ମାନଚିତ୍ରରେ ନ ଥିବା ଗାଁ ଚିହ୍ନଟ କଲେ ତହସିଲଦାର

ମାଲକାନଗିରି, ୪।୧୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାନଚିତ୍ରରେ ନ ଥିବା ଗାଁ ଚିହ୍ନଟ କରିଛନ୍ତି ତହସିଲଦାର। ଏହି ନୂତନ ଗ୍ରାମ ହେଲା ଖଇରପୁଟ ବ୍ଲକ ରାସବେଡ଼ା ପଞ୍ଚାୟତ ଅନ୍ତର୍ଗତ ଘାସିଙ୍ଗବେଡ଼ା। ଗାଁରେ ୭୦ରୁ ଊର୍ଦ୍ଧ୍ୱ ଡିଡାଇ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ହେଲେ ଜିଲା ପ୍ରଶାସନର ନଜରରୁ ବହୁ ଦୂରରେ ଥିଲା। କିଛିଦିନ ପୂର୍ବେ ଖାଇରପୁଟ ତହସିଲଦାର ରାମକୃଷ୍ଣ ନାୟକ ଉକ୍ତ ଗ୍ରାମ ବିଷୟରେ ସୂଚନା ପାଇଥିଲେ। ଶୁକ୍ରବାର ତହସିଲ କର୍ମଚାରୀଙ୍କୁ ନେଇ ସେ ନିଜେ ୧୪ କି.ମି. ଘାଟିରାସ୍ତା ଚଢ଼ି ଘାସିଙ୍ଗବେଡ଼ାରେ ପହଞ୍ଚିଥିଲେ। ପ୍ରଥମ ଥର ପାଇଁ ସରକାରୀ ଅଧିକାରୀଙ୍କୁ ଦେଖି ପାରମ୍ପରିକ ଶୈଳୀରେ ଗ୍ରାମବାସୀ ସ୍ବାଗତ କରିଥିଲେ। ତେବେ ଉକ୍ତ ଗାଁକୁ ରାସ୍ତା ନ ଥିବାବେଳେ କୌଣସି ସରକାରୀ ସୁବିଧା ମଧ୍ୟ ପାଉ ନ ଥିବା ଗ୍ରାମବାସୀ ତହସିଲଦାରଙ୍କୁ ଜଣାଇଥିଲେ। ରାଜ୍ୟ ସରକାର ଡିଡାଇ ଓ ବଣ୍ଡା ସମ୍ପ୍ରଦାୟର ଲୋକଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି। ହେଲେ ଜିଲା ମାନଚିତ୍ରରେ ନ ଥିବା ଏହି ଗାଁକୁ ବିକାଶ ଅପହଞ୍ଚ ହୋଇଛି। ତହସିଲଦାର ପହଞ୍ଚିବା ପରେ ଏବେ ଗ୍ରାମବାସୀ ବିକାଶର ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଅପହରଣ: କଟକରୁ ଅପହୃତା ଉଦ୍ଧାର, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ପ୍ରେମ ଜାଲରେ ଫସାଇ ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ କଟକରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଛି।...

ଛୁଞ୍ଚି ଭାଙ୍ଗି ଅଣ୍ଟାରେ ଅଟକିବା ଘଟଣା: ଜିଲା ଚିକିତ୍ସାଳୟରେ ଶିଶୁର ଚିକିତ୍ସା

ଅନୁଗୋଳ ଅଫିସ, ୩।୧୦ – ଇଞ୍ଜେକସନ ନେବାବେଳେ ଅଣ୍ଟାରେ ଛୁଞ୍ଚି ଭାଙ୍ଗି ରହିଯାଇଥିବା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁ। ର ଜଣେ ୫ ବର୍ଷିୟା ଶିଶୁ...

ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, କ୍ରୟ ସମନ୍ଧୀୟ ପ୍ରଶିକ୍ଷଣ ଶିବିର

ଲାଞ୍ଜିଗଡ,୨୭ା୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସମନ୍ବିତ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ତାହାର କ୍ରୟ...

ମୋ ସରକାର କାର୍ଯ୍ୟକ୍ରମର ପ୍ରଭାବ; ଗତବର୍ଷ ତୁଳନାରେ ବଢିଛି ମାମଲା

ଭୁବନେଶ୍ୱର,୩୦।୧୨(ବ୍ୟୁରୋ):  ଆଉ ଦିନ କେଇଟା ପରେ ଆସିବ ନୂଆବର୍ଷ। ହେଲେ ୨୦୧୯ରେ ବିଭିନ୍ନ ଥାନାରେ ବଢିଥିବା ମାମଲା ସଂଖ୍ୟା କମିଶନରେଟ ପୋଲିସ ପାଇଁ ଚିନ୍ତାର ବିଷୟ...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମିଳିଲାନି ନିଃଶୁଳ୍କ ଔଷଧ

ଢେଙ୍କାନାଳ ଅଫିସ, ୭।୯: ସରକାରୀ ଡାକ୍ତରଖାନାରେ ଯୋଗାଇ ଦିଆଯାଉଛି ନିଃଶୁଳ୍କ ଔଷଧ। ସାଧାରଣ ଥଣ୍ଡା, ଜ୍ୱରଠାରୁ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତ ରୋଗୀ ଯେପରି ଉତ୍ତମ ଚିକିତ୍ସା...

ସ୍କୁଲ୍‌ ପାଇଁ ଗ୍ରାମବାସୀଙ୍କ ଭୋଟ ବର୍ଜନ

ଝାରସୁଗୁଡ଼ା ଅଫିସ,୧ା୬: ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ ପଣ୍ଡରୀ ପଞ୍ଚାୟତ ବେଙ୍କମୁରା ଗ୍ରାମବାସୀ ଗ୍ରାମରେ ବନ୍ଦ ଥିବା ସ୍କୁଲ୍‌ ଖୋଲିବା ଦାବିରେ ଭୋଟ ବର୍ଜନ ପାଇଁ...

ମଉଳିଲା ରଜମଉଜ

କାମାକ୍ଷାନଗର, ୧୬।୬(ଡି.ଏନ.ଏ.) – କରୋନା ଆସିବା ଦିନରୁ ଓଡ଼ିଆ ଘରର ସବୁ ପର୍ବପର୍ବାଣି ମଉଳିଯାଇଛି। ଜନସମାଗମ ଉପରେ କଟକଣା ଜାରି କରାଯାଇଥିବାରୁ ଏକାଠି ହୋଇ ଉତ୍ସବ...

ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

କୋକସରା,୪।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଲମୁଣ୍ଡା ଗ୍ରାମର ଦାଦନ ଦଲାଲ ଲକ୍ଷ୍ମୀଧର ଦୁର୍ଗାଙ୍କ କଥାରେ ପଡି ଆଜକୁ ଦେଢ଼ମାସ ହେବ...

Advertisement
Archives

Model This Week