ଆଜିଠୁ ଏମ୍ସରେ ଏକ୍ମୋ ସେବା
ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଗୁରୁବାରଠାରୁ ଏକ୍ମୋ ସେବା ଆରମ୍ଭ ହେବ। କାର୍ଡିଓଲୋଜି, ଆନାସ୍ଥେସିଆ, ପଲ୍ମୋଲୋଜି, ଶିଶୁରୋଗ ଆଦି ବିଭାଗର ଡାକ୍ତରଙ୍କୁ ଏଥିପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶାରେ ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ଏମ୍ସ ଏହି…
ନୂଆ ଗାଇଡ୍ଲାଇନକୁ ଅପେକ୍ଷା
ଭୁବନେଶ୍ୱର, ୧୫।୭(ବ୍ୟୁରୋ): ରାଜ୍ୟରେ ଏବେ ୧୫ ଦିନିଆ ଆଂଶିକ ଲକ୍ଡାଉନ୍ ବା ଅନ୍ଲକ୍ ପର୍ଯ୍ୟାୟ ଜାରି ରହିଛି। ୧୬ ତାରିଖ ସକାଳ ୬ଟାରେ ଏହା ସରୁଥିବାରୁ ଗୁରୁବାର ସରକାର ଆଗାମୀ ନିଷ୍ପତ୍ତି ଉପରେ ଘୋଷଣା କରିପାରନ୍ତି। ସରକାର କ’ଣ ପଦକ୍ଷେପ ନେବେ,…
୨୦ ଡାକ୍ତରଙ୍କ ପଦୋନ୍ନତି
ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଥିବା ୨୦ଜଣ ଡାକ୍ତରଙ୍କ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ୮ଜଣ ଆସୋସିଏଟ୍ ପ୍ରଫେସରଙ୍କୁ ପ୍ରଫେସର ର଼୍ୟାଙ୍କ୍ ଓ ୧୨ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଆସୋସିଏଟ୍ ପ୍ରଫେସର ର଼୍ୟାଙ୍କ୍କୁ ପଦୋନ୍ନତି ମିଳିଛି। ତେବେ ୧୬ଜଣଙ୍କୁ…
ରାଜଧାନୀରେ ବଡ଼ ବେପାର: ଅଧକୋଟିର ବ୍ରାଉନସୁଗାର, ୩୫ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର,୧୫।୭(ବ୍ୟୁରୋ): କୋଲକାତାରୁ ଭାୟା ବାଲେଶ୍ୱର ଦେଇ ଭୁବନେଶ୍ୱର ଆସୁଛି ବ୍ରାଉନସୁଗାର। ଜଳେଶ୍ୱରରେ ଏକାଧିକ ଚୋରା ଚାଲାଣକାରୀ ରହିଥିବାବେଳେ ଏମାନଙ୍କ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଟି କୋଟି ଟଙ୍କାର ଧଳାଜହର ଚାଲାଣ ହେଉଛି। ଶହୀଦନଗର ଥାନାଞ୍ଚଳରେ ଏକ ଦମ୍ପତି ବ୍ରାଉନସୁଗାର କାରବାର…
ବନ୍ଦ ଡାକରାରେ ବଡ଼ବିଲ ପ୍ରଭାବିତ
ବଡ଼ବିଲ,୧୫।୭(ସ୍ବ.ପ୍ର.): ପେଟ୍ରୋଲିୟମ୍ ତୈଳଦର, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ରାଜ୍ୟବ୍ୟାପି ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦିଆଯାଇଥିବା ଏହି ବନ୍ଦ ଡାକରା ଯୋଗୁ…
ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୬୬ ଜୀବନ
ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଗୁରୁବାର ରାଜ୍ୟରେ କରୋନାଜନିତ ୬୬ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪,୮୬୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ…
ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧାରୁ
ଭୁବନେଶ୍ୱର,୧୫।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍ ତଳମୁହାଁ ହୋଇଥିବା ବେଳେ ଗତ ୨ଦିନରୁ ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ରାଜ୍ୟରେ କଟକଣା ସାମାନ୍ୟ କୋହଳ ହେବା ପରେ ଲୋକମାନେ ପୁଣି ଥରେ ମାର୍କେଟରେ ଗହଳି କରୁଥିବା ଦେଖିବାକୁ…
ଦରବୃଦ୍ଧି ପ୍ରତିବାଦରେ ବିରୋଧୀ ଦଳର ୬ଘଣ୍ଟିଆ ବନ୍ଦ ଡାକରା
ଭୁବନେଶ୍ୱର,୧୫।୭(ବ୍ୟୁରୋ): ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବାମପନ୍ଥୀ ଦଳ। ଏଥିରେ…
ଝାରସୁଗୁଡ଼ା ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେଲା ଅତ୍ୟାଧୁନିକ ବ୍ୟବସ୍ଥା
ଝାରସୁଗୁଡ଼ା ଅଫିସ,୧୪ା୭: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ(ଭିଏସ୍ଏସ୍) ବିମାନ ବନ୍ଦରରେ ପ୍ରତିକୂଳ ପାଗରେ ବିମାନ ଅବତରଣ କରିବାରେ ସମସ୍ୟା ଦେଖାଦେଉଥିଲା। ଏ ନେଇ ଅନେକ ସମୟରେ ବିମାନ ବାତିଲ କରିବାକୁ ପଡୁଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…
୧୫ରେ ଅନ୍ଲକ୍ ନେଇ ଘୋଷଣା
ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ଏବେ ଅନ୍ଲକ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୁରୁବାର ସରକାର ଆଗାମୀ ନିଷ୍ପତ୍ତି ଉପରେ ଘୋଷଣା କରିପାରନ୍ତି। ଶୁକ୍ରବାର ସକାଳ ୬ଟାରେ ଏହି ଅନ୍ଲକ୍ ପ୍ରକ୍ରିୟା ଶେଷ ହେଉଛି। ତେଣୁ ଗୁରୁବାର ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି…
ଟିକା ନେଇ ୨ ମାସର ଶିଶୁ ମୃତ
ଭଦ୍ରକ ଅଫିସ,୧୪।୭- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ବାଣିତିଆ ମୁକ୍ତିପଦା ଶାସନ ଗ୍ରାମର ଅରୁଣ ଦାସଙ୍କ ଦୁଇମାସର ପୁଅର ବୁଧବାର ସନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଟିକା ନେବା ପରେ ପୁଅର ଜୀବନ ଯାଇଥିବା…
ବିବାହ ପୂର୍ବରୁ ଜୀବନ ହାରିଲେ ଯୁବକ
ଲଙ୍ଗଳେଶ୍ୱର,୧୪।୭(ଡି.ଏନ୍.ଏ.): ଆଉ ଦିନ କେଇଟା ପରେ ହୋଇଥାନ୍ତା ବାହାଘର। ଏହା ପୂର୍ବରୁ ଜୀବନ ହାରିଦେଲେ ଯୁବକ। ବେକରେ ରଶି ଲଗାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ପ୍ରତାପପୁର ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଘଟଣା।…
Archives


