୍ଲେ ମାଧ୍ୟମରେ ସଚେତନତା, ସମାନତା ଓ ଲିଙ୍ଗଭେଦ ସମ୍ବେଦନଶୀଳତାର ମୂଲ୍ୟବୋଧ ପାଇଁ ବାଲୁଗାଁରେ ଆଇନଗତ ସଚେତନତା, ମତ୍ସ୍ୟଜୀବୀ ପରିବାର ମଧ୍ୟରେ ଶିକ୍ଷାର ପ୍ରୋତ୍ସାହନ ତଥା ସ୍କୁଲ ଡ୍ରପ୍‌ଆଉଟ୍‌ ପିଲାଙ୍କ ଆଡ୍‌ମିଶନ ପାଇଁ କାର୍ଯ୍ୟ କରିଛନ୍ତି। ସେହିଭଳି ଜନ୍ମେଜୟ ମୟୂରଭଞ୍ଜ ଜିଲା ସୀମାନ୍ତ ମହାବିଦ୍ୟାଳୟର ଜଣେ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ। ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ସହାୟତାରେ ଗାଁର ମୌଳିକ ସୁବିଧା ଯଥା ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ସହ ବୃକ୍ଷରୋପଣରେ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଠକେଇ ଏକ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୨୧।୫ (ବ୍ୟୁରୋ): କରୋନା କାଳରେ ସାଇବର ଠକେଇ ଦ୍ରୁତ ଗତିରେ ବୃଦ୍ଧି ପାଇଛି। କରୋନାକୁ ନେଇ ଲୋକଙ୍କ ଭାବପ୍ରବଣ ଓ ଭୟର ଫାଇଦା ସାଇବର ଠକ...

‘ଜୀବନ ରକ୍ଷା ପାଇଁ ସମ୍ବଳର ଅଭାବ ନାହିଁ’

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ମହାମାରୀ, ପ୍ରତ୍ୟେକଙ୍କ ଜୀବନ ରକ୍ଷା କରିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ହେଲେ ପ୍ରତି ଘରେ କିମ୍ବା ରାସ୍ତାରେ ରହି...

ଜାମିନ ସର୍ତ୍ତରେ କୋହଳ ଲାଗି ହାଇକୋର୍ଟରେ ସାରଥିଙ୍କ ଆବେଦନ

କଟକ ଅଫିସ, ୩୧ା୮: ପ୍ରାୟ ୪ ବର୍ଷ ଜେଲ୍‌ରେ ରହିବା ପରେ ସାରଥି ବାବା ଓରଫ ସନ୍ତୋଷ ରାଉଳ ଗତ ଜୁଲାଇ ୨୫ରେ ଜାମିନରେ ମୁକୁଳିଥିଲେ।...

ମହନ୍ତଙ୍କୁ ଧମକ ଚମକ: ମଙ୍ଗୁ ମଠକୁ ଜଗିଲା ପୋଲିସ

ପୁରୀ ଅଫିସ, ୧୪ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ନିର୍ମାଣ ଭଙ୍ଗା ଯାଉଛି।...

ମକର ସଂକ୍ରାନ୍ତି: ମା’ ତାରା ତାରିଣୀ ପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର,୧୫।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ବୁଧବାର ମକର ସଂକ୍ରାନ୍ତି ଅବସରେ ମା’ଙ୍କ ଦର୍ଶନ ଲାଗି ୫୦ ହଜାରରୁ...

ସହର ସୀମାରେ ସଜାଗ ପୋଲିସ

ଢେଙ୍କାନାଳ ଅଫିସ, ୨୩।୩: ମହାମାରୀ କରୋନାକୁ ପ୍ରତିହତ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଜିଲାକୁ ସୋମବାର ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାପରେ ଜିଲା ପ୍ରଶାସନ...

‘ବ୍ରାହ୍ମଣୀ ରାଷ୍ଟ୍ରୀୟ ଜଳମାର୍ଗ ପ୍ରକଳ୍ପ ଆରମ୍ଭ କର’

ଢେଙ୍କାନାଳ ଅଫିସ,୭ା୭ ଢେଙ୍କାନାଳ, ଅନୁଗୋଳ ଓ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ହେବ ରାଷ୍ଟ୍ରୀୟ ଜଳମାର୍ଗ। ଏହି ଜଳପଥ ଦେଇ ଦେଶ ବିଦେଶକୁ...

ବନ୍ଧୁକରେ ରୋମାନ୍ସ, ଫୁଟିଲା ଗୁଳି

ଭୁବନେଶ୍ୱର, ୧୧ା୨(ବ୍ୟୁରେ): ପ୍ରେମିକାଙ୍କ ଶରୀରରେ ବନ୍ଧୁକ ଲଗାଇ ରୋମାନ୍ସ କରୁଥିଲେ ପ୍ରେମିକ। ଅଜାଣତରେ ଦବି ହୋଇଯାଇଥିଲା ଟ୍ରିଗର। ବନ୍ଧୁକର ଗୋଟିଏ ଗୁଳି ପ୍ରେମିକାଙ୍କ ଜଙ୍ଘରୁ ବାହାରି...

Advertisement
Archives

Model This Week