ଝିଅକୁ କଚାଡି ମାରିଦେବାକୁ ବସିଥିଲା ବାପା

ଭୁବନେଶ୍ୱର,୨୪।୯(ବ୍ୟୁରୋ): ନିଶା ସେବନ କରି ପରିବାର ଲୋକଙ୍କୁ ଗାଳି ଦେବା ସହ ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ। ବାମମ୍ବାର କ୍ଷମା ମାଗି ମଧ୍ୟ ପୁନର୍ବାର ସେହି କାମ କରୁଥିଲେ। ପୁଅ ନିର୍ଯାତନାରେ ଅତିଷ୍ଠ ହୋଇଯାଇଥିଲେ ମା’। ଅଭିଯୋଗକ୍ରମେ ମଞ୍ଚେଶ୍ୱର ଥାନା ପୋଲିସ ଅଭିଯୁକ୍ତ ପୁଅଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା ରଙ୍ଗମାଟିଆ ଗ୍ରାମର ଅସିତ୍‌ ସାମଲ(୩୯)।

ସୂଚନା ଅନୁଯାୟୀ, ଅସିତ ପ୍ରାୟ ସମୟରେ ମଦ୍ୟପାନ କରି ପରିବାର ଲୋକଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ମଦ କିଣିବା ପାଇଁ ଟଙ୍କା ମାଗି ପରିବାର ଲୋକଙ୍କ ସହ ଝଗଡା କରୁଥିଲେ। ତେବେ ଗୁରୁବାର ଅସିତ ଅତ୍ୟଧିକ ମଦ୍ୟପାନ କରି ତାଙ୍କ ସ୍ତ୍ରୀଙ୍କୁ ମାଡ ମାରିବା ସହ ନିଜ ୬ମାସର କଅଁଳ ଝିଅକୁ ତଳେ କଚାଡି ମାରିଦେବାକୁ ଉଦ୍ୟମ କରିଥିଲେ। ଏପିରିକ ଏକ କତୁରୀ ଧରି ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଗୋଡାଇଥିଲେ। ଏନେଇ ତାଙ୍କ ମା’ କଳ୍ପନା ଅଭିଯୋଗ କରିବା ପରେ ପୋଲିସ ଆଇପିସି ଦଫା ୪୯୮ଏ, ୩୪୧, ୩୨୩, ୩୦୭, ୨୯୪, ୫୦୬ରେ ଏକ ମାମଲା( ନଂ.୨୯୨/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରିମଣ୍ଡଳ ସହ ବିଜେଡିକୁ ଘାରିଛି ସଙ୍ଗଠନ ଚିନ୍ତା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଞ୍ଚମ ଥର ସରକାର ଗଢ଼ିବାକୁ ଯାଉଛି। ରାତି ପାହିଲେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ...

ମୋ ସରକାର କାର୍ଯ୍ୟକ୍ରମର ତଦାରଖ

ଫୁଲବାଣୀ ଅଫିସ, ୧୮ା୧-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୋ ସରକାର କାର୍ଯ୍ୟକ୍ରମ କିପରି ଚାଲିଛି ତା’ର ତଦାରଖ କରିଛନ୍ତି ସଚିବସ୍ତରୀୟ ଏକ ଟିମ୍‌ ା ଶୁକ୍ରବାର...

ଟ୍ରେନ୍‌ରେ ମିଳିବ ଓଡ଼ିଶା ଏସ୍‌ଏଚ୍‌ଜି ସାମଗ୍ରୀ: ଆଇଆର୍‌ସିଟିସି ସହ ଏମ୍‌ଓୟୁ କରିବ ଓର୍‌ମାସ୍‌

ଭୁବନେଶ୍ୱର,୯ା୧(ବ୍ୟୁରୋ): ଚାନ୍ଦୁଆ, ତାରକସିରୁ ଆରମ୍ଭ କରି ଟସର, ମାଣିଆବନ୍ଧ ପର୍ଯ୍ୟନ୍ତ। ଏଣିକି ସବୁକିଛି ମିଳିବ ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ରେ। ଓଡ଼ିଶା ମଧ୍ୟଦେଇ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକ...

ରାଜ୍ୟରୁ ପୁଣି ୬୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୮।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ଶନିବାର କରୋନା ଆଉ ୬୮ଜଣଙ୍କ ଜୀବନ ନେଇଛି। ଏଥିସହ...

ସମ୍ପୂର୍ଣ୍ଣ ଉଠିଲାନି, ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌; ଜାଣନ୍ତୁ ହେଲା କି ପରିବର୍ତ୍ତନ..

ଭୁବନେଶ୍ୱର,୧୬।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଲକଡାଉନ୍‌ କଟକଣାକୁ ଆଂଶିକ କୋହଳ କରାଯାଇଛି। ଦକ୍ଷିଣ ଓ...

ନିମାପଡା ସହରରେ ଟ୍ରେଣ୍ଡସ’ର ନୂଆ ଆଉଟଲେଟ ଉଦଘାଟିତ

ଭୁବନେଶ୍ୱର,୮ା୩ : ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରିଲାଏନ୍ସ ରିଟେଲର ଆପାରେଲ ଏବଂ ଆସେସରି ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସ’ର ନୂତନ ଆଉଟ୍‌ଲେଟ ନିକଟରେ ପୁରୀ ଜିଲାର...

୧୦ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର, ୯।୨(ବ୍ୟୁରୋ): ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟା ୧୫ରେ ଆରମ୍ଭ ହେବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ...

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରୋମ ଗସ୍ତ ଆରମ୍ଭ କଲେ ନବୀନ

ଭୁବନେଶ୍ୱର,୨୧ା୬(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱର ସର୍ବପୁରାତନ ସହର ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମଙ୍ଗଳବାର ନବୀନ ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ...

Advertisement
Archives

Model This Week