ସାଇ ଇଣ୍ଟରନ୍ୟାଶନାଲ ସର୍ବଭାରତୀୟ ଶ୍ରେଷ୍ଠ ସ୍କୁଲ

ଭୁବନେଶ୍ୱର, ୪।୧୨ (ବ୍ୟୁରୋ):ଏଜୁକେଶନ ୱାଲର୍‌ଡ ଇଣ୍ଡିଆ ସ୍କୁଲ୍‌ ର଼୍ୟାଙ୍କିଙ୍ଗ୍‌ରେ ସର୍ବଭାରତୀୟ ସ୍ତରରେ ଡେ’ କମ୍‌ ବୋର୍ଡିଂ ବିଭାଗରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ ୨୦୨୧-୨୨ ବର୍ଷ ପାଇଁ କ୍ରମାଗତ ଦ୍ୱିତୀୟଥର ଶ୍ରେଷ୍ଠ ସ୍କୁଲ ଏବଂ ଓଡ଼ିଶାରେ ୧ନମ୍ବର ସ୍କୁଲର ମାନ୍ୟତା ପାଇଛି। ସେହିପରି ଡିପିଏସ୍‌ ଆର୍‌କେପୁରମ୍‌ (ଦିଲ୍ଲୀ) ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମଡର୍ନ ସ୍କୁଲ ବାରଖମ୍ବା ରୋଡ୍‌ (ଦିଲ୍ଲୀ) ତୃତୀୟ ସ୍ଥାନରେ ରହିଛି।
ଏଜୁକେଶନ ୱାଲର୍‌ଡ ଇଣ୍ଡିଆର ୧୫ତମ ସଂସ୍କରଣରେ ସ୍କୁଲ୍‌ ର଼୍ୟାଙ୍କିଙ୍ଗ୍‌ ସର୍ଭେରେ ଦେଶର ମୋଟ ୧୦୦୦ ସ୍କୁଲ ସାମିଲ ହୋଇଥିଲା। ଏକାଡ଼େମିକ୍‌ ପ୍ରତିଷ୍ଠା, ଅନଲାଇନ୍‌ ଶିକ୍ଷା ଦକ୍ଷତା, ଅଭିଭାବକଙ୍କ ଯୋଗଦାନ, ଛାତ୍ରୀଛାତ୍ରଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ପରି ୧୪ ପାରାମିଟରକୁ ବିଚାରକୁ ନେଇ ଏହି ଚୟନ ପ୍ରକ୍ରିୟା କରାଯାଇଥିଲା। ବିଶ୍ୱରେ କରୋନା ମହାମାରୀ ସମୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ସାଇ ଇଣ୍ଟରନ୍ୟାଶନାଲ୍‌ର ପ୍ରତିଷ୍ଠାତା ସ୍ବର୍ଗତ ଡ. ବିଜୟ କୁମାର ସାହୁ ଛାତ୍ରୀଛାତ୍ରଙ୍କୁ ନିରବଚ୍ଛିନ୍ନ ଶ୍ରେଣୀ ଶିକ୍ଷା ସହ ଯୋଡ଼ିବା ପାଇଁ ବିଶ୍ୱସ୍ତରୀୟ ଟେକ୍ନୋଲୋଜିକୁ ଉପଯୋଗ କରି ଅନଲାଇନ୍‌ ଶିକ୍ଷାର ଆରମ୍ଭ କରିଥିଲେ। ସାଇ ଇଣ୍ଟରନ୍ୟାଶନାଲ ଟେକ୍ନୋଲୋଜିକୁ ଏକ ଉପକରଣ ଭାବେ ଗ୍ରହଣ କରି କ୍ରମାଗତ ଭାବେ ଅନୁସନ୍ଧାନ ଏବଂ ଉଦ୍ଭାବନ କରିଆସୁଛି। ଏହି ପୁରସ୍କାର ସାଇ ଇଣ୍ଟରନ୍ୟାଶନାଲ ଗ୍ରୁପ୍‌ର ସମସ୍ତ ଅଭିଭାବକ, ଛାତ୍ରୀଛାତ୍ର, ଅଧ୍ୟାପିକା ଓ ଅଧ୍ୟାପକଙ୍କ ପାଇଁ ଗୌରବର ବିଷୟ ବୋଲି ଏହି ପରିପ୍ରେକ୍ଷୀରେ ସ୍କୁଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍କୁଲର ଚେୟାରପର୍ସନ ଡ. ଶିଳ୍ପୀ ସାହୁ କହିଛନ୍ତି। ଓଡ଼ିଶାକୁ ସ୍କୁଲ ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ଏହା ଏକ ନୂଆ ପରିଚୟ ସୃଷ୍ଟି କରାଇବ। ଶିକ୍ଷା ମାଧ୍ୟମରେ ଏକ ଉନ୍ନତ ଭାରତ ଗଠନ କରିବାର ସଂକଳ୍ପ ଓ ପ୍ରଚେଷ୍ଟା ଆଗାମୀ ଦିନରେ ଏମିତି ଜାରି ରହିବ ବୋଲି ଡ. ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri